ମୋଦିଙ୍କ ପ୍ରତି ମହିଳାଙ୍କ ନିଆରା ପ୍ରେମ, ଟ୍ରେନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଖି କଲେ ଚୁମ୍ବନ

କିଛି ଦିନ ତଳେ ରାହୁଲ୍ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ମଂଚ ଉପରେ ଜଣେ ମହିଳା ରାହୁଲ ମୁହଁଙ୍କୁ ନିଜ ଆଡକୁ ଟାଣି ଆଣି କିସ୍ କରିଥିଲେ । ଏବେ ପୁଣି ଥରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ହେଲେ ଏଥର ରାହୁଲଙ୍କୁ ନୁହେଁ ବରଂ ମୋଦିଙ୍କୁ ଜଣେ ମହିଳା କରୁଛନ୍ତି କିସ୍ । ତେବେ ମୋଦିଙ୍କୁ ସାମ୍ନାରେ ନୁହେଁ ଟ୍ରେନରେ ଲାଗିଥିବା ତାଙ୍କ ଫଟୋରେ ମହିଳା ଜଣକ କିସ୍ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓ ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ମହିଳା ଜଣକ ପ୍ଲାଟଫର୍ମ ଦେଇ ଯାଉଥିବା ବେଳେ ମୋଦିଙ୍କ ଫଟୋ ଦେଖି ଅଟକି ଯାଉଛନ୍ତି । ଏବଂ ଏହା ପରେ ଫଟୋରେ କିସ୍ କରି ଏପଟ ସେପଟ ଦେଖି ଟିକେ ମୁରୁକି ହସି ଦେଇ ଆଗକୁ ଚାଲି ଯାଉଛନ୍ତି । ଏହି ଭିଡିଓକୁ ଦେଖି ଜାଣି ପାରିବେ ମୋଦିଙ୍କୁ ଆମ ଦେଶବାସୀ କେତେ ଚାହୁଁଛନ୍ତି ।

ଏହି ଭିଡିଓକୁ ଏଯାଏ ୬୦୦୦ ହଜାରରୁ ଅଧିକ ଲୋକ ଟୁଇଟ୍ କରିସାରିଲେଣି । କିଛି ୟୁଜର ଏହାକୁ ମୋଦିଙ୍କ ପ୍ରତି ଥିବା ପ୍ରେମ ଏବଂ ଶ୍ରଦ୍ଧା ବୋଲି କହୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ମୋଦି ଦେଶବାସୀଙ୍କ ମନରେ ରାଜ କରୁଛନ୍ତି । ସେହିପରି ଆଉ ଜଣେ କହିଛନ୍ତି ମୋଦି ଭଲ କାମ କରୁଛନ୍ତି ତେଣୁ ସେ ଏହାର ହକଦାର୍ ମଧ୍ୟ । ତେବେ ଏହି ଭିଡିଓ କେଉଁ ସ୍ଥାନର ଏବଂ ମହିଳା ଜଣ କିଏ ତାହା ଏଯାଏ ଜଣାପଡିନାହିଁ ।

ଦେଖନ୍ତୁ ଭିଡିଓ :