୧୧ଟି ବିବାହ କରି ମନ ପୁରିଲାନିଯେ, ଏବେ ଦ୍ୱାଦଶ ସ୍ୱାମୀ କରିବାକୁ ଇଚ୍ଛା ରଖିଛନ୍ତି ମହିଳା

ବାରମ୍ବାର ନିଜ ବିବାହ ଭାଙ୍ଗିବାକୁ ନେଇ ଜଣେ ମହିଳା ଖୁବ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଗୋଟେ ପରେ ଗୋଟେ ହୋଇ ଏଯାବତ ମହିଳା ଜଣଙ୍କ ପ୍ରାୟ ୧୧ ଥର ବିବାହ କରିସାରିଲେଣି । କିନ୍ତୁ ଆଶ୍ଚର୍ଯ୍ୟର କଥା କୌଣସି ବି ସାଥୀଙ୍କ ସହ ଅଧିକ ସମୟ ଧରି ତିଷ୍ଠି ପାରିନାହାନ୍ତି । ଆଉ ଏବେ ନିଜ ପାଇଁ ଦ୍ୱାଦଶ ପତି ଖୋଜିବାରେ ଲାଗି ପଡିଛନ୍ତି ଏହି ମହିଳା ଜଣଙ୍କ । ଏତେ ସଂଖ୍ୟକ ବିବାହ ଭାଙ୍ଗିବା ପରେ ଥକି ପଡ଼ିନାହାନ୍ତି ମହିଳା ଜଣଙ୍କ । ଆଉ ଏବେ ଆଉ ଜଣେ ଜୀବନ ସାଥି ଖୋଜିବାରେ ଜୋରସୋରରେ ଲାଗିପଡିଛନ୍ତି । ୫୨ବର୍ଷୀୟା ମୋନେଟ ଦିୟାସ ହେଉଛନ୍ତି ଆମେରିକା ସ୍ଥିତ ଉଟା ଅଂଚଳର ମୂଳ ବାସିନ୍ଦା । ପେଶାରେ ସେ ଜଣେ ଈଂଟରିୟର ଡିଜାଇନର ।”Addicted to Marriage” ନାମକ ଏକ ଶୋ’ରେ ସେ ନଜର ଆସିଛନ୍ତି । ଯେଉଁଥିରେ ନିଜ ପୁରୁଷ ବନ୍ଧୁଙ୍କ ସହ ତାଙ୍କ ସମ୍ପର୍କକୁ ଦେଖାଯାଇଥିଲା । ଶୋ’ରୁ ଯାହା ଜଣା ପଡୁଥିଲା ଡ଼ିୟାସ ଓ ଜନଙ୍କ ସମ୍ପର୍କ ବେଶ ଭଲ ଚାଲୁଥିଲା । କିନ୍ତୁ ଏକ ସାଙ୍ଘାତିକ ଲଢେଇକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା ।

woman
image credit; ig News

ଏହି ଯୋଡିଙ୍କ ଭିତରେ ଝଗଡା ସେମାନଙ୍କ ସମ୍ପର୍କ ଓ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଥିଲା । ଏହି ଶୋ’ରେ ଡ଼ିୟସ କହିଥିଲେକି ବ୍ରେକଅପ ମୋ ପାଇଁ ଖୁବ କଠିନ ହୋଇଥାଏ | ମୁଁ ଜନଙ୍କୁ ଭଲ ପାଉଥିବାରୁ ଚୁପ ରହିଥିଲି । କିନ୍ତୁ ଝଗଡା ହେବା ପରେ ପରସ୍ପର ଠାରୁ ଭିନ୍ନ ହେବା ନିଷ୍ପତ୍ତି ଠିକ ଥିଲା । ପୁଣି ଥରେ ନିଜ ସମ୍ପର୍କରେ ବିଫଳତାର ସ୍ୱାଦ ଚାଖିଥିବାରୁ ମୁଁ ଖୁବ ଦୁଃଖିତ ଅଛି । ଏହି ସମ୍ପର୍କ ରକ୍ଷା କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇପାରିଲି ନାହିଁ । କିନ୍ତୁ ପ୍ରକୃତରେ ଆପଣ ଯାହାକୁ ଅଧିକ ଭଲ ପାଆନ୍ତି ଆଉ ଯାହା ପାଇଁ ତ୍ୟାଗ କରନ୍ତି ସେ ହିଁ ଆପଣଙ୍କୁ ସବୁଠୁ ଅଧିକ ଦୁଃଖ ଦେଇଥାନ୍ତି ।

ଏତେ ବିଫଳତା ସତ୍ତ୍ୱେ ବି ହାରିନାହାନ୍ତି ଡ଼ିୟସ । ଏବେ ବି ତାଙ୍କ ମନରେ ଆଶା ରହିଛିକି ଦିନେ ନା ଦିନେ ତାଙ୍କୁ ନିଜ ପ୍ରକୃତ ପ୍ରେମ ମିଳିବ । ଏମିତି ଜଣେ ନିଶ୍ଚିତ ଥିବ ଯିଏ ତାଙ୍କୁ ଅପେକ୍ଷା କରି ରହିଥିବ । ଡ଼ିୟାସ ଏହା ମଧ୍ୟ କହିଛନ୍ତିକି ଯେଉଁମାନେ ଜୀବନରେ ହାର ମାନି ନିଅନ୍ତି ସେମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ । ମୁଁ ଏବେ ବି ଜଣଙ୍କୁ ଅପେକ୍ଷା କରିଛି ଯାହା ସହ ସମ୍ପର୍କ ଠିକ ଭାବେ ଚାଲିପାରିବ । ଡ଼ିୟାସଙ୍କ କ୍ଷେତ୍ରରେ ହିଁ ଏମିତି ଏକ ବ୍ୟତିକ୍ରମ ଦେଖାଦେଇଛି । ଯେବେକି ଡ଼ିୟାସଙ୍କ ଭଉଣୀ ମାର୍ସି ୩୮ବର୍ଷ ହେବ ନିଜ ସମ୍ପର୍କ ଠିକ ଭାବେ ଚଳେଇ ଆସୁଛନ୍ତି । ୨ ରୁ ୩ଟି ବିବାହ କରିବା ସମୟରେ ତାଙ୍କୁ ସେତେଟା ଖରାପ ଲାଗୁନଥିଲା । କିନ୍ତୁ ଯେବେ ୧୦ରୁ ଅଧିକ ସଂଖ୍ୟକ ବିବାହ ଭାଙ୍ଗିଲା ସେ ବ୍ୟତିବ୍ୟସ୍ତ ହୋଇପଡିଲେ । ତାଙ୍କୁ ଯେମିତି ଲାଗିଲା ତାଙ୍କୁ ଏଯାବତ ଭଲ ସାଥିଟିଏ ମିଳିନାହିଁ ।