ଗୁଜୁରାତିର ଏହି ଉପାୟ ଦ୍ୱାରା ଦୂର ହେବ ଚାକିରି ଓ ଆର୍ଥିକ ସମସ୍ୟା, ବଦଳିଯିବ ଭାଗ୍ୟ

ଛୋଟ ଗୁଜୁରାତି ଯେମିତି ଖାଦ୍ୟର ସ୍ୱାଦ ବଢ଼ାଇଥାଏ, ସେମିତି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ୍‌ ଲାଭଦାୟକ ହୋଇଥାଏ। ଏହାର ସେବନ ଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଛୋଟ ଗୁଜୁରାତିର ଅନେକ ଉପାୟ ବିଷୟରେ କୁହାଯାଇଛି। ଏହି ଉପାୟଗୁଡ଼ିକୁ କରିବା ଦ୍ୱାରା ଧନ ଲାଭ ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇପାରିବ। ଏଥିସହ ଚାକିରି ପାଇବାରେ ବି ଗୁଜୁରାତିର ଉପାୟରୁ ସାହାଯ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ଗୁଜୁରାତିର କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ୱାରା ଜୀବନ ସହଜ ହୋଇଯିବ।

ଚାକିରି:

ଚାକିରି ପାଇଁ ଯଦି ଆପଣ ଚେଷ୍ଟା ଚଳାଇଛନ୍ତି ଏବଂ କଠିନ ପରିଶ୍ରମ ପରେ ବି ସଫଳତା ମିଳିପାରୁ ନାହିଁ, ତା’ ହେଲେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଛୋଟ ଗୁଜୁରାତି ରଖନ୍ତୁ। ପରଦିନ ଏହି ଗୁଜୁରାତିକୁ କୌଣସି ଗରିବକୁ ଦକ୍ଷିଣା ଆକାରରେ ଦାନ କରନ୍ତୁ। ଏମିତି କରିବା ଦ୍ୱାରା ମନମୁତାବକ ଚାକିରି ପ୍ରାପ୍ତ ହେବ।

ଆର୍ଥିକ ସମସ୍ୟା:

ହଳଦିଆ କପଡ଼ାରେ ୫ଟି ଛୋଟ ଗୁଜୁରାତି ବାନ୍ଧି ତାହାକୁ ମା’ ଲକ୍ଷ୍ମୀଙ୍କ ଚରଣରେ ରଖି ଦିଅନ୍ତୁ। ଏମିତି କରିବା ଦ୍ୱାରା ଧନ ଲାଭ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହି ଉପାୟ ଗୁରୁବାର ଦିନ କରନ୍ତୁ। ସେପଟେ ଗୁରୁବାର ଦିନ ହଳଦିଆ କପଡ଼ାରେ ଛୋଟ ଗୁଜୁରାତି ରଖି ଦକ୍ଷିଣା ସହିତ ଗରିବକୁ ଦାନ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ:

ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଉଛନ୍ତି, ତା’ ହେଲେ ଘରୁ ଛୋଟ ଗୁଜୁରାତି ଖାଇ ବାହାରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସିଦ୍ଧ ହେବ। ଶୁକ୍ରବାର ଦିନ ୫ଟି ଛୋଟ ଗୁଜୁରାତି ମା’ ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ। ଏହାପରେ ତାହାକୁ ଧନ ରଖିଥିବା ବାକ୍ସ କିମ୍ବା ପର୍ସରେ ରଖି ଦିଅନ୍ତୁ। ଏହାଦ୍ୱାରା ପଇସାର ଅଭାବ ମଧ୍ୟ ଦୂର ହୋଇଥାଏ।