ବାୟା କଲା ରିଲ୍ସ ନିଶା : ଗଛ ଉପରେ ଚଢି ଡ୍ୟାନ୍ସ କଲେ ମହିଳା

ଏବେ ଚାଲିଛି ରିଲ୍ସ ଯୁଗ । ଏହି ରିଲ୍ସ ଯୁଗରେ, ଲୋକମାନେ କିଛିବି କରିବାକୁ ପ୍ରସ୍ତୁତ । ସାଧାରଣରେ ଦୃଷ୍ଟି ଆକର୍ଷଣ କରିବାକୁ ସବୁବେଳେ କିଛି ନା କିଛି କରୁଥାନ୍ତି । ତେବେ ବର୍ତ୍ତମାନ ଏକ ଭିଡିଓ ବହୁଳ ଭାବେ ଭାଇରାଲ୍ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏବେ ଚାଲିଛି ରିଲ୍ସ ଯୁଗ । ଏହି ରିଲ୍ସ ଯୁଗରେ, ଲୋକମାନେ କିଛିବି କରିବାକୁ ପ୍ରସ୍ତୁତ । ସାଧାରଣରେ ଦୃଷ୍ଟି ଆକର୍ଷଣ କରିବାକୁ ସବୁବେଳେ କିଛି ନା କିଛି କରୁଥାନ୍ତି । ପ୍ରାୟତଃ ଏହିପରି ଭିଡିଓ ଗୁଡିକ ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳିଥାଏ । ଯେଉଁ ଭିଡିଓ ଗୁଡିକ ଭିତରୁ କିଛି ଲୋକଙ୍କୁ ହସେଇ ଥାଏ କି, କିଛି ଭିଡିଓ ଲୋକଙ୍କୁ ଚକିତ କରିଥାଏ । ତେବେ ବର୍ତ୍ତମାନ ଏକ ଭିଡିଓ ବହୁଳ ଭାବେ ଭାଇରାଲ୍ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡିଓରେ ଲେହେଙ୍ଗା ଓଢଣୀ ପିନ୍ଧିଥିବା ଜଣେ ମହିଳା ଏକ ଶୁଖିଲା ଗଛର ଡାଳ ଉପରେ ନାଚୁଥିବା ନଜର ଆସିଛନ୍ତି । ଯାହାକୁ ଦେଖିଲେ ଆପଣ ମାନେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଆଜିକାଲି, ରିଳ୍ସ ମାଧ୍ୟମରେ ଲୋକପ୍ରିୟ ହେବାକୁ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛଘୁଞ୍ଚା ଦେଉନାହାନ୍ତି । ଯେପରି ଏହି ଭାଇରାଲ୍ ଭିଡିଓ ଦେଖିଲେ ଅନୁମାନ କରିପାରିବେ ।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେମହିଳା ଜଣକ ହଠାତ୍ ଗଛର ଉପରି ଭାଗରେ ଥିବା ପତଳା ଡାଳ ଉପରେ ନାଚିବାକୁ ଲାଗୁଛନ୍ତି । ଭିଡିଓରେ ମହିଳା ଜଣକ ଏକ ଲୋକପ୍ରିୟ ହୀନ୍ଦି ଗୀତରେ ନାଚୁଛନ୍ତି । ଏହି ଭିଡିଓ ଇନଷ୍ଟାଗ୍ରାମରେ @miss_pooja_official_887 ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓ ସେୟାର କରିବାବେଳେ କ୍ୟାପସନ୍ ଲେଖାଯାଇଛି, ‘ନୂଆ ଗଛ’। ତେବେ ଏହା ଗୋଟିଏ ଭିଡିଓ ନୁହେଁ ଏମିତି ଅନେକ ଭିଡିଓରେ ମହିଳା ଜଣକ ଗଛ ଉପରେ ନାଚୁଥିବାର ଦେଖିବାକୁ ମିଳୁଛନ୍ତି ।

ତେବେ ଏହି ଭିଡିଓଟିକୁ ବହୁତ ଲୋକ ଦେଖିଥିବା ସହିତ କିଛି ଏହାକୁ ପସନ୍ଦ କରୁଛନ୍ତି ତ କିଛି ନାପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ, ଯେଉଁମାନେ ଭିଡିଓ ଦେଖିଛନ୍ତି ସେମାନେ ଏଥିରେ ବିଭିନ୍ନ ମନ୍ତବ୍ୟ ଦେଇ ମଜା କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ଭାରତୀୟ ନୃତ୍ୟ ଏପରି ଉଚ୍ଚତାରେ ପହଞ୍ଚିଛି … ମୁଁ ଏହା ଜାଣି ନଥିଲି । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ମୁଁ ପୂର୍ବରୁ କହିଥିଲି ଯେ ଗାଁରେ ଜିଓ ଟାୱାର ସ୍ଥାପନ କରନ୍ତୁ ନାହିଁ, ଦେଖିଲେ ତ ଏହାର ଫଳାଫଳ? ସେହିପରି ତୃତୀୟ ଉପଭୋକ୍ତା ଜଣକ ଲେଖିଛନ୍ତି, ହେ ଦିଦି, ଟିକେ ସତର୍କ ରୁହ, ନଚେତ୍ ତୁମର ପାଦ ଯଦି ଖସିଯିବ, ତାହାହେଲେ ତୁମେ ସିଧାସଳଖ ଯାଇ ଯମରାଜଙ୍କୁ ଭେଟିବ ।

ତେବେ ଏହି ଭିଡିଓ ଦେଖିଲେ ଯେ କେହିବି କହିବ ବାୟା କଲା ରିଲ୍ସ ନିଶା । ରିଲ୍ସ ପାଇଁ ମାନୁନାହାଁନ୍ତି ବନ୍ଧ ବାଡ ନିୟମ କାନୁନ । ଆପଣ ତ ଜାଣିଛନ୍ତି ସୋସିଆଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ । ଦିନରାତି ଏଥିରେ ମାତୁଛନ୍ତି ପିଲାଠୁ ନେଇ ବୁଢା । ଲାଇକ୍‌, କମେଣ୍ଟ, ସେୟାର ମାୟାରେ କଣ ସବୁ କରୁଛନ୍ତି ସେମାନେ ନିଜେ ବି ଜାଣିପାରୁନାହାନ୍ତି ।

You might also like