ମୋବାଇଲରେ ଫଟୋ ଉଠାଇବାବେଳେ ଡ୍ରେନ୍‌ ଭିତରେ ଖସି ପଡିଲେ ମହିଳା, ଭାଇରାଲ୍ ହେଉଛି ଭିଡିଓ

ଏକ ବିବାହରେ ଜଣେ ମହିଳା ବର ଏବଂ କନ୍ଯାର ଫଟୋ ଉଠାଇବାରେ ଏତେ ବ୍ୟସ୍ତ ଥିଲେ ଯେ ସେ ରାସ୍ତା କଡରେ ଥିବା ଏକ ଡ୍ରେନ୍‌ ଭିତରେ ପଡ଼ିଯାଇଥିଲେ।

ଆଜିକାଲି, ସମସ୍ତେ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ କ୍ଯାମେରାରେ କଏଦ କରି ରଖିବାକୁ ଭଲ ପାଉଛନ୍ତି ଏବଂ ବିଶେଷତଃ ଯଦି ପରିବାରରେ କୌଣସି ବିବାହ କିମ୍ବା ପ୍ରିୟଜନଙ୍କ ବାର୍ଡ ଡେ ପାର୍ଟି ହୁଏ ତେବେ ଫଟୋ ଉଠଇବାରେ ସବୁ ବ୍ଯସ୍ତ ଥାନ୍ତି। ବର୍ତ୍ତମାନ ପ୍ରାୟତଃ ଲୋକମାନେ ନିଜ ସ୍ମାର୍ଟଫୋନରେ ସବୁକିଛି କ୍ୟାପଚର୍ କରିବାକୁ ଚେଷ୍ଟା କରିଥାନ୍ତି। ସେମାନେ ବେଳେବେଳେ ପେସାଦାର ଫଟୋଗ୍ରାଫରମାନଙ୍କ ସହିତ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ଯେଉଁମାନେ କୌଣସି ଇଭେଣ୍ଟରେ ଫଟୋ କିମ୍ବା ଭିଡିଓ କ୍ୟାପଚର କରିବାକୁ ଥାଆନ୍ତି।

 

View this post on Instagram

 

A post shared by hyderabadi__jaan (@hyderabadi__jaan)

ତେବେ କିଛି ଲୋକ ଫଟୋ ଏବଂ ଭିଡିଓ ନେବାରେ ଏତେ ବ୍ୟସ୍ତ ରୁହନ୍ତି ଯେ ସେମାନେ ନିଜ ଚାରିପାଖରେ କଣ ଅଛି କିମ୍ବା କଣ ଘଟୁଛି ସବୁ ଭୁଲିଯାଆନ୍ତି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଜଣେ ମହିଳାଙ୍କ ଅସାବଧନତା ଦେଖିବାକୁ ମିଳିଛି। ଯାହା ପାଇଁ ସେ ଅସୁବିଧାରସମ୍ମୁଖୀନ ହୋଇଛନ୍ତି। ଏକ ବିବାହରେ ମହିଳା ଜଣକ ବର ଏବଂ କନ୍ଯାର ଫଟୋ ଉଠାଇବାରେ ଏତେ ବ୍ୟସ୍ତ ଥିଲେ ଯେ ସେ ରାସ୍ତା କଡରେ ଥିବା ଏକ ଡ୍ରେନ୍‌ ଭିତରେ ପଡ଼ିଯାଇଥିଲେ।

ଭିଡିଓ କ୍ଲିପ୍ hyderabadi__jaan ନାମକ ଏକ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରାଯାଇଛି । ଏହି ପୋଷ୍ଟ ସେୟାର ହେବା ପରେ ଏହା ୧୦.୫ ମିଲିୟନରୁ ଅଧିକ ଭ୍ଯୁ ଏବଂ ୨,୮୨,୦୦୦ ଲାଇକ୍ ପାଇବା ସହିତ ଖୁବ୍ ଭାଇରାଲ୍ ହୋଇଛି ।

ଭାଇରାଲ୍ କ୍ଲିପ୍ ରେ ବର ଏବଂ କନ୍ଯା ଉଭୟ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଘରୁ ବାହାରକୁ ଆସୁଥିବା ଦେଖିବାକୁ ମିଳୁଛି । ସେଠାରେ ଫଟୋଗ୍ରାଫରମାନେ ନିଜ କାମରେ ବ୍ଯସ୍ତ ଥିବାବେଳେ, ଅନେକ ସମ୍ପର୍କୀୟ ମଧ୍ୟ ନିଜ ଫୋନରେ ଏହି ମୁହୂର୍ତ୍ତକୁ ରେକର୍ଡିଂ କରୁଥିଲେ। ସେମାନଙ୍କ ମଧ୍ୟରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ମହିଳା ଯିଏ ସେହି ମୁହୂର୍ତ୍ତକୁ ନିଜ ମୋବାଇଲରେ ରେକର୍ଡ କରୁଥିଲେ। ତେବେ ଫଟୋ ଉଠାଇବା ନିଶାରେ ସେ ଅସାବଧାନତାରୁ ନିକଟରେ ଥିବା ଏକ ଡ୍ରେନ୍‌ ଭିତରେ ଖସି ପଡିଥିଲେ। ଡ୍ରେନ୍‌ ଟି ଗଭୀର ନ ଥିବାରୁ ତାଙ୍କୁ ବିବାହ ଶୋଭାଯାତ୍ରାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଉଦ୍ଧାର କରିଥିଲେ।

falling

ମହିଳା ଜଣକ ଜାଣି ନଥିଲେ ଯେ ଏକ ସୁନ୍ଦର ମୁହୂର୍ତ୍ତକୁ କ୍ୟାପଚର କରିବାବେଳେ ସେ ଏମିତି ଡ୍ରେନରେ ପଡ଼ିଯିବେ ଏବଂ ଇଣ୍ଟରନେଟରେ ତାଙ୍କ ଭିଡିଓ ଭାଇରାଲ୍ ହୋଇଯିବ ବୋଲି । ତେବେ ଏହି ଭିଡିଓକୁ ଦେଖି କିଛି ଲୋକ ମଜାଳିଆ ଭାବେ ଗ୍ରହଣ କରୁଥିବାବେଳେ ଅନ୍ୟ କିଛି ସତର୍କ ରହିବାକୁ ସୂଚାଇ ଦେଇଛନ୍ତି।