ପୁଅକୁ କାନ୍ଧରେ ଧରି ଟୀକା ଦେବା ପାଇଁ ନଦୀ ପାର କଲା ମାଆ, ଖବର ହେଲା ଭାଇରାଲ

ସାରା ଦୁନିଆରେ କରୋନା ପାଇଁ ଲୋକ ଭୟରେ ରହୁଛନ୍ତି । ସ୍ୱାସ୍ଥ୍ୟବସ୍ଥା ଉପରେ ଏବେ ଖୁବ ଗଭୀର ପ୍ରଭାବ ପଡୁଛି । ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଭ୍ୟାକସିନ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଆଜି ବି ଏମିତି ଅନେକ ଦେଶ ରହିଛି ଯେଉଁଠି ଗାଡି ଚଳାଚଳ ବ୍ୟବସ୍ଥା ଆଜି ବି ସ୍ୱପ୍ନ ହୋଇ ରହିଛି ।

ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଗାଡ଼ି ଚଳାଚଳ କରୁନାହିଁ । ଏହି ସମୟରେ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଏହି ଘଟଣା ସୁଦୂର ଝାଡ଼ଖଣ୍ଡ ଜିଲ୍ଲାର । ଝାଡ଼ଖଣ୍ଡରେ ଥିବା ଏକ ଗାଁକୁ ଗାଡ଼ି ଚଳାଚଳ ବ୍ୟବସ୍ଥା ନଥିବାରୁ ଏଠାରେ ଥିବା ଲୋକ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସରକାର କିଛି ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଏହି ସମୟରେ ସ୍ଥାନେ ସ୍ଥାନେ ବୁଲି ଟୀକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ସମୟରେ ଜଣେ ନର୍ସ ଝାଡ଼ଖଣ୍ଡର ଏକ ଗାଁକୁ ଆସି ଲୋକ ମାନଙ୍କୁ ଟିକା ଦିଅନ୍ତି । ତାଙ୍କ ନାମ ମାନତୀ କୁମାରୀ । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ସେ ଚେତମାର ଉପସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ । ପିଲାଙ୍କ ଟିକାକରଣ ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବର୍ଷା କାରଣରୁ ଏଠାରେ ଥିବା ବୁରା ନଦୀରେ ଜଳ ଭର୍ତ୍ତି ହୋଇରହିଥିଲା ।ଶେଷରେ କର୍ତ୍ତବ୍ୟ ଆଗରେ ହାର ମାନିଲା ଭୟ । ସାହାସ କରି ନିଜ ଦେଢ଼ବର୍ଷର ପିଲାକୁ କାନ୍ଧରେ ଧରି ନଦୀ ପାର ହେଲେ । ଏହି ସାହସିକତାକୁ ଦେଖି ସମସ୍ତେ ତାଙ୍କୁ ପ୍ରଂଶସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.