ସ୍ପେଶାଲ

ସ୍ୱପ୍ନ ଭାଙ୍ଗି ଗଲା ବର୍ଷକ ବୋହୂର, ନିର୍ଯାତନା ନା ଆଉ କିଛି ?

ଯାଜପୁର: ଝିଅ ରୁବିନାଙ୍କ ବିବାହକୁ ମାତ୍ର ବରଷେ ହେବ । ଯେଉଁଠି କାନ୍ଥରୁ ବାହାଚିତା ଲିଭିନି ସେଇଠି ବୋହୂର କୋକେଇ ଉଠିଛି । କେଡ଼େ ଖୁସିରେ ରୁବିନା ବିବାହ କରିଥିଲେ । କେତେ ସ୍ୱପ୍ନ ନେଇ ବଧୂ ବେଶରେ ଶାଶୂ ଘରେ ପାଦ ଦେଇଥିଲେ । ଆଉ ଜୀବନସାଥି ପାଇ ବହୁତ ଖୁସି ହୋଇଯାଇଥିଲେ । ହଜାରେ ସ୍ୱପ୍ନ ନୂଆ ନୂଆ ଇଚ୍ଛାକୁ ନେଇ ରୁବିନା ସଂସାର ଗଢ଼ିବେ ବୋଲି ମନରେ ଆଶା ବାନ୍ଧିଥିଲେ । ହେଲେ ତାଙ୍କ ସହ ଏପରି କିଛି ଘଟିଯିବ ସେ କେବେ ଭାବି ନଥିଲେ । କିନ୍ତୁ ଏହି ଯୌତୁକ ନେଇଗଲା ରୁବିନାଙ୍କ ଜୀବନ । ଶାଶୂଘରର ନିର୍ଯାତନା ତାଙ୍କୁ ଅସହ୍ୟ ହେଲା ବୋଉକୁ ଫୋନ୍‌ କରି ସବୁ ଜଣାଇବାକୁ ବାହାରିଥିଲେ ହେଲେ କିଛି ଜଣାଇବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜିଦେଲେ । ଏବେ ମୁଣ୍ଡ ପିଟି କାନ୍ଦୁଛନ୍ତି ବାପା ମା । କାରଣ ରୁବିନାଙ୍କ ବାପା ମା ତାଙ୍କ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।

ପୁଣି ସାମ୍ନାକୁ ଆସିଛି ଯୌତୁକ ପାଇଁ ବଧୂକୁ ଦିଆଯାଇଛି ନିର୍ଯାତନା । ଶାଶୁ ଘରେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ଏ ଘଟଣା ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର । ମୃତ ବୋହୁ ହେଲେ ରୁବିନା ରାଉତ । ରୁବିନାଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲାର ଗୁଣ୍ଠଳ ଗାଁରେ । ସେ ଏକ ବର୍ଷ ହେବ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୌରାଙ୍ଗ ରାଉତଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ରୁବିନା ନିଜ ଶଶୁଘରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ଓ ଗ୍ରାମବାସୀଙ୍କ ସାହାଯ୍ୟରେ ରୁବିନାଙ୍କୁ ଉଦ୍ଧାର କରାଯାଇ ବିଂଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ରୁବିନାଙ୍କ ଶାଶୂଘର ଲୋକେ ରୁବିନା ନିଜେ ଜୀବନ ହାରିଥିବା କଥା କହୁଥିବା ବେଳେ ଯୌତୁକ ପାଇଁ ରୁବିନାଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏ ନେଇ ବିଞ୍ଝାରପୁର ପୋଲିସ ଏକ ମାମଲା ରୁଜୁ କରି ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ଅଭିଯୁକ୍ତ ସ୍ଵାମୀଙ୍କୁ ବିଞ୍ଝାରପୁର ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

Sasmita

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

9 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

12 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

32 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago