ଅବହେଳାର ଚରମ ସୀମା, ଆଇସିୟୁରେ ବିଦ୍ୟୁତ କାଟ ଯୋଗୁଁ ବନ୍ଦ ହୋଇଗଲା ଭେଣ୍ଟିଲେଟର ଛଟପଟ ହୋଇ ମରିଗଲେ ମହିଳା

ଭାଗଲପୁରର ଜବାହରଲାଲ ନେହେରୁ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭେଣ୍ଟିଲେଟର ସାହାଯ୍ୟରେ ମହିଳାଙ୍କ ନିଶ୍ୱାସ ଚାଲୁଥିଲା । ଏହି ସମୟ ହଠାତ ବିଦ୍ୟୁତ୍ କଟିଗଲା ଏବଂ ଜେନେରେଟର କାମ କରିବା ବନ୍ଦ କରିଦେଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଶେଷ ମୁହୂର୍ତ୍ତରେ ଭେଣ୍ଟିଲେଟରରେ ଥିବା ବ୍ୟାଟେରୀ ମଧ୍ୟ ଶେଷ ହୋଇଗଲା । ଯାହା ଫଳରେ ରୋଗୀ ଜଣଙ୍କ ଅମ୍ଳଜାନ ନପାଇ ମୃତ୍ୟୁ ବରଣ କଲେ ।

ସୂଚନା ଅନୁଯାୟୀ ବୁଦ୍ଧନାଥ ନିବାସୀ ଚନ୍ଦ୍ରଶେଖର ପ୍ରସାଦଙ୍କ ପତ୍ନୀ 55 ବର୍ଷିୟା ନିର୍ମଳା ଦେବୀଙ୍କୁ ଶୁକ୍ରବାର ସକାଳ 9 ଟାରେ ମାୟାଗଞ୍ଜ ଡାକ୍ତରଖାନାରେ ଏମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କୁ ତୁରନ୍ତ ଗାଇନିକ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ । ଆଇସିୟୁରେ ରୋଗୀଙ୍କୁ ସି-ପ୍ୟାପ୍ ଭେଣ୍ଟିଲେଟରରେ ରଖାଯାଇଥିଲା ଯାହା ପରେ ରୋଗୀଙ୍କର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଉନ୍ନତ ହୋଇ ଆସୁଥିଲା ।

coronavirus ventilator   ap file photo

ରାତି ପ୍ରାୟ 8:55 ସମୟରେ ହଠାତ୍ ଆଇସିୟୁରେ ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଗଲା। ଦୁଇରୁ ତିନି ମିନିଟ୍ ବିଦ୍ୟୁତ୍ କାଟ ପରେ ଭେଣ୍ଟିଲେଟର କାମ ବନ୍ଦ କରିଦେଲା । ପରିବାର ଲୋକ ରୋଗୀଙ୍କୁ ଦ୍ୱିତୀୟ ଶଯ୍ୟାରେ ଥିବା ଭେଣ୍ଟିଲେଟର ପାଖକୁ ନେଇଯାଇଥିଲେ । ଭେଣ୍ଟିଲେଟର କାମ କରିବା ଆରମ୍ଭ କରିବା ବେଳକୁ ରୋଗୀର ରାତି ପ୍ରାୟ 9:05 ବେଳକୁ ମୃତ୍ୟୁ ଘଟିଲା । ମୃତ୍ୟୁର ତିନି ମିନିଟ୍ ପରେ ଆଇସିୟୁକୁ ଏକ ଜେନେରେଟର ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଭେଣ୍ଟିଲେଟରର ବ୍ୟାଟେରୀ ଖରାପ ଥିଲା । ଅନ୍ୟଥା, ଜେନେରେଟରରୁ ବିଦ୍ୟୁତ୍ ଯୋଗାଣ ନଥିଲେ ମଧ୍ୟ ରୋଗୀକୁ ଭେଣ୍ଟିଲେଟରର ସପୋର୍ଟ ମିଳିଥାଏ ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଯେତେବେଳେ ବିଦ୍ୟୁତ୍ କାଟ ହେଲା, ସେତେବେଳେ ବିଦ୍ୟୁତ୍ ଯୋଗାଣ କରୁଥିବା ଆଉଟସୋର୍ସିଂ ଏଜେନ୍ସିର ସୁରକ୍ଷା କର୍ମୀ ନିଖୋଜ ଥିଲେ । ସମ୍ପର୍କୀୟ ଖୋଜିବା ପରେ ମଧ୍ୟ ସେ ମିଳି ନଥିଲେ । ଏମିତିକି ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ମନିଟରିଂ କରିବାର ଦାୟିତ୍ୱ ଆଇସିୟୁରେ ପୋଷ୍ଟ କରାଯାଇଥିବା ନର୍ସ ମାନଙ୍କର ଥାଏ କିନ୍ତୁ ଯେତେବେଳେ ୧୦ ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ କଟା ହେଲା ଏବଂ ଅମ୍ଳଜାନର ଅଭାବରୁ ମହିଳା ଜଣକ ଯନ୍ତ୍ରଣା ଭୋଗୁଥିଲେ ସେତେବେଳେ ଆଇସିୟୁରେ କେହି ନର୍ସ ନଥିଲେ । ଆଇସିୟୁରେ 24 ଘଣ୍ଟିଆ ଡାକ୍ତର ନିୟୋଜିତ ବୋଲି ଡାକ୍ତରଖାନା ପ୍ରଶାସନ ଦାବି କରିଛି କିନ୍ତୁ ଡାକ୍ତରମାନେ ଏହିଭଳି ସଙ୍ଗୀନ ପରିସ୍ଥିତିରେ ମଧ୍ୟ ଡାକ୍ତରମାନେ ନିଖୋଜ ଥିଲେ ବୋଲି ପରିବାର ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.