ସ୍ପେଶାଲ

୫,୦୦୦ ନିବେଶ କରି ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା, ‘ପୂଜା କି ପୋଟଲି’ରେ ଅନଲାଇନ ବିକୁଛନ୍ତି ମାକ୍ରାମୀ ହସ୍ତକଳା

୨୦୧୧ରେ ନୂଆଦିଲ୍ଲୀରେ ରହୁଥିବା ପୂଜା କଣ୍ଠ ଏକ କର୍ପୋରେଟ କମ୍ପାନୀରେ ପ୍ରଶାସନିକ ଅଧିକାରୀର ଚାକିରି ହଠାତ୍‌ ଛାଡ଼ି ଦେଇଥିଲେ। ସେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ କାମରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ସେ ଏବଂ ତାଙ୍କ ପରିବାର ଦିଲ୍ଲୀ ନିକଟସ୍ଥ କରାଲା ଗାଁରେ ରହୁଥିଲେ। ୪୩ ବର୍ଷୀୟା ପୂଜା କୁହନ୍ତି, କିଛି ବର୍ଷ ଧରି ଘରେ ରହିବା ଏବଂ ନିଜ ପିଲାର ଲାଳନପାଳନ ପରେ ମୋତେ ପୁଣିଥରେ କାମରେ ଯୋଗଦେବାକୁ ଇଚ୍ଛା ହୋଇଥିଲା। କିନ୍ତୁ ମୁଁ କର୍ପୋରେଟ ଲାଇଫ୍‌କୁ ଆଉଥରେ ଫେରି ଯିବାକୁ ଚାହୁଁ ନ ଥିଲି। ଏହାରି ଭିତରେ ମୁଁ ଦେଖିଲି କି, ଗାଁର ଅନ୍ୟ ମହିଳାମାନେ ଚାକିରି ଖୋଜାଖୋଜି କରୁଛନ୍ତି। ଏଥିପାଇଁ ମୁଁ ନିଷ୍ପତ୍ତି ନେଲି କି, ସେମାନଙ୍କୁ ବି ରୋଜଗାର ଦେଇ ନିଜର ଜୀବନଯାପନ କରିବି।

ଆଉ ଆଜି ପୂଜା ‘ପୂଜା କି ପୋଟଲି’ ନାଁରେ ଏକ ଅନଲାଇନ ପ୍ଲାଟଫର୍ମ ଚଳାଉଛନ୍ତି, ଯାହା ମାଧ୍ୟମରେ ସେ ଝୋଟ ଏବଂ କାଠନିର୍ମିତ ହସ୍ତଶିଳ୍ପ ସହ ହସ୍ତନିର୍ମିତ ମାକ୍ରାମୀ କଳା ବିକ୍ରି କରୁଛନ୍ତି। ନିଜର ହିଁ କମ୍ପାନୀରେ ପୂଜା ୨୫ରୁ ଅଧିକ ମହିଳାଙ୍କୁ ରୋଜଗାର ଦେଇଛନ୍ତି। ଏହି ଟିମ୍‌ ପ୍ରତ୍ୟେକ ଦିନ ୧୫୦ ଅର୍ଡର ପାଉଥିବା ବେଳେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି। ପୂଜା କୁହନ୍ତି କି, ସେ YouTubeରେ ଭିଡିଓ ଦେଖି Macrame କଳା ଶିଖିଲେ। ସେ ଏହାକୁ ଏଥିପାଇଁ ବାଛିଲେ, କାହିଁକି ନା, ବହୁତ କମ୍‌ କମ୍ପାନୀ ଏହି ହସ୍ତଶିଳ୍ପ ବନାଉଥିଲେ। ତେଣୁ ସେ ଗୋଟିଏ ହିଁ ଶିଳ୍ପର ଅଲଗା ଅଲଗା ଡିଜାଇନ ତିଆରି କରିବାକୁ ଏବଂ ଏହାକୁ ଶସ୍ତା ଦାମ୍‌ରେ ବିକ୍ରି କରିବାକୁ ଚାହିଁଥିଲେ। ଆଉ ଏହା ବି ତାଙ୍କର ଏକ ଭଲ ସଉକ ବୋଲି ପୂଜା କହିଛନ୍ତି।

