ସ୍ପେଶାଲ

ଛେଳିର ପ୍ୟାଟରନିଟି ଟେଷ୍ଟ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ମହିଳା, ବିଶ୍ୱାସ ହେଉନଥିଲେ ଏହା ସତ

ଦୁନିଆରେ ଏଭଳି ଏମିତି ଅନେକ ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା ଜଣେ ସାଧାରଣ ଲୋକ ପକ୍ଷେ ଅସମ୍ଭବ। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଫ୍ଲୋରିଡ଼ାରେ। ଫ୍ଲୋରିଡ଼ାରେ ଜଣେ ମହିଳା ନିଜ ପାଳିତ ଛେଳିର ପ୍ୟାଟରନିଟି ବା ପିତୃତ୍ୱ ଟେଷ୍ଟ କରିବା ପାଇଁ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ କହିବାନୁସାରେ ଛେଳିର ଟେଷ୍ଟ ହେଉ ନହେଲେ ତାଙ୍କୁ ଟଙ୍କା ଫେରସ୍ତ କରାଯାଉ। ତେବେ ଘଟଣାକୁ ନେଇ ମହିଳା ଜଣକ ଖୁବ୍‌ ସିରିୟସ୍‌ ଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, କ୍ରିସ୍‌ ହେଡଷ୍ଟ୍ରୋମ୍‌ ନାମକ ମହିଳା ନିଜ ପଡ଼ୋଶୀ ତଥା ଛେଳି ବ୍ୟବସାୟୀ ହେଦର ଡେନରଙ୍କ ଠାରୁ ୫ଟି ଛେଳି କିଣିଥିଲେ। ୫ଟି ନାଇଜେରିଆନ୍‌ ବୌନୀ ଛେଳି ବେଲା, ଗିଗି, ରୋଜି, ଜେଲଡା ଓ ମାରରୋଟ୍‌ଙ୍କ ପାଇଁ ଡିସେମ୍ବରରେ ସେ ୯୦୦ ଡଲାର ପୈଠ କରିଥିଲେ। ସେ ସମସ୍ତ ଛେଳିଙ୍କ ରେଜିଷ୍ଟେସନ୍‌ ଆମେରିକାନ୍‌ ଡେରି ଗୋଟ୍‌ ଆସୋସିଏସନ୍‌ରେ ମଧ୍ୟ କରିଥିଲେ। ଏହି ଗ୍ରୁପ୍‌ରେ ଛେଳିଙ୍କ ରେଜିଷ୍ଟେସନ୍‌ କଲେ ବିକ୍ରି ବେଳେ ସେମାନଙ୍କ ଦାମ୍‌ ବଢ଼ିଯାଏ।

ମାତ୍ର ଏବେ ସେ ଛେଳି ବିକ୍ରି କରିବାକୁ ଯିବା ବେଳକୁ ତାଙ୍କ ଛେଳିଙ୍କ ରେଜିଷ୍ଟେସନ୍‌କୁ ଆସୋସିଏସନ୍‌ ବ୍ୟାନ୍‌ କରି ଦେଇଥିବା ଜାଣିବାକୁ ପାଇଛନ୍ତି। ଏହି ମାମଲାରେ ଆସୋସିଏସନ୍‌ ତରଫରୁ କୁହାଯାଇଛି ଯେ ହେଦର ଡେନର ଆସୋସିଏସନ୍‌ର ଜଣେ ଆକ୍ଟିଭ୍‌ ସଦସ୍ୟ ହୋଇନଥିବାରୁ ତାଙ୍କ ଛେଳିଙ୍କ ରେଜିଷ୍ଟେସନ୍‌ ଭ୍ୟାଲିଡ୍‌ ନୁହେଁ। ଏଣୁ ଏହାକୁ ଖାରଜ କରାଯାଇଛି। ତେବେ ଛେଳିଙ୍କ ରେଜିଷ୍ଟସନ୍‌ ଅବୈଧ ଜଣାପଡ଼ିବା ପରେ କ୍ରିସ୍‌ ଛେଳିଙ୍କ ପିତୃତ୍ୱ ପରୀକ୍ଷା କରିବାକୁ ଦାବି କରିଛନ୍ତି। ଯଦି ଛେଳିଙ୍କ ଟେଷ୍ଟ ନ ହୁଏ ତେବେ ତାଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯାଉ ବୋଲି ମାମଲା ରୁଜୁ କରି କହିଛନ୍ତି କ୍ରିସ୍‌। ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ମଜାଳିଆ କମେଣ୍ଟ କରୁଥିବା ଦେଖାଯାଇଛି।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

10 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago