ଯଦି ଆପଣଙ୍କ ପାଖେ ଜାତକ ନାହିଁ, ତେବେ ମଧ୍ୟ ଆପଣ ଏହି ଉପାୟ ଦ୍ୱାରା ଜାଣିପାରିବେ ନିଜ ରାଶିରେ ଥିବା ଗ୍ରହମାନଙ୍କ ସ୍ଥିତି

ନିଜ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଇଚ୍ଛା ସମସ୍ତଙ୍କର ରହିଥାଏ । ଆଉ ଏହା କେବଳ ଆପଣଙ୍କ ଜାତକ ହିଁ କହିପାରିବ । କାରଣ ଏହାଦ୍ୱାରା ଆପଣଙ୍କ ଜାତକରେ ଗ୍ରହ ନ୍ୟକ୍ଷତ୍ର ମାନଙ୍କ ସ୍ଥିତି ଜାଣିବା ସହ ଏମାନଙ୍କ ପ୍ରଭାବ ଆପଣଙ୍କ ଜୀବନ ଉପରେ କଣ ରହିବ ତାହା ସମ୍ପର୍କରେ ସବୁ ତଥ୍ୟ ଜଣାପଡେ । କିନ୍ତୁ ବଡ଼ କଥା ହେଉଛି ଏହି ଜାତକକୁ ଦେଖି ସାଧାରଣ ଲୋକ ମାନେ ଆମେ କି ଆପଣ ଏହା ସମ୍ପର୍କରେ କିଛି ଜାଣି ପାରିବା ନାହିଁ । ଯେତେ ପର୍ଯ୍ୟନ୍ତ ଆମେ ଜ୍ୟୋତିଷବିତ୍ ଙ୍କ ସହ କଥା ହୋଇନାହୁଁ । କାରଣ ଜାତକ ପଢ଼ିବା ପାଇଁ ତାକୁ ବୁଝିବା ପାଇଁ ଏକ ବିଶେଷ ପାଠ ବା ଜ୍ଞାନର ଆବଶ୍ୟକ ରହିଛି ।

ତେବେ ଜାତକ ସମ୍ପର୍କରେ ସେଇମାନେ ହିଁ ଜାଣିପାରିବେ ଯେଉଁମାନେ ଜ୍ୟୋତିଷ ପାଠ ପଢ଼ିଥିବେ । ତେଣୁ ଏହା ଏକ ସାଧାରଣ ବିଦ୍ୟା ନୁହେଁ, ଏଥିରୁ ଆପଣ ଜାଣିପାରୁଥିବେ । କୁହାଯାଏ ମଣିଷ ଯାହା କରେ ତାହା ଭାଗ୍ୟ ତାକୁ କରାଏ । ଆଉ ଏ ଭାଗ୍ୟ ଉପରେ ସ୍ୱୟଂ ଭଗବାନଙ୍କର ମଧ୍ୟ ହସ୍ତକ୍ଷେପ ନଥାଏ । ଏହା ଘଟିବା ପଛରେ ରହିଥାଏ ବିଶେଷ କାରଣ । ଯାହା ଜାତକରୁ ଜଣାପଡେ । ଗ୍ରହମାନଙ୍କ ସ୍ଥିତିକୁ ଆଧାର କରି ଆପଣଙ୍କ ଜୀବନରେ ବିଭିନ୍ନ ପରିସ୍ଥିତିର ଆପଣଙ୍କୁ ସାମ୍ନା କରିବାକୁ ପଡିଥାଏ ।

horoscope

କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ ଅନ୍ୟ କିଛି ଏହାକୁ ଅନ୍ଧ ବିଶ୍ୱାସ ବୋଲି ମାନନ୍ତି । କିନ୍ତୁ ସତ ଏହା ଯେ ଏହି ବିଦ୍ୟ।। ଯାହାକୁ ଜଣା ସେ ହିଁ ଆପଣଙ୍କ ଭାଗ୍ୟଫଳ ସମ୍ପର୍କରେ ସବୁ କହିପାରିବ । କାରଣ ଏ ସଂସାରରେ ଯେପରି ଭଗବାନ ସତ୍ୟ, ଜନ୍ମ-ମୃତ୍ୟୁ ସତ୍ୟ ସେହିପରି ଗ୍ରହ ନ୍ୟକ୍ଷତ୍ର ମଧ୍ୟ ସତ୍ୟ । ଏହା ସାମ୍ନାକୁ ଦେଖାଯାଆନ୍ତି ନାହିଁ ସତ; କିନ୍ତୁ ଏମାନଙ୍କ ପ୍ରଭାବ ପ୍ରତ୍ୟେକ ମଣିଷ ଜୀବନରେ ରହିଛି । ଗ୍ରହମାନଙ୍କ ଖରାପ ଓ ଭଲ ସ୍ଥିତିର ପ୍ରଭାବ ଆମ ମାନଙ୍କ ଜୀବନ ଉପରେ ପଡ଼ିଥାଏ ।

ଆଜି କିନ୍ତୁ ଆମେ ଏମିତି ଏକ ଟ୍ରିକ ସମ୍ପର୍କରେ କହିବୁ ଯାହାକୁ ଜାଣିଲେ ଆପଣ ବିନା ଜାତକ ଦେଖି ମଧ୍ୟ ଜାଣିପାରିବେ ଗ୍ରହମାନଙ୍କ ସ୍ଥିତି । ଏହା କିପରି ସମ୍ଭବ , ଜାଣିବା ପାଇଁ ଆଗକୁ ପଢ଼ନ୍ତୁ..

