କର୍ମଚାରୀ ମାନଙ୍କ ପାଦ ଧୋଇ ସମ୍ମାନିତ କଲେ ମହିଳା ବସ, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

କର୍ମଚାରୀ ମାନଙ୍କୁ ସେମାନଙ୍କ ଭଲ କାମ ପାଇଁ ବୋନସ ଦିଆଯିବା କଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଭଲ ପ୍ରଦର୍ଶନ ପାଇଁ ଜଣେ ମହିଳା ବସ ଯେ କର୍ମଚାରୀ ମାନଙ୍କ ପାଦ ଧୋଇଦେବା ଘଟଣା ହୁଏତ କେହି କେବେ ଶୁଣି ନ ଥିବେ କି ଦେଖି ନ ଥିବେ । ହଁ ଏମିତି ହିଁ ଏକ ଘଟଣା ଘଟିଛି ଭାରତର ପଡୋଶୀ ରାଷ୍ଟ୍ର ଚୀନରେ । ଚୀନରେ ଥିବା ଏକ କସମେଟିକ କମ୍ପାନୀରେ ୮ ଜଣ କର୍ମଚାରୀ କାମ କରିଥାନ୍ତି । ପ୍ରକୃତରେ ଏହି କର୍ମଚାରୀ ମାନଙ୍କୁ ଯେଉଁ କମ୍ପାନୀ ତରଫରୁ ଯେତେ ପରିମାଣର ପ୍ରଡକ୍ଟ ଗୁଡିକ ସେଲିଂ କରିବାର ଯେଉଁ ଟାରଗେଟ ଦିଆଯାଇଥିଲା । ସେମାନେ ତା ଠାରୁ ଅଧିକ ବିକ୍ରି କରିଥିଲେ । ଯାହା ଫଳରେ କମ୍ପାନୀର ବହୁ ଲାଭ ଦ୍ବି ଗୁଣ ବୃଦ୍ଧି ପାଇଥିଲା ।

china

ଏଥିରେ ଖୁସି ହୋଇ କମ୍ପାନୀ ମାଲିକ, କର୍ମଚାରି ମାନଙ୍କୁ କିଛିଟା ଭିନ୍ନ ଭାବେ ସମ୍ମାନ କରିବାକୁ ଚିନ୍ତା କରିଥିଲେ । ତେଣୁ ଏକ କାର୍ଯ୍ୟକ୍ରମର ଆୟୋଜନ କରି ସେଥିରେ କମ୍ପାନୀର ବସ ନିଜେ କର୍ମଚାରୀ ମାନଙ୍କୁ ବସାଇ ସେମାନଙ୍କ ପାଦ ଧୋଇଥିଲେ । ଅନ୍ୟ ଜଣେ ମହିଳା ଅଧିକାରୀ କର୍ମଚାରୀ ମାନଙ୍କୁ ହାତ ଯୋଡି ଅଭିବାଦନ ମଧ୍ୟ ଜଣାଇଥିଲେ । ସୂତ୍ର ଅନୁସାରେ ଏହି ଘଟଣାଟି ଚଳିତ ମାସ ଅର୍ଥାତ ନଭେମ୍ବର ୨ ତାରିଖରେ ଘଟିଥିଲା । ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଏକ ସାକ୍ଷାତ୍କାରରେ କମ୍ପାନୀ ତରଫରୁ କୁହାଯାଇଛିଯେ , କର୍ମଚାରୀ ମାନଙ୍କୁ ଭଲ ପ୍ରଦର୍ଶନରେ ଆୱାର୍ଡ ତ ପ୍ରାୟ ସବୁ କମ୍ପାନୀ ଦେଇଥାନ୍ତି । କିନ୍ତୁ ଆମେ କିଛିଟା ଅଲଗା କରିବାକୁ ଚେଷ୍ଟା କରି ଏପରି ଏକ ପଦକ୍ଷେପ ନେଇଥିଲୁ ।

ଏହା ସହ ପଢନ୍ତୁ: ଏମିତି ଜଣେ ମଣିଷ ଯିଏ ଖରାଦିନେ ନିଆଁ ପୁଅଁନ୍ତି ଓ ଶୀତଦିନେ ଖାଆନ୍ତି ବରଫ

ଆଉ ଆମର ବିଶ୍ୱାସ ରହିଛିକି ଏପରି ସମ୍ମାନ କରିବା ଦ୍ୱାରା କର୍ମଚାରୀ ମାନଙ୍କ କମ୍ପାନୀ ପ୍ରତି ଆଗ୍ରହ ଓ ଉତ୍ସାହ ବହୁ ଗୁଣ ବଢିଯିବ । ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ଆହୁରି ମନ ଲଗାଇ କାମ କରିବେ । ରିପୋର୍ଟ ଅନୁଯାୟୀ କିଛି ଲୋକ କମ୍ପାନୀର ଏପରି ଏକ ଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିବା ବେଳେ କିଛିଜଣ ସମାଲୋଚନା ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.