ଟ୍ରେନ ଯାତ୍ରା କରୁଛନ୍ତି କି, ତାହେଲେ ଟିକେଟ ସହ ମିଳିବ ଏହି ସବୁ ସୁବିଧା ସମ୍ପୂର୍ଣ୍ଣ ମାଗଣା

ଆପଣ ଟ୍ରେନ ଯାତ୍ରା ନିହାତି କରିଥିବେ, ଆଉ ଟ୍ରେନ ଯାତ୍ରା କରିବା ପାଇଁ ଆପଣଙ୍କୁ ଟିକେଟ କିଣିବାକୁ ପଡିଥାଏ। ଆଉ ଆପଣଙ୍କୁ ଲାଗିଥାଏ ଯେ ଏହି ଟିକେଟ କେବଳ ଟ୍ରେନରେ ବସିବାର ଅଧିକାର ଦେଇଥାଏ, କିନ୍ତୁ ନା ଦର୍ଶକବନ୍ଧୁ ଆପଣ ଟ୍ରେନ ଟିକେଟ ଜରିଆରେ ଅନେକ ପ୍ରକାର ଫାଇଦା ଉଠାଇପାରିବେ। ଯାହା ବିଷୟରେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ। ଯାହା ଦ୍ୱାରା ୟାପରଠୁ ଆପଣ ଯେତେବେଳେ ବି ଟ୍ରେନ ଟିକେଟ କିଣିବେ ତାହେଲେ ଏହା ମଧ୍ୟ ଜାଣିବା ନିହାତି ଆବଶ୍ୟକ ଯେ ଆପଣ ଏହାଦ୍ୱାରା କେଉଁ କେଉଁ ସବୁ ଫାଇଦା ଉଠାଇପାରିବେ।

ଇଂସୁରାନ୍ସ

ଯଦି ଆପଣ ଟିକେଟ ବୁକ କରିବା ସମୟରେ ଇଂସୁରାନ୍ସ ବ ବୀମା ନେଇଥାନ୍ତି ତାହେଲେ ଆପଣଙ୍କୁ ଅନେକ ପ୍ରକାର ସୁବିଧା ମିଳିଥାଏ। ଟେବଲ ଇଂସୁରାନ୍ସ ଅନୁଯାୟୀ ମୃତ୍ୟୁ କିମ୍ବା ଅସ୍ଥାୟୀ ବିକଳାଙ୍ଗ ସ୍ଥିତିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ମିଳିଥାଏ। ଯାତ୍ରା ସମୟରେ ଟ୍ରେନ ଦୁର୍ଘଟଣା କିମ୍ବା ଏଭଳି ସ୍ଥିତିରେ ଏହି ବୀମା ବହୁତ କାମ ଦେଇଥାଏ।

ସେହିପରି ସ୍ଥାୟୀ ରୂପରେ ଆଂଶିକ ଦିବ୍ୟାଙ୍ଗ ସ୍ଥିତିରେ ଇଂସୁରାନ୍ସ କଭରେଜ ୧୫ ଲକ୍ଷ ପର୍ଯ୍ୟନ୍ତ ରହିଛି। ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ତାପରର ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ପର୍ୟ୍ଯନ୍ତ ରାଶି ମିଳିଥାଏ। ଏହି ରାଶି ମୃତ୍ୟୁ ଏବଂ ଦିବ୍ୟାଙ୍ଗ କଭରେଜ ଠାରୁ ଅଧିକ ହୋଇଥାଏ। ଏହାଛଡା ଟ୍ରେନ ଦୁର୍ଘଟଣା, ଚୋରି, ଡକାୟତି କିମ୍ବା ଏମିତି ଅନ୍ୟ କୌଣସଯ ସ୍ଥିତି ପାଇଁ ଏହି ବୀମା ଅନୁଯାୟୀ କଭରେଜ ମିକିଥାଏ। ତେବେ ଏଥିପାଇଁ କିନ୍ତୁ ଆପଣଙ୍କୁ ୪୯ ଟଙ୍କା ଖର୍ଚ୍ଚ କରିବାକୁ କିନ୍ତୁ ପଡିବ।

ଫାଷ୍ଟ ଏଡ଼ ବକ୍ସ

ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଯାତ୍ରା ସମୟରେ ଆପଣଙ୍କୁ ଔଷଧ ଆଦିର ଆବଶ୍ୟକତା ପଡିବ ତହେକେ ଆପଣ ଟିଟିଇକୁ ଏ ବିଷୟରେ ଜଣାଇ ଆପଣଙ୍କ ଆବଶ୍ୟକତା ପୁରା କରିପାରିବେ। ରେଲୱେ ପକ୍ଷରୁ ସବୁ ଯାତ୍ରୀଙ୍କ ପାଇଁ ଏହି ସୁବିଧା ଦିଆଯାଉଛି।

ୱେଟିଙ୍ଗ ରୁମ୍

ଯଦି ଆପଣଙ୍କ ପାଖରେ ଟିକେଟ ଅଛି ତାହେଲେ ନିଜ ଟିକେଟ କ୍ଲାସ ଆଧାରରେ ସହଜରେ ୱେଟିଙ୍ଗ ରୁମରେ ଆରମ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ରେଲୱେ ପକ୍ଷରୁ ସୁବିଧା ଦିଆଯାଉଛି। ଆପଣ ଟ୍ରେନ ଆସିବା ପର୍ଯ୍ୟନ୍ତ ଏଠାରେ ବସିପାରିବେ।

ୱାଇଫାଇ

ଯଦି ଆପଣ କୌଣସି ଟ୍ରେନକୁ ଅପେକ୍ଷା କରିଛନ୍ତି ଏବଂ ଆପଣ ଷ୍ଟେସନରେ ବସିଛନ୍ତି ତାହେଲେ ବୋର ନ ହେବା ପାଇଁ ଆପଣ ମାଗଣା ୱାଇଫାଇ ସେବାର ଆନନ୍ଦ ଉଠାଇ ପାରିବେ। ଏହି ସୁବିଧା ପ୍ରାୟ ଅଧିକାଂଶ ରେଳ ଷ୍ଟେସନରେ ଉପଲବ୍ଧ ରହିଛି।

କ୍ଳକ ରୁମର ସୁବିଧା

ଯେଉଁ ଲୋକଙ୍କ ପାଖରେ ଟ୍ରେନ ଟିକେଟ ରହିଥିବ ସେମାନେ ଷ୍ଟେସନରେ ଥିବା କ୍ଳକ ରୁମର ବ୍ୟବହାର କରିପାରିବେ ଏବଂ ନିଜ ଜିନିଷ ପତ୍ରକୁ ଜମା କରିପାରିବେ।

Leave A Reply

Your email address will not be published.