ବିବାହିତ ବ୍ୟକ୍ତି ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବେ କି? ଜାଣନ୍ତୁ କ’ଣ କହୁଛି ଆମ ଆଇନ୍‌

ଦୁନିଆ ଯେତିକି ଯେତିକି ଆଗକୁ ବଢ଼ୁଛି ଲୋକମାନଙ୍କ ଚାଲି ଚଳଣି ସେତିକି ଉନ୍ନତ ହେଉଛି। ଏବେ ଆମ ସାମାଜିକ ବିଧିବ୍ୟବସ୍ଥା ମଧ୍ୟରେ ବିବାହ ବ୍ୟତୀତ ନୂଆ ଗୋଟିଏ ନାଁ ଯୋଡ଼ି ହୋଇଛି। ତାହା ହେଉଛି ‘ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌’। ଏହି ସମ୍ପର୍କରେ ରହିବାକୁ ନିକଟରେ କୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି। ଫଳରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିବା ଧାରା ଧୀରେ ଧୀରେ ବଢ଼ୁଛି। ଖାସ୍‌ କରି ସହରାଞ୍ଚଳରେ ଯୁବକ ଯୁବତୀ ଲିଭିଂ ଇନ୍‌ରେ ରହୁଥିବା ଦେଖାଯାଇଛି।

ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ କ’ଣ?

ସୁପ୍ରିମ୍‌କୋର୍ଟଙ୍କ ମୁତାବକ, ଦୁଇ ସାବାଳକ ଯଦି ବିବାହ ନ କରି ନିଜ ଇଚ୍ଛାରେ ଏକାଠି ରହି ପାରିବାରିକ ବୈବାହିକ ଜୀବନ ବଞ୍ଚୁଛନ୍ତି, ତେବେ ତାହାକୁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ବୋଲି କୁହାଯାଇପାରିବ। ୨୦୧୩ ମସିହାରେ ସୁପ୍ରିମ୍‌କୋର୍ଟ ଏ ନେଇ ଏକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଗାଇଡ୍‌ଲାଇନ୍‌ ମୁତାବକ, ଯେଉଁ ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଆସିଛି, ଯାହାକୁ ମଜଭୁତ ବୋଲି ଧରାଯାଇପାରିବ। ସେଭଳି ସ୍ଥିତିରେ ଏକାଠି ରହିବାକୁ ଲିଭ ଇନ୍‌ ରିଲେସନ୍‌ସିପ୍‌ ବୋଲି କୁହାଯାଇପାରିବ। ଏହି ସମ୍ପର୍କରେ ଦୁଇ ପାର୍ଟନର ଶାରୀରିକ ସମ୍ପର୍କ ରଖିପାରିବେ। ଏଥିସହ ସନ୍ତାନ ମଧ୍ୟ ଜନ୍ମ କରିପାରିବେ। ଏହା ପାର୍ଟନରଙ୍କ ଇଚ୍ଛା ଉପରେ ନିର୍ଭର କରୁଛି।

ବିବାହିତ ବ୍ୟକ୍ତି ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବେ କି?

ବିବାହିତ ମହିଳା କିମ୍ବା ପୁରୁଷ ଅନ୍ୟ ପୁରୁଷ କିମ୍ବା ମହିଳା ସହ ଲିଭ ଇନ୍‌ ସମ୍ପର୍କରେ ରହିବା ଅବୈଧ। କୋର୍ଟ ଏ ନେଇ ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କ କହିବାନୁସାରେ, କୌଣସି ବିବାହିତ ପୁରୁଷ କିମ୍ବା ମହିଳା ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବ ନାହିଁ। ଏହା ଆଇନତଃ ଅପରାଧ। ସମ୍ପୃକ୍ତ ପୁରୁଷ କିମ୍ବା ମହିଳାଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

sex

ପରକୀୟା ପ୍ରୀତି ଅପରାଧ ନୁହେଁ:

ଅନ୍ୟପଟେ ୨୦୧୮ ମସିହାରେ ସୁପ୍ରିମକୋର୍ଟ ଘୋଷଣା କରିଥିଲେ ଯେ ପରକୀୟା ପ୍ରୀତି ଅପରାଧ ନୁହେଁ। ବିବାହ ପରେ ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଅପରାଧ କୁହାଯିବ ନାହିଁ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପରାଧୀ ବିବେଚନା କରାଯାଇପାରିବ ନାହିଁ। ଏଥିସହ ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ଏଥିସହ କୋର୍ଟ କହିଥିଲେ ଯେ ପରକୀୟା ପ୍ରୀତିକୁ ଛାଡ଼ପତ୍ରର ଏକ କାରଣ ବୋଲି କୁହାଯାଇପାରେ, କିନ୍ତୁ ଅପରାଧ ନୁହେଁ।

Also Read: ଯୁଦ୍ଧ ମଧ୍ୟରେ ସ୍ତ୍ରୀଙ୍କ ସହ ଫଟୋସୁଟ୍‌ କଲେ ରାଷ୍ଟ୍ରପତି ଜେଲେନ୍‌ସ୍କି, ଟ୍ରୋଲ୍‌ କରୁଛନ୍ତି ଲୋକେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.