photo: the better india

ସ୍ଥାନୀୟ ଦୋକାନରୁ ପୂଜା ଝୋଟ ସୂତା କିଣୁଥିଲେ ଏବଂ ପ୍ରତ୍ୟେକ ଦିନ କିଛି କିଛି ଘଣ୍ଟା ପ୍ଲାଣ୍ଟର୍ସ, ବଲ୍‌ ହ୍ୟାଙ୍ଗର ଓ ଅନ୍ୟାନ୍ୟ ଜିନିଷ ତିଆରି କରୁଥିଲେ। ପୂଜାଙ୍କ କହିବା ହେଲା, ଗଣ୍ଠିଯୁକ୍ତ ସୂତାରୁ କେହି ବି ଏଥିରେ ମଣ୍ଡଲା ପ୍ୟାଟର୍ନ, ଡ୍ରିମ୍‌ କ୍ୟାଚର, ଏପରିକି ହ୍ୟାଙ୍ଗିଙ୍ଗ୍‌ ଷ୍ଟାଣ୍ଡ ବନାଇ ପାରିବ। କେବେ କେବେ ସେ ଏହାକୁ ସାଦା ସୂତାରେ ଡିଜାଇନ କରିଥାଆନ୍ତି, ନଚେତ୍‌ କାଚର ମୋତି ଏବଂ ରଙ୍ଗୀନ ପଥରରେ ସଜାଇ ଥାଆନ୍ତି। ପୂଜା ନିଜ ପଡ଼ୋଶୀମାନଙ୍କୁ ମଧ୍ୟ ଏହା ବିଷୟରେ ବୁଝାଇଥାଆନ୍ତି। ଯଦି ସେମାନେ ଏଥିରେ ଆଗ୍ରହ ଦେଖାନ୍ତି, ତ ସେ ସେମାନଙ୍କୁ ବି ଶିଖାଇ ଥାଆନ୍ତି। ପୂଜାଙ୍କ କହିବା ଅନୁସାରେ, ପ୍ରଥମେ ସେ ଏକ ଛୋଟ ଷ୍ଟୁଡିଓ ଆପାର୍ଟମେଣ୍ଟରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୫ ସୁଦ୍ଧା ସେ ଶିଳ୍ପରେ ଦକ୍ଷତା ହାସଲ କରି ନେଇଥିଲେ ଏବଂ ଅଫିସିଆଲ ଭାବେ ଏକ କମ୍ପାନୀ ବି ଲଞ୍ଚ୍‌ କରିଥିଲେ। ପୂଜାଙ୍କ ସ୍ୱାମୀ ସୁଭାଷ କୁମାର କୁହନ୍ତି, ଆମେ କଞ୍ଚା ମାଲ କିଣିବା ପାଇଁ ମାତ୍ର ୫,୦୦୦ ଟଙ୍କାର ନିବେଶ ସହିତ କମ୍ପାନୀ ଆରମ୍ଭ କରିଥିଲୁ, ଯାହାକି ମାର୍କେଟିଂ ଏବଂ ଆର୍ଥିକ ଦୃଷ୍ଟିକୋଣକୁ ଦେଖିଥାଏ।

ପୂଜା କୁହନ୍ତି, ପ୍ରଥମେ ଆମକୁ ସପ୍ତାହରେ ମାତ୍ର ଚାରି କିମ୍ବା ପାଞ୍ଚଟି ଅର୍ଡର ମିଳୁଥିଲା, ଆଉ ତାହା ବି ସାଙ୍ଗସାଥୀ ଏବଂ ସମ୍ପର୍କୀୟ ଲୋକଙ୍କଠାରୁ। ଏଥିରୁ ସେ ଯାହା ପଇସା କମାଉଥିଲେ, ତାହା ସାମଗ୍ରୀ ମୂଲ୍ୟ ଏବଂ ନିଜ କର୍ମଚାରୀଙ୍କୁ ଦରମା ଦେବା ପାଇଁ ପର୍ଯ୍ୟାପ୍ତ ଥିଲା। ଧୀରେ ଧୀରେ ଅଧିକ ଲୋକଙ୍କ ପାଖରେ ଏହି କଳା ପହଞ୍ଚିଥିଲା। ଏହି ବିକ୍ରିକୁ ସେ ୧୦ ଗୁଣା ବଢ଼ାଇବାରେ ସକ୍ଷମ ହୋଇଥିଲେ। ୨୦୨୦ ସୁଦ୍ଧା ସେମାନଙ୍କୁ ଗୋଟିଏ ଦିନରେ ୧୫୦ ଅର୍ଡର ମିଳିବାକୁ ଲାଗିଲା ବୋଲି ସେ କହିଛନ୍ତି। ଯଦିଓ ଏବେ କରୋନା ଯୋଗୁ ବ୍ୟବସାୟ ସାମାନ୍ୟ ଫିକା ପଡ଼ି ଯାଇଛି, କିନ୍ତୁ ଟିମ୍‌କୁ ପ୍ରତ୍ୟେକ ଦିନ ୪୦ରୁ ଅଧିକ ଅର୍ଡର ମିଳୁଛି। ଯଦି ଆପଣ ବି ତାଙ୍କୁ ଅର୍ଡର ଦେବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କର େଓ୍ଵବ୍‌ସାଇଟ, ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ପେଜ୍‌ ଭିଜିଟ୍‌ କରିପାରିବେ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

8 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

12 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

12 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

12 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

12 hours ago