କେବେ ଛୁରି ତ କେବେ ଟେବଲ ତ ପୁଣି କେବେ ଇଲେକ୍ଟ୍ରିକ୍ ସରଞ୍ଜାମ ଖାଉଛନ୍ତି ମହିଳା, ଏହି ଭାଇରାଲ ଭିଡିଓ ଦେଖିଲେ ଆପଣ ହୋଇଯିବେ ଚକିତ

କେକ୍ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ବଭିନ୍ନ ଉତ୍ସବରେ କେକ୍ କଟାଯିବା ଦେଖାଯାଇଥାଏ । କେକ ମଧ୍ୟ ବିଭିନ୍ନ ପ୍ରକାର ହୋଇଥାଏ । ତେବେ ମହିଳା ଜଣେ ଖାଉଥିବା କେକ ଦେଖିଲେ ଆପଣ ହଇରାଣ ହୋଇଯିବେ ।
ମହିଳା ଖାଉଥିବା କେକ କେତେବେଳେ ଛୁରି ତ କେତେବେଳେ ଟେବଲ ତ ପୁଣି କେତେବେଳେ ଇଲେକ୍ଟ୍ରିକ ପ୍ଲଗ୍ । ଆଉ କେତେବେଳେ ମଣିଷର ହାତ ତ ପୁଣି କଂଚା ପରିବା । ଯାହା ନାହିଁ ତାହା ଖାଇ ଚାଲିଛନ୍ତି ଉକ୍ତ ମହିଳା । ଆପଣ ଏହି ଭିଡିଓଟିକୁ ଦେଖିଲେ ଚକିତ ହୋଇଯିବେ ।
ଟ୍ଵିଟର ପ୍ଲାଟଫର୍ମ ‘ ଦି ଆର୍ଟ ଅଫ୍ ପେଣ୍ଟ’ ଆକାଉଣ୍ଟରେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଏହି ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୬ ହଜାର ଲୋକେ ଦେଖିସାରିଲେଣି ।
୧୨ ହଜାରରୁ ଅଧିକ ଲୋକେ ଏହି ଭିଡିଓକୁ ଲାଇକ କରିଛନ୍ତି ଓ ୫ ହଜାରରୁ ଅଧିକ ସେୟାର ହୋଇଛି । ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ବଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ମିଳିବାରେ ଲାଗିଛି ।
View this post on Instagram
ଛୁରି,ଟେବଲ ଆଦି ଖାଉଥିବା ମହିଳା ଜଣକ ବାସ୍ତବରେ ଏହାକୁ କେକ୍ ରେ ପ୍ରସ୍ତୁତ କରିଛନ୍ତି । ଯାହାକୁ ଖାଇବା ବେଳେ ଦେଖିଲେ ଆପଣ ଜାଣିପାରିବେ ନାହିଁ ଯେ ଏହା କେକ୍ ବୋଲି । ଯାହାକି ଦର୍ଶକଙ୍କୁ ବେଶ ଚକିତ କରିଛି ।