ସ୍ପେଶାଲ

ଅନ୍ତିମ ସଂସ୍କାର ସମୟରେ କଫିନ୍‌ ଠକ୍‌ ଠକ୍‌ କଲେ ମୃତ ମହିଳା! କାନ୍ଧେଇଥିବା ଲୋକେ ଭାବିଲେ ଭୂତ ଓ ଭୟରେ ଜାଗା ଛାଡ଼ି ପଳାଇଲେ…

ଟିକିଏ ଭାବନ୍ତୁ ତ…ଯଦି ଅନ୍ତିମ ସଂସ୍କାର ସମୟରେ କୌଣସି ମୃତ ବ୍ୟକ୍ତି ହଠାତ୍‌ ଜୀବିତ ହୋଇ ଉଠନ୍ତି, ତ ଆପଣମାନେ ସେଠି କ’ଣ କରିବେ? ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ବାସ୍ତବରେ ଏଭଳି ଘଟଣା ଘଟିଛି ପେରୁରେ। ଘଟଣାଟି ଏମିତି ଯେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ଜଣକ ହଠାତ୍‌ କଫିନ୍ ଭିତରୁ ବାହାରି ଆସିଥିଲେ। ଆଉ ତା’ ପରେ ଯାହା ଘଟିଲା ଆସନ୍ତୁ ଜାଣିବା।

ପେରୁର ଲାମ୍ବାଇକ ଅଞ୍ଚଳର ରୋଜା ଇସାବେଲ୍ ସେସ୍ପେଡେସ୍‌ କାଲାକା ନାମ୍ନୀ ମହିଳା ଏକ ମର୍ମନ୍ତୁଦ କାର ଦୁର୍ଘଟଣାର ଶିକାର ହୋଇଥିଲେ। ହସ୍ପିଟାଲରେ ଚିକିତ୍ସାରତ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଅନ୍ତିମ ସଂସ୍କାର ସମୟରେ ମୃତ ମହିଳାଙ୍କ କଫିନ୍ ଭିତରୁ ହଠାତ୍‌ ଠକ୍ ଠକ୍ ଶବ୍ଦ ଶୁଣିବାକୁ ମିଳିଥିଲା, ଯାହାପରେ ସେଠାରେ ଉପସ୍ଥିତ ଲୋକମାନେ ସ୍ତବ୍ଧ ହୋଇ ଯାଇଥିଲେ। କୁହାଯାଉଛି ଯେ ରୋଜା ନିଜ ଅନ୍ତିମ ସଂସ୍କାର ବିଷୟରେ ଜାଣିପାରି ଏହାକୁ ରୋକିବା ପାଇଁ ବାଧା ସୃଷ୍ଟି କରିଥିଲେ।

ରିପୋର୍ଟ ମୁତାବକ, ଏହି ଭୟଙ୍କର ଦୁର୍ଘଟଣାରେ ରୋଜାଙ୍କ ସହ ତାଙ୍କ ଭିଣୋଇଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ଏବଂ ସାଥୀରେ ଥିବା ୩ ଜଣ ଭଣଜା ବି ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା ପରେ ଗତ ଏପ୍ରିଲ ୨୬ରେ ରୋଜାଙ୍କ ଅନ୍ତିମ ସଂସ୍କାର ପାଇଁ ଆୟୋଜନ ହୋଇଥିଲା ଏବଂ ମୃତଦେହକୁ ଏକ କଫିନ୍‌ରେ ରଖାଯାଇଥିଲା। କିନ୍ତୁ ଯେତେବେଳେ ଶବଯାତ୍ରା ଆରମ୍ଭ ହୋଇଥିଲା, ତ ଏହାର କିଛି ସମୟ ପରେ ସମ୍ପର୍କୀୟମାନେ ଏକ ଅଜବ ଶବ୍ଦ ଶୁଣିବାକୁ ପାଇଥିଲେ। ଏହି ଶବ୍ଦ କଫିନ୍ ଭିତରୁ ଆସୁଥିବାରୁ ସେମାନେ ଭୟଭୀତ ହୋଇପଡ଼ିଥିଲେ। କଫିନ୍ କାନ୍ଧେଇଥିବା ଲୋକେ ଯେତେବେଳେ କଫିନ୍‌ ଖୋଲିଥିଲେ, ତ ମୃତ ମହିଳାଙ୍କୁ ଜୀବିତ ଅବସ୍ଥାରେ ପାଇଥିଲେ।

ଏହି ଘଟଣା ବିଷୟରେ ବର୍ଣ୍ଣନା କରି ଶ୍ମଶାନରେ କାମ କରୁଥିବା ଜୁଆନ ସେଗୁଣ୍ଡୋ କାଜୋ କହିଛନ୍ତି, ‘ମହିଳା ନିଜ ଆଖି ଖୋଲିଥିଲେ ଏବଂ ସମ୍ପୂର୍ଣ୍ଣ ଭାବେ ସେ ଝାଳରେ ବୁଡି ଯାଇଥିଲେ। ଏହାପରେ ମୁଁ ସଙ୍ଗେ ସଙ୍ଗେ ପୋଲିସକୁ ଫୋନ୍‌ କରି ଡକାଇଥିଲି’। ତେବେ ରିପୋର୍ଟ ମୁତାବକ, ମହିଳାଙ୍କ ପରିବାର ଲୋକେ କଫିନ୍ ଉଠାଇ ତାଙ୍କୁ ତୁରନ୍ତ ପାଖ ହସ୍ପିଟାଲ ନେଇଯାଇଥିଲେ, ଯେଉଁଠି ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ରୋଜା ବହୁତ ଦୁର୍ବଳ ଥିବାରୁ ଡାକ୍ତରମାନେ ତାଙ୍କୁ ଲାଇଫ୍ ସପୋର୍ଟିଂ ସିଷ୍ଟମରେ ରଖିଥିଲେ। ହେଲେ ଦୁଃଖର କଥା, କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ରୋଜାଙ୍କ ସମ୍ପର୍କୀୟମାନଙ୍କ କହିବା ହେଲା, ଦୁର୍ଘଟଣା ପରେ ହୁଏତ ସେ କୋମାରେ ଥିଲେ, ଯେଉଁଥିପାଇଁ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ। ପେରୁ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago