କାମ ବି କସରତ ବି: ଜିମ ସାଇକେଲ ସାହାଯ୍ୟରେ ଗହମ ପେସୁଛନ୍ତି ଏହି ମହିଳା, Video Viral

ଭାରତୀୟ ଯୋଗାଡ଼ରେ ସବୁଠାରୁ ଆଗରେ ରହିଥାନ୍ତି। ଲକଡାଉନରେ ଯୋଗାଡ଼ର ଅନେକ ଭିଡ଼ିଓ ସାମ୍ନାକୁ ଆସିଛି ଏବଂ ଏହାକୁ ପସନ୍ଦ ମଧ୍ୟ କରାଯାଇଛି। ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ଜଣେ ମହିଳା ନିଜ ଯୋଗାଡ଼ରେ ଆରାମରେ ଘରେ ବସି ଗହମ ପେସୁଛନ୍ତି।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଜିମ ସାଇକେଲ ସାହାଯ୍ୟରେ ଗହମ ପେସୁଛନ୍ତି। ଏହାଦ୍ୱାରା ମହିଳାଙ୍କ ଏକ୍ସରସାଇଜ ବି ହୋଇଯାଉଛି ଆଉ ଗହମ ମଧ୍ୟ ପେସି ହୋଇଯାଉଛି। ଆଇଏଫଏସ ଅଫିସର ଆୱନିଶ ଶରଣ ଏହି ଭିଡ଼ିଓକୁ ସେୟାର କରିଛନ୍ତି। ମହିଳା ଜଣକ ପେଡଲ ଚଲାଇ ଗହମ ପେସୁଛନ୍ତି।
ग़ज़ब का आविष्कार. काम भी और कसरत भी. कॉमेंट्री भी शानदार. 👌👍
VC: SM pic.twitter.com/Lg3HBCabzo— Awanish Sharan (@AwanishSharan) August 29, 2020
ଭିଡ଼ିଓ ସେୟାର କରି ଆୱନିଶ ଶରଣ କ୍ୟାପସନ ଲେଖିଛନ୍ତି, ‘ଅଜବ ଆବିଷ୍କାର। କାମ ବି କସରତ ବି’। ଏହି ଭିଡ଼ିଓକୁ ସେ ୨୯ ଅଗଷ୍ଟରେ ସେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି। ଏହାସହିତ ୪ ହଜାରରୁ ଅଧିକ ଲାଇକ ଏବଂ ୯୦୦ରୁ ଅଧିକ ରିଟୁଇଟ ହୋଇସାରିଲାଣି। ଲୋକେ ଏହି ଯୋଗାଡ଼କୁ ଖୁବ ପସନ୍ଦ କରିଛନ୍ତି।