କୁକୁରର ଜନ୍ମଦିନ ଉପହାରରେ ମିଳିଛି ଏକ ସୁନା ଚେନ, ଯାହାର ମୂଲ୍ୟ ରହିଛି ୨.୫ ଲକ୍ଷ

ମୁମ୍ବାଇ: ଆପଣ ସମସ୍ତେ ଜାଣିଥିବେ ପ୍ରାୟ ଲୋକେ ନିଜ ଘରେ କୁକୁର ରଖିବାକୁ ବହୁତ ଭଲ ପାଆନ୍ତି । ଏମିତିକି ସେମାନେ କୁକୁର ମାନଙ୍କୁ ଏକ ସୁନ୍ଦର ନାମଟେ ଦେଇଥିବେ ତାକୁ ଅନ୍ୟ ସଦସ୍ୟ ମାନଙ୍କ ପରି ଖଟ ଉପରେ,ଘର ଭିତରେ,ସୋଫା ଉପରେ ,ଏମିତିକି ବାଇକରେ କାରରେ ନିଜ କାନ୍ଧ ଉପରେ ବସାଇ ବୁଲାଇ ଥିବାର ଭିଡିଓ କିମ୍ବା ଫୋଟ ଆପଣ ନିଶ୍ଚୟ ଦେଖିଥିବେ । ଏମିତିରେ କିଛି ଜଣ ଅଛନ୍ତି ଯେଉଁମାନେ କି କୁକର କୁ ଡ୍ରେସ ପିନ୍ଧାଇବା ଏବଂ ଜନ୍ମଦିନ ପାଳନ କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ।
ଏ ଦୃଶ୍ୟ ହେଉଛି ମୁମ୍ବାଇର । ଏ କୁକୁରକୁ ଭଲ କି ଦେଖନ୍ତୁ । ଆଜି ତାର ଜନ୍ମଦିନ । ଏଥିପାଇଁ ସେ ତା ମାଲିକାଣୀଙ୍କ ସହ ଆସିଛି ଏକ ସୁନା ଦୋକାନକୁ । ତାକୁ ଉପହାରରେ ମିଳିଛି ଏକ ସୁନା ଚେନ । ଯାହାର ମୂଲ୍ୟ ରହିଛି ୨.୫ ଲକ୍ଷ । ଏହି ଚେନ ପିନ୍ଧିବାକୁ ଦେଖୁନାହାନ୍ତି କେମିତି ବେକ ଦେଖାଇ ଦେଉଛି । ଆଉ ଚେନ ପିନ୍ଧି ସାରି ଖୁସି ହୋଇ ଯାଉଛି । ଟିକେ ରେଷ୍ଟ ମଧ୍ୟ ନେଇ ଯାଉଛି । ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।
କୁକୁର ପାଇଁ ସୁନାଚେନ ତାହା ପୁଣି ତା ଜନ୍ମଦିନରେ । ଖୁସି ହୋଇ ଛୁଆକୁ ପିନ୍ଧାଇଦେଲା ଭଳି ମାଲିକାଣି ପିନ୍ଧାଇ ଦେଉଛନ୍ତି । ଆଉ ଏହି ଦୃଶ୍ୟ ଦେଖି ସମସ୍ତ ବେଶ ଖୁସି ।
ସତରେ ଦୁନିଆରେ ବହୁତ ପ୍ରକାର ଲୋକ ଅଛନ୍ତି କିନ୍ତୁ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁର ର ଜନ୍ମ ଦିନରେ ଏଭଳି ଏକ ସୁନାଚେନ ଉପହାର ଦିଅନ୍ତି ।