ଡଲ୍‌ଫିନ୍‌ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଦାବି କଲେ ମହିଳା, ଅଲଗା ହେବା ପରେ ଜୀବନ ହାରିଥିଲା ଡଲଫିନ୍‌

ଜୀବଜନ୍ତୁମାନେ ଖୁବ୍‌ ସ୍ନେହୀ ହୋଇଥାନ୍ତି। ଏଣୁ ମଣିଷଠାରୁ ଟିକେ ସ୍ନେହ ପାଇଲେ ସେମାନେ ତାଙ୍କ ସହ ନିବିଡ଼ ହୋଇଯାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ଦିନ ତଳେ ଜଣେ ଏମିତି ବି ମହିଳା ଥିଲେ, ଯିଏ ଡଲଫିନ୍‌ ସହ ଯୌନ ସମ୍ପର୍କ ରଖିଥିଲେ। ଏକ ରିପୋର୍ଟ ମୁତାବକ, ଉକ୍ତ ମହିଳାଙ୍କ ଠାରୁ ଅଲଗା ହେବା ପରେ ଡଲଫିନ୍‌ଟି ଆତ୍ମହତ୍ୟା କରିଥିଲା।

ଏହି ଘଟଣା ୧୯୬୦ ମସିହାର। ସେତେବେଳେ ନାସା ପକ୍ଷରୁ ଡଲଫିନ୍‌ ମାନଙ୍କର ବୁଦ୍ଧି ଓ ସ୍ମୃତିଶକ୍ତି ପରୀକ୍ଷା କରିବା ତଥା ସେମାନେ ଅନ୍ୟମାନଙ୍କ ସହ କିଭଳି କଥାବାର୍ତ୍ତା କରନ୍ତି ତାହା ଜାଣିବା ପାଇଁ ଏକ ରିସର୍ଚ୍ଚ କରାଯାଇଥିଲା। ଏହି ରିସର୍ଚ୍ଚରେ ୨୦ ବର୍ଷିୟା ମାର୍ଗରେଟ୍‌ ହୋବେ ଲୋବେଟ୍‌ଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଏଣୁ ମାର୍ଗରେଟ୍‌ଙ୍କୁ ସେଣ୍ଟ ଥୋମାସ୍‌ର କେରିବିୟାଇ ଦ୍ୱୀପକୁ ପଠାଯାଇଥିଲା।

ମାର୍ଗରେଟ୍‌ଙ୍କ କହିବାନୁସାରେ ସେଠାରେ ପିଟର, ପାମେଲା ଓ ସିସି ନାମନ ୩ଟି ଡଲଫିନ୍‌ ଥିଲେ। ସେମାନଙ୍କ ମଧ୍ୟରେ ପାମେଲା ସବୁଠୁ ବଡ଼ ଥିଲା। ସେ ବହୁତ ଲାଜକୁଳା ଓ ଡରକୁରା ଥିଲା। କିନ୍ତୁ ପିଟର ଏକ ଯୁବ ତଥା ହସଖୁସିଆ ଡଲଫିନ୍‌ ଥିଲା। ଏଣୁ ପିଟର ଓ ମାର୍ଗରେଟ୍‌ଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା। ଏହି କାରଣରୁ ମାର୍ଗରେଟ୍‌ ଯେତେବେଳେ ବି ଅନ୍ୟ ଡଲଫିନ୍‌ଙ୍କ ସହ କିଛି ସମୟ ବିତାଉଥିଲେ ପିଟର ରାଗିଯାଉଥିଲା। ଉଭୟ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସେମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ବି ଥିଲା ବୋଲି ମାର୍ଗରେଟ୍‌ କହିଥିଲେ। ପିଟର ତାଙ୍କ ଶରୀରକୁ ଖୁବ୍‌ ନିରିଖେଇ ଦେଖୁଥିଲା ଓ ମନୁଷ୍ୟ ଶରୀର କେମିତି କାମ କରେ ତାହା ଜାଣିବାକୁ ଚାହୁଁଥିଲା।

ପରେ ଏକ ପତ୍ରିକାରେ ପ୍ରକାଶିତ ଖବର ମୁତାବକ, ରିସର୍ଚ୍ଚ ପରେ ମାର୍ଗରେଟ୍‌ ନିଜ ଘରକୁ ଫେରିଆସିଥିଲେ। ମାର୍ଗରେଟ୍‌ ଆସିବା ପରେ ପିଟର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା। ସେ ଶାରୀରିକ ଓ ମାନସିକ ଭାବେ ମାର୍ଗରେଟଙ୍କ ସହ ଜଡ଼ିତ ଥିବାରୁ ଏହି ବିଚ୍ଛେଦ ସହି ନ ପାରି ପିଟର ଆତ୍ମହତ୍ୟା କରିଥିଲା ବୋଲି ପତ୍ରିକାରେ ଦର୍ଶାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.