ଅନ୍ୟ ଘରେ କାମ ପାଇଟି କରୁଥିଲେ, ଏବେ ବର୍ଷକୁ ରୋଜଗାର କରୁଛନ୍ତି ୩ କୋଟି ଟଙ୍କା

କଥାରେ ଅଛି ପେଟର ଭୋକ ଜ୍ୱାଳା ଲୋକକୁ ସବୁକିଛି କରେଇ ଦିଏ ।  କିନ୍ତୁ ଯେଉଁ ମାନଙ୍କ ଭିତରେ ଜୀବନରେ କିଛି କରି ଦେଖେଇବା ନେଇ ଗୋଟେ ଦୃଢ଼ ଇଚ୍ଛାଶକ୍ତି ଥାଏ ସେମାନେ କିଛି ବି ବାଧାବିଘ୍ନକୁ ସହଜରେ ଅତିକ୍ରମ କରିପାରନ୍ତି । ନିଜେ କଳେ ବଳେ କୌଶଳେ ସଫଳତାର ରାସ୍ତା ନିଜେ ଖୋଜି ବାହାର କରିଦିଅନ୍ତି ଏମାନେ ।  ଆଉ କଷ୍ଟର ସାମ୍ନା କରି ନିଜ ଲକ୍ଷ ସ୍ଥଳରେ ପହଂଚି ଯାଆନ୍ତି | କିନ୍ତୁ ବେଳେ ବେଳେ ଏମିତି ବି ହୁଏ ନିଜ ପରିସ୍ଥିତି ସୁଧାରିବା ନେଇ କରାଯାଇଥିବା କାମ ଅନ୍ୟ ମାନେ ବୁଝି ପାରନ୍ତି ନାହିଁ ।  ଆଉ ବ୍ୟକ୍ତିକୁ ସମାଲୋଚନା କରିଥାନ୍ତି ।  ଠିକ ଏମିତି ହିଁ ଏକ ଘଟଣା ଆମେରିକାରେ ଘଟିଥିବା ନଜର ଆସିଛି ।  ମହିଳା ଜଣଙ୍କ ନିଜ ସ୍ଥିତି ସୁଧାରିବା ପାଇଁ ହେଉ ଅବା ଜୀବନରେ ସଫଳତା ହାସିଲ କରିବା ନେଇ ହେଉ ସେ ଏମିତି କିଛି କାମ କରିଛନ୍ତି ଯାହାକି ପରିବାର ଲୋକେ ଗ୍ରହଣ କରିପାରି ନାହାନ୍ତି ।  ଆମେରିକାର ଟେକ୍ସସ ସହର ବାସିନ୍ଦା କର୍ଟନୀ ଏନ ପୂର୍ବରୁ ଅନ୍ୟ ଲୋକମାନଙ୍କ ଘରେ ଝାଡୁ ପୋଛା କରିଆସୁଥିଲେ ।  ଆଉ ତାଙ୍କ ସ୍ୱାମୀ ନିକ ମାର୍କେଟିଙ୍ଗ କ୍ଷେତ୍ରରେ ଛୋଟ ମୋଟ ଚାକିରୀ କରୁଥିଲେ | କର୍ଟନୀ ଙ୍କର ଦୁଇଟି ଝିଅ ଥିବା ବେଳେ ପତି ପତ୍ନୀ ଦୁହେଁ ମିଶି ଯେଣତେଣ ପ୍ରକାରେ ଘର ଚଳାଇ ଆସୁଥିଲେ ।  ତାଙ୍କ ସ୍ୱାମୀ ଭୋର ସମୟରେ ନିଜ କାମକୁ ବାହାରି ଯାଆନ୍ତି ।  ଆଉ ଏହା ପରେ ଘରର ସବୁ ଦାୟିତ୍ୱ କର୍ଟନୀଙ୍କ ଉପରେ | ଘରର ସବୁ କାମ ଶେଷ କରି ଝିଅକୁ ସ୍କୁଲ ପଠାଇ ଅନ୍ୟ ଘରେ କାମ କରିବାକୁ ବାହାରି ଯାଆନ୍ତି ।

ଏମିତି ଖୁବ ଦୁଃଖ କଷ୍ଟରେ ପରିବାରର ଗୁଜୁରାଣ ମେଂଟାଉଥିଲା ।  କିନ୍ତୁ କର୍ଟନୀଙ୍କ ସୋସିଆଲ ମିଡ଼ିଆ ଚଳେଇବାରେ ଖୁବ ସଉକ ଥିଲା ।  ଆଉ ସେ ଏଥିରେ ଭିନ୍ନ ଭିନ୍ନ ମଡେଲ ମାନଙ୍କ ଫଟୋ ଦେଖୁଥିଲେ ।  ଏସବୁ ଦେଖି ପତି ନିକ କର୍ଟନୀଙ୍କୁ କହୁଥିଲେଯେ ସେ ବି ଠିକ ଜଣେ ମଡେଲ ଭଳି ଦେଖାଯାଉଛନ୍ତି ।  ସେ ବି ନିଜ ବୋଲ୍ଡ ଫଟୋ ସବୁକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉଚିତ ।  ସ୍ୱାମୀଙ୍କ ଏହି କଥାକୁ ପ୍ରଥମେ ପ୍ରଥମେ ଗୁରୁତ୍ୱ ଦେଇନଥିଲେ କର୍ଟନୀ ।  କିନ୍ତୁ ପରେ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ବୋଲ୍ଡ ଫଟୋ ସେୟାର କରିବା ଆରମ୍ଭ କରିଦେଇଥିଲେ ।  ଏଥିରୁ ତାଙ୍କର ଭଲ ରୋଜଗାର ବି ହେଉଥିଲା ।  ଏମିତି କିଛି ଦିନ ପରେ ନ୍ୟୂଡ ଫଟୋ ଗୁଡିକୁ ବିକ୍ରି କରିବା ଆରମ୍ଭ କରିଥିଲେ ।  କର୍ଟନୀଙ୍କ ଅନୁଯାୟୀ ମାତ୍ର କିଛି ଦିନ ଭିତରେ ସେମାନଙ୍କ ରୋଜଗାର ପୂର୍ବାପେକ୍ଷା ୧୦ ଗୁଣା ବଢିଯାଇଥିଲା ।  ଏମିତିକି ବର୍ଷକୁ ୩.୫ କୋଟି ଟଙ୍କା ରୋଜଗାର କରୁଥିଲେ ସେମାନେ ।  ଦୁହେଁ ପତିପତ୍ନୀ କାମ ଛାଡ଼ି କଣ୍ଟେଣ୍ଟ ବନେଇବା ଆରମ୍ଭ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.