ବିଲେଇ ନେଇଗଲା ମହିଳାଙ୍କ ଚାକିରି, ବର୍ଷ ଶେଷର ବୋନସ୍ ମଧ୍ୟ ମିଳିଲା ନାହିଁ

ଘରେ ବିଲେଇ ରଖିଛନ୍ତି କି? ଯଦି ରଖିଛନ୍ତି ଆପଣଙ୍କର ବି ଚାକିରି ଯାଇପାରେ । ଚାଇନାରେ ଘଟିଛି ଏମିତି ଏକ ଘଟଣା । ବିଲେଇ ପାଇଁ ଚାଲିଯାଇଛି ଜଣେ ମହିଳାଙ୍କ ଚାକିରି । ଜଣେ ମହିଳାଙ୍କ ପୋଷା ବିଲେଇ ରେଜିଙ୍ଗନେସନ ମେଲ୍ କରି ଦେଇଥିବାରୁ ଉକ୍ତ ମହିଳାଙ୍କ ଚାକିରି ଚାଲିଯାଇଛି ।
ମହିଳା ଜଣଙ୍କ ଜାନୁଆରୀ ୫ରୁ ରେଜିଙ୍ଗନେସନ ଲେଖି ଡ୍ରାଫ୍ଟରେ ରଖିଥିଲେ । ଭୁଲ ବସତଃ ବିଲେଇଟି ଡେଇଁ ପଡିବାରୁ SEND BUTTON ରେ CLICK ହୋଇ ମହିଳାଙ୍କ ରେଜିଙ୍ଗନେସନ ତାଙ୍କ ମାଲିକଙ୍କ ପାଖକୁ ଚାଲିଯାଇଥିଲା ।
ପରେ ମହିଳା ଜଣଙ୍କ ମାଲିକଙ୍କୁ ପୁରା ଘଟଣା ବୁଝାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଶେଷରେ ମହିଳା ଚାକିରୀ ଯିବା ସହିତ ତାଙ୍କ ବର୍ଷ ଶେଷର ବୋନସ୍ ମଧ୍ୟ ମିଳି ନଥିଲା ।
Also read:ଭୂକମ୍ପ ପୂର୍ବରୁ ଅନୁମାନ କରିପାରେ ବିଲେଇ, ଦିଏ ଏପରି କିଛି ସଂକେତ