ପାକିସ୍ତାନୀ ଟିଭି ଶୋ’ରେ ସ୍ୱାମୀକୁ ପ୍ରତିଶୋଧ ରୂପକ ଶକ୍ତ ଚାପୁଡ଼ା ମାରିଲା ସ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିନ୍‌

ପାକିସ୍ତାନୀ ଟିଭି ଶୋ’ଗୁଡ଼ିକ ପ୍ରାୟତଃ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥାଏ। ଆଜି ପୁଣିଥରେ ଏକ ଶୋ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଏଥର କୌଣସି ମଜାଳିଆ କଥା ନୁହେଁ, ବରଂ ପ୍ରତିଶୋଧ ଉପରେ ଏକ ଜବରଦସ୍ତ ସିନ୍‌ ରହିଛି। ଏହି ଟିଭି ଶୋ’ରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସ୍ୱାମୀ ଜଣକ କହୁଛନ୍ତି, ‘ଦୁର୍ଭାଗ୍ୟ ତ ଏବେ ଆସିବ’ ଏବଂ ଏହାପରେ ସେ ଚାପୁଡ଼ା କଷୁଛନ୍ତି।

ଏହାର କିଛି ସେକେଣ୍ଡ ପାଇଁ ଡାଏଲଗ୍‌ ନାହିଁ ଏବଂ ପରେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ଶକ୍ତ ଚାପୁଡ଼ା ମାରୁଛନ୍ତି ଆଉ କହୁଛନ୍ତି କି, ‘ଖବରଦାର, ମୁଁ ତୁମ ହାତ ଭାଙ୍ଗି ଦେବି’। ଏବେ ଏହି ସିନ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହା ଉପରେ ବିଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି। କିଛି ଲୋକ କହିଛନ୍ତି, ସ୍ତ୍ରୀ, ସ୍ୱାମୀଙ୍କୁ ଚାପୁଡ଼ାର ଜବାବ ଚାପୁଡ଼ାରେ ଦେଇ ଠିକ୍‌ କରିଛନ୍ତି। କିନ୍ତୁ କିଛି ଲୋକ କହିଥିଲେ ଯେ ହିଂସା ଦ୍ୱାରା ହିଂସାକୁ ରୋକା ଯାଇପାରିବନି।

କହି ରଖୁଛୁ, ଏହି ଟିଭି ସିରିଏଲ୍‌ର ନାଁ ‘ଲାପତା’। ଏଥିରେ ଦାନିୟାଲଙ୍କ ରୋଲ ମିର୍ଜା ଗୋହର ରଶିଦ୍‌ ପ୍ଲେ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଫଲକର ରୋଲ୍‌ ସାରା ଖାନ୍‌ ପ୍ଲେ କରୁଛନ୍ତି। ଏପଟେ ମିର୍ଜା ଏହି ସିରିଏଲ୍‌ର ଚରିତ୍ର ‘ଫଲକ’କୁ ବେଶ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି, ବିନା କୌଣସି ଭୟରେ ଜଣେ ବାହାଦୂର ମହିଳା ଜଣେ ଦୁର୍ବଳ ପୁରୁଷକୁ ଚାପୁଡ଼ା ମାରିବା ମାନବ ଜାତି ପାଇଁ ଏକ ବଡ଼ ଲମ୍ଫ ସଦୃଶ। ଏବେ ଆପଣଙ୍କୁ କ’ଣ କହିବାର ଅଛି ଏହି ଚାପୁଡ଼ା ବିଷୟରେ? କ’ଣ ଫଲକ ଠିକ୍‌ କରିଛନ୍ତି ନା ଭୁଲ୍‌’?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.