ଆମେରିକୀୟ ମହିଳାଙ୍କ ଦାବି, ସ୍ୟାଣ୍ଡଓ୍ଵିଚ୍‌ ଖାଇବାରୁ ହୋଇଗଲେ ପ୍ରେଗ୍‌ନାଣ୍ଟ; କିନ୍ତୁ ଅସଲ କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ପ୍ରେଗ୍‌ନାନ୍ସି ସହ ଜଡ଼ିତ ଦୁନିଆରେ ଅନେକ ଅଜବ ଘଟଣା ଶୁଣିଥିବେ। କିନ୍ତୁ ଏହି ଘଟଣା ବହୁତ ଖାସ୍‌ ରହିଛି। ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଜସ୍ମିନ୍‌ ମିଲେର ନାମକ ମହିଳା ସୋସିଆଲ ମିଡିଆରେ ଦାବି କରିଛନ୍ତି କି, ସେ ସ୍ୟାଣ୍ଡିଓ୍ଵିଚ୍‌ ଖାଇବାରୁ ୫ ମାସର ଗର୍ଭବତୀ ହୋଇଛନ୍ତି। ତାଙ୍କର ଏହି ପୋଷ୍ଟ ଖୁବ୍‌ ଭାଇରାଲ ହୋଇଛି।

ଖବର ମୁତାବକ, ଜସ୍ମିନ୍‌ ନିୟମିତ ରୂପେ ନିଜ ପସନ୍ଦର ସ୍ୟାଣ୍ଡଓ୍ଵିଚ୍‌ ଅର୍ଡର କରୁଥିଲେ। ଦିନେ ସ୍ୟାଣ୍ଡଓ୍ଵିଚ୍‌ ଖାଇବା ପରେ ତାଙ୍କ ମା’ କହିଥିଲେ କି, ତାଙ୍କ ପେଟ ବାହାରିଥିବା ପରି ଲାଗୁଛି, ଯାହାର ଉତ୍ତରରେ ଜସ୍ମିନ ମଜାଳିଆ ଢ଼ଙ୍ଗରେ କହି ଦେଇଥିଲେ ଯେ ସେ ପ୍ରେଗ୍‌ନାଣ୍ଟ ହୋଇଯାଇଛନ୍ତି। ସମସ୍ୟା ବଢ଼ିବାରୁ ଜସ୍ମିନ ଯେତେବେଳେ ପ୍ରେଗ୍‌ନାନ୍ସି କିଟ୍‌ରେ ଟେଷ୍ଟ କରିଥିଲେ, ତ ସେ ୫ ମାସର ପ୍ରେଗ୍‌ନାଣ୍ଟ ବାହାରିଥିଲେ। ଏହା ଜାଣି ଉଭୟ ମା’, ଝିଅ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କିନ୍ତୁ ସେପଟେ ଜସ୍ମିନ୍‌ ପ୍ରେଗ୍‌ନାଣ୍ଟ ହେବାର କାରଣ ସ୍ୟାଣ୍ଡଓ୍ଵିଚ୍‌ ନ ଥିଲା, ବରଂ ତାଙ୍କର ଅଫେୟାର ଥିଲା। ଜସ୍ମିନଙ୍କର ଜଣେ ବୟଫ୍ରେଣ୍ଡ ଅଛନ୍ତି, ଯାହାଙ୍କ ସହିତ ସେ ଅନେକ ବର୍ଷ ଧରି ରିଲେଶନଶିପ୍‌ରେ ରହି ଆସୁଛନ୍ତି। ଜସ୍ମିନଙ୍କ ମୁତାବକ, ବର୍ତ୍ତମାନ ସେ ପିଲା ଜନ୍ମ କରିବାକୁ ଚାହୁଁ ନ ଥିଲେ। ଏଥିପାଇଁ ସେ ପ୍ରେଗ୍‌ନାନ୍ସି ରୋକୁଥିବା ପିଲ୍ସ ଖାଉଥିଲେ। ହେଲେ ଏହି ଘଟଣାକୁ ନେଇ ଜସ୍ମିନ ଓ ତାଙ୍କ ବୟଫ୍ରେଣ୍ଡ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରିପୋର୍ଟ ମୁତାବକ, ଜସ୍ମିନ ୭ ମାସରେ ପ୍ରି-ମ୍ୟାଚ୍ୟୋର ଛୁଆକୁ ଜନ୍ମ ଦେଇଛନ୍ତି। ମା’, ଛୁଆ ଦୁହେଁ ସୁସ୍ଥ ଅଛନ୍ତି।

Leave A Reply

Your email address will not be published.