ବେକରେ ମାସ୍କ ଲଟକାଇ ଥିଲେ ମହିଳା, Videoରେ ଦେଖନ୍ତୁ ହଂସ କିଭଳି ଶିଖାଇଲା ପିନ୍ଧିବାର ଠିକ ତରିକା
ବର୍ତ୍ତମାନ କରୋନା ମହାମାରୀ ସମୟରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି। କିନ୍ତୁ କିଛି ଲୋକ ମାସ୍କକୁ ମୁହଁ ତଳେ ନଚେତ ବେକରେ ଲଟକାଇ ବୁଲୁଥିବାର ନଜର ଆସୁଛନ୍ତି। ମାସ୍କକୁ ମୁହଁ ତଳେ ଲଟକାଇ ଥିବାରୁ ଜଣେ ମହିଳାଙ୍କୁ ଏକ ହଂସ ଉଚିତ ଶିକ୍ଷା ଦେଇଛି, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି।
ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା କେଉଁଠି ଏକ ସ୍ଥାନରେ ବୁଲୁଥିବା ବେଳେ ଏହି ସମୟରେ ସେ ଏକ ହଂସକୁ ଦେଖିବାକୁ ପାଉଛନ୍ତି। ହଂସଟିକୁ ଦେଖି ମହିଳା ଜଣକ ତା’ ସାମ୍ନାରେ ଯାଇ ବସିପଡୁଛନ୍ତି। ତେବେ ଏତିକି ବେଳେ ସେ ନିଜ ମାସ୍କକୁ ମୁହଁ ତଳକୁ ଖସାଇ ଦେଉଛନ୍ତି। ଏହା ଦେଖି ହଂସଟି ଯାହା କରୁଛି, ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ମହିଳା ଜଣକ ଯେତେବେଳେ ତଳେ ବସୁଛନ୍ତି, ହଂସ ମାସ୍କକୁ ନିଜ ଥଣ୍ଟରେ ଟାଣି ତାଙ୍କ ମୁହଁରେ ଠିକ ଭାବେ ଲଗାଇ ଦେଉଛି। ମହିଳାଙ୍କୁ ଠିକ ତରିକାରେ ହଂସ ମାସ୍କ ପିନ୍ଧେଇ ଦେଉଥିବାର ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏ ପର୍ଯ୍ୟନ୍ତ ଏହି ଭିଡ଼ିଓଟି କେଉଁଠିକାର ତାହା ଜଣାପଡି ନ ଥିବା ବେଳେ ଏହାକୁ ଖୁବ ପସନ୍ଦ କରାଯାଉଛି।
— -VÉNOM- (@anthonysarti11) September 10, 2020
ଭିଡ଼ିଓଟିକୁ Vemon Mann ନାମକ ଟୁଇଟର ଆକାଉଣ୍ଟ ସେୟାର କରିଛି। କେବଳ ୫ ଦିନ ଭିତରେ ଏହାକୁ ୫୬ ଲକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି। ସେହିପରି ୧୬ ହାଜରରୁ ଅଧିକ ଲାଇକ ଏବଂ ୮୩ ହାଜରରୁ ଅଧିକ ଥର ରିଟୁଇଟ କରାଯାଇ ସାରିଲାଣି। ଜଣେ ୟୁଜର ଏଥିରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଆମେ ଏଭଳି ହଂସକୁ ପୂରା ଦେଶରେ ମୁତୟନ କରିପାରିବା, ଯିଏ ମାସ୍କ ନିୟମକୁ କଡାକଡି କରିପାରିବ ଏବଂ ଏହା କୌତୁହଳଜନକ ହେବ’।