କାର ଟାୟାର ଭିତରେ ପଶିଗଲା ଅଜଗର, ଆଉ ତା’ ପରେ

ସାପ ନାମ ଶୁଣିଲେ ଲୋକ ଭୟରେ ଛାନିଆ ହୋଇଯାଆନ୍ତି। ଆଉ ସାପ ଆପଣଙ୍କ ଘରେ କିମ୍ବା ଗାଡିରେ ପଶିଥିବା ଖବର ଶୁଣିଲେ ବେଶୀ ଡରଲାଗିଥାଏ। ଏମିତି ଏକ ଅଜବ ଘଟଣା ନିୟୁ ମେକ୍ସିକୋରେ ଦେଖିବାକୁ ମିଳିଛି। ଜଣେ ମହିଳା କାର ଚକାରେ ଅଜଗର ଦେଖି ଚକିତ ହୋଇପଡିଥିଲେ। ସେ ତୁରନ୍ତ ପୋଲିସରେ ଏ ନେଇ ସୂଚନା ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ କଷ୍ଟରେ କାର ଚକାରୁ ୩ ଫୁଟ ଲମ୍ବର ଏକ ଅଜଗରକୁ ବାହାର କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ଚକା ଭିତରେ ପଶି ସାପଟି ଇଞ୍ଜନ ଆଡକୁ ଯାଇଥିଲା। ଏହି ସାପର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ନିୟୁମେକ୍ସିକୋ ସହରରେ ଗତ ଅଗଷ୍ଟ ୪ରେ ଏହି ଘଟଣା ଘଟିଥିଲା। ଅଜଗରିଟି ଚକାରେ ଥିବା ନେଇ ମହିଳା ଜଣକ ପୋଲିସକୁ ଖବର ଦେବା ଭିତରେ ସାପଟି ଇଞ୍ଜନ ଆଡକୁ ଯାଇଥିଲା। ପୋଲିସ ଯେତେବେଳେ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଧରା ଦେଇନଥିଲା। ପୋଲିସ ବାଧ୍ୟ ହୋଇ ସ୍ନେକ ହେଲପଲାଇନ କର୍ମଚାରୀକୁ ଡାକି ସାପକୁ ଚକାରୁ ବାହାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.