-ଯଦି ଆପଣ ସବୁବେଳେ ସତ କୁହଁନ୍ତି , ତେବେ ଜାଣିବେ ଆପଣଙ୍କ ଉପରେ ସୂର୍ଯ୍ୟଦେବ ପ୍ରସନ୍ନ ଅଛନ୍ତି । ମାନେ ଆପଣଙ୍କ ଜାତକରେ ସୂର୍ଯ୍ୟ ଭଲ ସ୍ଥିତିରେ ଅଛନ୍ତି ।
-ଯଦି ଆପଣଙ୍କ ମନ ସ୍ଥିିର ଅଛି , ଅନ୍ୟମାନଙ୍କ ପାଇଁ ସ୍ନେହ, ପ୍ରେମ, ଭଲପାଇବା, ଦୟା ଭାବନା ରହିଛି ତେବେ ଆପଣଙ୍କ ଚନ୍ଦ୍ର ଶୁଭ ସ୍ଥାନରେ ଅଛନ୍ତି ବୋଲି ଜାଣନ୍ତୁ ।
-କ୍ରୋଧ ଆସିବା ପରେ ବି ନିଜକୁ ନିୟନ୍ତ୍ରଣ କରୁଥିଲେ ଜାଣନ୍ତୁ ଆପଣଙ୍କ ମଙ୍ଗଳ ଆପଣଙ୍କୁ ସପୋର୍ଟ କରୁଛନ୍ତି ।

nine
pc: astrosage.com

-ଯଦି ଆପଣଙ୍କ କଥା ଓ ବ୍ୟବହାର ସବୁଠୁ ଭଲ ରହୁଛି ତେବେ ଆପଣଙ୍କ ବୁଧ ଭଲ ସ୍ଥାନରେ ଅଛନ୍ତି ।
-ଯଦି ଆପଣ ଜ୍ଞାନୀ ହୋଇଥାନ୍ତି, ଏହାପରେ ବି ଆପଣଙ୍କ ପାଖେ ତିଳେ ମାତ୍ର ଅଂହକାର ନଥାଏ ତେବେ ଜାଣନ୍ତୁ ଗୁରୁ ବୃହସ୍ପତି ଆପଣଙ୍କ ଜାତକରେ ଭଲ ସ୍ଥାନରେ ଅଛନ୍ତି ।
-ଯଦି ଆପଣଙ୍କ ଶୁକ୍ରଦେବ ଭଲ ସ୍ଥିିତିରେ ଅଛନ୍ତି ତେବେ ଯାହାକୁ ଆପଣ ଭଲ ପାଉଛନ୍ତି ତାଙ୍କୁ ଆପଣ ବିବାହ କରିବେ ।

 

-ଯଦି ଆପଣ ସମୟାନୁବର୍ତ୍ତିତା ସହ ସଚ୍ଚୋଟ ହୋଇଥାନ୍ତି ତେବେ ଆପଣଙ୍କ ଶନିଦେବ ଭଲ ସ୍ଥିତିରେ ଅଛନ୍ତି ।
-ଶ୍ୱଶୁର ଘରେ ଭଲ ସମ୍ବନ୍ଧ ଥିଲେ ରାହୁଙ୍କର ଶୁଭ ପ୍ରଭାବ ରହିଛି ।
-ଶେଷରେ ଯଦି ଆପଣଙ୍କ ବାପଘରେ ସମ୍ପର୍କ ଭଲ ରହୁଥାଏ ଓ ସୁଖ ପ୍ରାପ୍ତ ହେଉଥାଏ ତେବେ ଜାଣନ୍ତୁ କେତୁ ଭଲ ସ୍ଥିତିରେ ଅଛନ୍ତି ।

ଆଶା କରୁଛୁ ନବଗ୍ରହଙ୍କୁ ନେଇ ଆପଣ ଏବେ କିଛି ତଥ୍ୟ ଜାଣି ସାରିଥିବେ । ଯାହା ଆପଣ ବିନା ଜାତକ ଦେଖି –ବୁଝି ମଧ୍ୟ ଜାଣିପାରିବେ । କେବଳ ମାତ୍ର ଏହିସବୁ ଜିନିଷକୁ ଆପଣଙ୍କୁ ଲକ୍ଷ୍ୟ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.