ନୁଡୁଲ୍ସ ନ ଖାଇ ସେଥିରେ ବୁଣିଲେ ସ୍ୱେଟର! ମହିଳାଙ୍କ କଳା ଦେଖି ଲୋକେ କହିଲେ, ‘୨୧ ତୋପ ସଲାମୀ ମିଳିବା ଉଚିତ’; ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହା ଏମିତି ଏକ ପ୍ଲାଟଫର୍ମ, ଯେଉଁଠି ଲୋକମାନେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଉଚିତ ମଣି ଥାଆନ୍ତି। ବିଶ୍ୱର କୋଣ ଅନୁକୋଣରୁ ଭାଇରାଲ ହେଉଥିବା ବିଭିନ୍ନ ପ୍ରକାର ଭିଡିଓ ଏତେ ଅଦ୍ଭୁତ ତଥା ଅଜବ ଥାଏ ଯେ ଲୋକମାନେ ସହଜରେ ଏହାକୁ ବିଶ୍ୱାସ କରି ପାରି ନ ଥାଆନ୍ତି। ଥରେ କି ଦୁଇଥର ନୁହେଁ, ଏହି ଭିଡିଓଗୁଡ଼ିକୁ ବାରମ୍ବାର ଦେଖିବାକୁ ଇଚ୍ଛା କରି ଥାଆନ୍ତି। କିଛି ଭିଡିଓ ଆମକୁ ଅନେକ ଶିକ୍ଷା ଦେଇଥାଏ ତ ଆଉ କିଛି ଭିଡିଓ କେବଳ ଆମର ମନୋରଞ୍ଜନ କରିଥାଏ। ଏବେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଯେଉଁ ମହିଳା ନଜର ଆସୁଛନ୍ତି, ତାଙ୍କ ଆଇଡିଆ ବିଷୟରେ ଆପଣ କେବେ ଭାବି ସୁଦ୍ଧା ପାରିବେ ନାହିଁ। କାହିଁକି ନା, ଏଠି ମହିଳା ଜଣକ ତାଙ୍କର ଅଦ୍ଭୁତ କଳା, କୌଶଳ ଦେଖାଇଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟଚକିତ ହୋଇ ପଡ଼ିଛନ୍ତି।
ସମସ୍ତେ ନୁଡୁଲ୍ସ ଖାଇବାକୁ ବେଶ୍ ପସନ୍ଦ କରି ଥାଆନ୍ତି। ଆପଣ ମଧ୍ୟ ନିଶ୍ଚିତ ଭାବରେ ନୁଡୁଲ୍ସ ପ୍ରିୟ ହୋଇଥିବେ। କିନ୍ତୁ ଏଥିରୁ ଅଦ୍ଭୁତ ପ୍ରକାରର କଳା ହୁଏତ କେବେ ଦେଖି ନ ଥିବେ। ବାସ୍ତବରେ, ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଆପଣ ଦେଖି ପାରିବେ ଯେ ଏକ ପାତ୍ରରେ ରନ୍ଧା ହୋଇଥିବା ନୁଡୁଲ୍ସ ରଖାଯାଇଛି। ଜଣେ ମହିଳା ଏହାକୁ ଖାଇବା ପରିବର୍ତ୍ତେ ସେଥିରେ ସ୍ୱେଟର ବୁଣୁଛନ୍ତି। ମହିଳା ଜଣକ ଦୁଇଟି ଚପ୍ ଷ୍ଟିକ୍ସ ସାହାଯ୍ୟରେ ଉଲ୍ ସୂତା ଭଳି ନୁଡୁଲ୍ସରେ ସ୍ୱେଟର ତିଆରି କରୁଛନ୍ତି, ଯାହାକି ଦେଖିବାରେ ବେଶ୍ ମନୋରଞ୍ଜନଧର୍ମୀ ରହିଛି। ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ମହିଳାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଥି ସହିତ ସମସ୍ତେ ମହିଳାଙ୍କ ମସ୍ତିଷ୍କକୁ ପ୍ରଶଂସା କରୁଛନ୍ତି। ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁତ ପସନ୍ଦ କରିବା ସହିତ ଖୁବ୍ ସେୟାର କରିବାରେ ଲାଗିଛନ୍ତି। ମହିଳା ଜଣକ ବୁଦ୍ଧି ଖଟାଇ ନୁଡୁଲ୍ସରେ ସ୍ୱେଟର ବୁଣିବା ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଲୋକମାନେ କମେଣ୍ଟ ବକ୍ସରେ ମଧ୍ୟ ମହିଳାଙ୍କର ବହୁତ ପ୍ରଶଂସା କରୁଛନ୍ତି। ସମସ୍ତେ ତାଙ୍କର ଏହି ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଜଣେ ୟୁଜର କହିଛନ୍ତି କି, ‘ଦୟାକରି ଖାଦ୍ୟ ଜିନିଷ ସହିତ ଏମିତି ଥଟ୍ଟା, ମଜା କରନ୍ତୁ ନାହିଁ’। ଅନ୍ୟ ଜଣେ ଲେଖିଛନ୍ତି, ‘ମହିଳାଙ୍କର ଏହି କଳାକୁ ୨୧ ତୋପ ସଲାମୀ ମିଳିବା ଉଚିତ, ଚମତ୍କାର’!
— ✧ (@mixiaoz) January 16, 2022