ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛି ଭୂତ, ସମ୍ବନ୍ଧ ପରେ ହୋଇଯାଉଛି ଗାଏବ

ଭୂତ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ମହିଳା। ବିଶ୍ୱାସ ହେଉନଥିଲେ ବି ଏହାକୁ ସତ ବୋଲି ଦାବି କରିଛନ୍ତି ଯୁବତୀ ଜଣକ। ଲୋକମାନେ ସାଧାରଣତଃ ମଣିଷଙ୍କ ସହ ଶାରୀରିକ ସମ୍ପର୍କ ରଖି ଚରମ ତୃପ୍ତି ଲାଭ କରିଥାନ୍ତି। କିନ୍ତୁ ଏହି ମହିଳାଙ୍କୁ ଜଣେ ଭୂତ ଏହି ସୁଖ ଦେଉଛି। ଜଣେ ମଣିଷ ସହ ସମ୍ପର୍କ ରଖିଲେ ଯେଉଁଭଳି ଖୁସି ଅନୁଭବ ହୁଏ, ଏହି ଭୂତ ତାଙ୍କୁ ସେଭଳି ଖୁସି ଦେଇଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଏହି ଭୂତ ତାଙ୍କୁ ମଣିଷଙ୍କ ଠାରୁ ମଧ୍ୟ ଅଧିକ ତୃପ୍ତ କରୁଥିବା ମହିଳା ଜଣକ କହିଛନ୍ତି। ଏହି କାରଣରୁ ସେ ଚିନ୍ତିତ ବି ଅଛନ୍ତି ବୋଲି କହିଛନ୍ତି।

ମହିଳା ଦାବି କରିଛନ୍ତି, ତାଙ୍କ ପ୍ରେମିକ ଶାରୀରିକ ସମ୍ପର୍କ ବେଳେ ତାଙ୍କୁ ଏତେ ଇଣ୍ଟେନ୍ସ ଅର୍ଗାଜମ୍‌ ଅନୁଭବ କରାଇଥାଏ ଯେ ତାଙ୍କ ନିଃଶ୍ୱାସ ଅଟକିଯାଏ। ଏହି କାରଣରୁ କେତେବେଳେ ତାଙ୍କ ଜୀବନ ବି ଚାଲିଯାଇପାରେ ବୋଲି ମହିଳା ଜଣକ କହିଛନ୍ତି। ଏଣୁ ଏବେ ତାଙ୍କୁ ନିଜ ଭୂତ ପ୍ରେମିକ ସହ ବେଡ୍‌ରେ ରୋମାନ୍ସ କରିବାକୁ ଡର ଲାଗୁଛି। ମହିଳା କହିଛନ୍ତି,ତାଙ୍କ ଭୂତ ପ୍ରେମିକ ପ୍ରତି ରାତିରେ ତାଙ୍କ ସହ ସମ୍ପର୍କ ରଖିବାକୁ ଆସେ। ଏହି ସମୟରେ ହେଉଥିବା ଏକ୍ସାଇଟ୍‌ମେଣ୍ଟ ଯୋଗୁ ତାଙ୍କ ଜୀବନ ଚାଲିଯିବା ଭୟ ରହିଛି। ସବୁଠୁ ଅଜବ କଥା ହେଉଛି ଯଦି କେତେ ବେଳେ ମହିଳା ରୋମାନ୍ସ ପାଇଁ ମନା କରୁଛନ୍ତି ସେତେବେଳେ ଭୂତ ପ୍ରେମିକ ରାଗି ବି ଯାଉଛି।

ghost
Image Credit: News18

ଇଂଲଣ୍ଡରେ ରହୁଥିବା ୩୮ ବର୍ଷୀୟା ବ୍ରୋକର୍ଡ ନିଜ ପ୍ରେମ କାହାଣୀ ଲୋକଙ୍କ ସହ ସେୟାର କରିଛନ୍ତି। ସେ କହିଛନ୍ତି, ଥରେ ବାତ୍ୟା ବେଳେ ଚାରି ଆଡ଼ ଅନ୍ଧାର ହୋଇଯାଇଥିଲା। ସେହି ରାତିରେ ତାଙ୍କୁ ନିଦ ଆସୁନଥିଲା। ଏହି ସମୟରେ ତାଙ୍କ ପାଖକୁ ଏଡ୍‌ଓ୍ଵାର୍ଡ ନାମକ ଏକ ଭୂତ ଆସିଥିଲା। ସେ ସେନାରେ ଯବାନ ଭାବେ କାମ କରୁଥିଲା। କିନ୍ତୁ ୩୫ ବର୍ଷ ବୟସରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା। ସେହି ରାତିରେ ହିଁ ସେ ଏଡ୍‌ଓ୍ଵାର୍ଡକୁ ଭଲ ପାଇ ବସିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଛି। କିନ୍ତୁ ଏବେ ଏହି ସମ୍ପର୍କ ତାଙ୍କ ଜୀବନ ପାଇଁ ବିପଦ ସାଜିପାରେ ବୋଲି ସେ ଡରୁଛନ୍ତି।

ବ୍ରୋକର୍ଡ କହିଛନ୍ତି, ଉଭୟଙ୍କ ରୋମାଣ୍ଟିକ୍‌ ଲାଇଫ୍‌ ଭଲରେ ଚାଲୁଥିଲା। କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଖରାପ ହେଉଛି। ତାଙ୍କ କହିବାନୁସାରେ, ଏଡ୍‌ଓ୍ଵାର୍ଡଙ୍କ ଠାରୁ ମିଳୁଥିବା ଅର୍ଗାଜମ୍‌ ଅତ୍ୟଧିକ ହୋଇଯାଉଛି। ଏହି ଅନୁଭବକୁ ସେ ଗ୍ରହଣ କରିପାରୁନାହାନ୍ତି। ଏହି ଚରମ ସୁଖ ବେଳେ କେତେବେଳେ ବି ତାଙ୍କର ମୃତ୍ୟୁ ହୋଇପାରେ। ସେ କହିଛନ୍ତି ଯେ ଭୂତ ଜାଣିଶୁଣି ଏମିତି କରୁଛି। ଫଳରେ ତାଙ୍କର ମୃତ୍ୟୁ ହୋଇଯିବ ଓ ସେ ତାଙ୍କୁ ନିଜ ପାଖକୁ ନେଇଯିବ। କିନ୍ତୁ ସେ ଏବେ ମରିବାକୁ ଚାହୁଁନାହାନ୍ତି।

ସେ କହିଛନ୍ତି, ଯେତେବେଳେ ବି ତାଙ୍କ ଭୂତ ପ୍ରେମିକର ଇଚ୍ଛା ହୁଏ, ସେ ସମ୍ପର୍କ ସ୍ଥାପନ କରେ। ସେତେବେଳେ ତାଙ୍କ ଇଚ୍ଛା ନଥିଲେ ବି ତାଙ୍କୁ ସମ୍ପର୍କ ରଖିବାକୁ ପଡ଼େ। କିନ୍ତୁ ସମ୍ପର୍କ ସ୍ଥାପନ ପରେ ଭୂତ ପଳାଇଥାଏ। ସେ ଆଉ ଆସିନଥାଏ। ବ୍ରୋକର୍ଡ ନିଜ ଷ୍ଟୋରି ସେୟାର କରି ଲୋକଙ୍କ ଠାରୁ ସାହାଯ୍ୟ ମାଗିଛନ୍ତି। ଏଭଳି ସ୍ଥିତିରେ କଣ କରିବା ଠିକ୍‌ ହେବ ବୋଲି ଲୋକଙ୍କୁ ପଚାରିଛନ୍ତି ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.