ଆମାଜନ ଭୁଲରେ ମହିଳାଙ୍କୁ ପଠାଇଦେଲା ୧୫୦ ପ୍ୟାକେଟ ପାର୍ସଲ, ଜାଣନ୍ତୁ ଆଗକୁ କଣ ହେଲା

ଆମେରିକାର ନ୍ୟୁୟର୍କରେ ଜଣେ ମହିଳା ଖୁଲାସା କରିଛନ୍ତି ଯେ ସେ କୌଣସି ଅର୍ଡର ନ ଦେଇ ମଧ୍ୟ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ଶହ ଶହ ପ୍ୟାକେଟ ତାଙ୍କୁ ମିଳିଛି l ନିକଟରେ ଜିଲିୟନ କନ୍ନନ ଫେସବୁକରେ ନିଜର କାହାଣୀ ଶୁଣାଇ କହିଥିଲେ ଯେ ତାଙ୍କୁ ମିଳିଥିବା ପ୍ୟାକେଜ ଗୁଡ଼ିକ ଏତେ ବଡ ଯେ ଏହା ତାଙ୍କ ଘରର କବାଟକୁ ମଧ୍ୟ ଘୋଡାଇ ଦେଇଥିଲା l ଆମାଜନରୁ ଗୋଟିଏ ପରେ ଗୋଟିଏ ହୋଇ ୧୫୦ ଟି ପ୍ୟାକେଟ ଆସି ତାଙ୍କ ଘରେ ପହଞ୍ଚି ଥିଲା l

କନ୍ନନ କହିଛନ୍ତି ଯେ ତାଙ୍କୁ ପ୍ରଥମେ ଜୁନ ୫ରେ ପ୍ୟାକେଟ ମିଳିବା ଆରମ୍ଭ ହୋଇଯାଇଥିଲା l ଯେତେବେଳେ କି ତାଙ୍କୁ ପ୍ରତିଦିନ ଅନେକ ପ୍ୟାକେଟ ମିଳିବାକୁ ଲାଗିଲା, ସେ ପ୍ରଥମେ ଭାବିଥିଲେ ଯେ ତାଙ୍କ ବିଜନେସ ପାର୍ଟନର ଅର୍ଡର କରିଥିବେ l ଅବଶ୍ୟ, ଡେଲିଭରି ସବୁଦିନ ଆସୁଥିବାରୁ ସେ ସନ୍ଦେହ କରିବାକୁ ଲାଗିଲେ ଏବଂ ସେ ଅନୁଭବ କଲେ ଯେ ତାଙ୍କ ସହ ପ୍ରତାରଣା କରାଯାଉଛି କିମ୍ବା କେହି ତାଙ୍କୁ ଜିନିଷ ପଠାଇ ନିଜ ଗୋଦାମ ଖାଲି କରିବାକୁ ଚେଷ୍ଟା କରୁଛି l

ତା’ପରେ ସେ କଷ୍ଟମର ସପୋର୍ଟ ସହିତ କଥା ହୋଇଥିଲେ l ସେତେବେଳେ ଆମାଜନର ଅଧିକାରୀମାନେ ତାଙ୍କୁ କହିଛନ୍ତି ଯେ କୌଣସି ଭୁଲ ନଥିଲା ଏବଂ ସବୁ ପ୍ୟାକେଟ କୁ ତାଙ୍କୁ ହିଁ ପଠାଯାଇଥିଲା l ଏକ ରିପୋର୍ଟ ଅନୁଯାୟୀ, କନ୍ନନ ତାପରେ କିଛି ବାକ୍ସ ଖୋଲି ଦେଖିଲେ ଯେ ସେଥିରେ ଉଭୟ ବୟସ୍କ ଏବଂ ଶିଶୁଙ୍କ ଆକାରରେ ଫେସ ମାସ୍କ ବ୍ୟବହାର କରିବା ପାଇଁ ହଜାର ହଜାର ସିଲିକନ ସପୋର୍ଟ ଫ୍ରେମ ଥିଲା l

ଏହା ମଧ୍ୟରେ ତାଙ୍କୁ ବଡ଼ ଟ୍ରକରେ ପ୍ୟାକେଟ ମିଳିବାକୁ ଲାଗିଲା l କନ୍ନନ ନିଜ ସ୍ୱାମୀଙ୍କ ସହ ମିଶି ଏହା ବୁଝିବା ପାଇଁ ଟ୍ରାକିଙ୍ଗ ନମ୍ବର ଏବଂ ବାରକୋଡ ସ୍କାନ କରିଥିଲେ l ଏହାସହିତ ଡେଲିଭରି ନେବାକୁ ମଧ୍ୟ ମନା କରିବାକୁ ଚେଷ୍ଟା କଲେ l ତଥାପି, ତାଙ୍କୁ ପ୍ୟାକେଟ ମିଳିବାକୁ ଲାଗିଲା l

ମାତ୍ର ପରେ ଏହି ସପ୍ତାହର ଶେଷ ବେଳକୁ ଆମାଜନ ଅସଲି ମାଲିକଙ୍କୁ ଚିହ୍ନିବାରେ ସକ୍ଷମ ହେଲା l ତେବେ ଆମାଜନ କନ୍ନନଙ୍କୁ କହିଛି ଯେ ତାଙ୍କୁ ପୂର୍ବରୁ ଡେଲିଭରି କରାଯାଇଥିବା ଆଇଟମ କିମ୍ବା ଯାହା ଟ୍ରାନଜିଟରେ ଥିଲା, ସେଗୁଡିକୁ ରଖିବାକୁ ପଡିବ l କଞ୍ଚାମାଲ ସହିତ କଣ କରାଯିବ ସେ ବିଷୟରେ ଚିନ୍ତା କରି ସେ ପାଖରେ ଥିବା ପିଲାମାନଙ୍କ ହସ୍ପିଟାଲରେ ରୋଗୀଙ୍କ ପାଇଁ ଫେସ ମାସ୍କ ତିଆରି କରିବାକୁ ସେଗୁଡିକର ବ୍ୟବହାର କରିବାକୁ ନିଷ୍ପତ୍ତି ନେଲେ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.