ଚିକିତ୍ସାଳୟରୁ ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଅଟକ ରଖିଛି ପୋଲିସ

ବାରିପଦା : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ପିଲା ଚୋରି ଅଭିଯୋଗ।

ହସ୍ପିଟାଲ ବେଡରୁ ଟିକିଏ ସ୍ତ୍ରୀ ଛୁଆକୁ ଛାଡ଼ି ବାହାରକୁ ଯାଇଥିଲେ ସ୍ବାମୀ ଜଣକ । ଆସିକି ଦେଖିଲାରୁ ୨ ଶିଶୁ ନାହାଁନ୍ତି । ପିଲା ୨ ଟି ଏଇଠି ଥିଲେ ସଙ୍ଗେ ସଙ୍ଗେ କୁଆଡ଼େ ଉଦ୍ଭାନ ହୋଇଗଲେ । ପୁରା ହସ୍ପିଟାଲରେ ପଡ଼ିଗଲା ଚହଳ । ଛୁଆକୁ ନ ପାଇ ବାପା ମା’ଙ୍କ ମୁଣ୍ଡ କାମ କରିଥିଲା । ପୂରା ପରିବାର ଛୁଆଙ୍କୁ ଖୋଜା ଖୋଜିରେ ଲାଗିପଡ଼ିଥିଲେ । କିଛି ସମୟ ପାଇଁ ମେଡିକାଲ ପରିସରରେ ହୋ ହାଲ୍ଲା ପାଟିତୁଣ୍ଡ ହୋଇଥିଲା। ପରେ ଦେଖିବାକୁ ପାଇଥିଲେ ୨ ଟି ଶିଶୁକୁ ଜଣେ ମହିଳା ନେଇ ଯାଉଥିବାର। ଖୁବ୍ ଜୋରରେ ଚିତ୍କାର କରି କାନ୍ଦୁ ଥାଆନ୍ତି ବାପା ମା’କୁ ନ ପାଇ କୁନି ଶିଶୁ ଦୁଇଜଣ । ମହିଳା ଜଣକ ଜଣେ ଶିଶୁ କାଖରେ ଧରି ଧରିଥିବା ବେଳେ ଅନ୍ୟ ଜଣେ ଶିଶୁକୁ ଚଲାଇ ଚଲାଇ ନେଉଥାଆନ୍ତି ।

ସେକ୍ କମିରୁଦ୍ଦିନଙ୍କ ସ୍ତ୍ରୀ ପ୍ରସବ ପରେ ରକ୍ତ ହୀନତା ଯୋଗୁଁ ଚିକିତ୍ସାଳୟ ରେ ଭର୍ତ୍ତି ଥିଲେ । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ମହିଳା ବେଡ୍ ରୁ ଦୁଇ ଶିଶୁଙ୍କୁ ଚୋରି କରି ପାଳାଉ ଥିବା ସମୟ ରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁର ସନ୍ଧ୍ୟାରାଣୀ ମହାନ୍ତ । ଡାକ୍ତରଖାନାରୁ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ ଟି ଶିଶୁଙ୍କୁ ଚୋରି କରି ନେଉଥିବା ବେଳେ ତାଙ୍କୁ ଧରି ପୋଲିସର ଜିମା ଦେଲେ ପରିବାର ଲୋକେ। ଏନେଇ ବାରିପଦା ଟାଉନ ଥାନା ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 

Also Read:କୁନି ଝିଅ ଦେବକୀକୁ ହୋଇଛି ଅଜଣା ରୋଗ, ଡାକ୍ତରଖାନା ବୁଲି ବୁଲି ସର୍ବସ୍ଵାନ୍ତ ପରିବାର