୫୩ ବର୍ଷ ବୟସରେ ମହିଳା କଲେ ୬ ପ୍ୟାକ୍ସ, ଡାଏଟ ସହିତ ଦିନକୁ ଏତିକି ଘଣ୍ଟା କରନ୍ତି ଏକ୍ସସରସାଇଜ

ବଡ ବଡ ପୁରୁଷ ବଡ଼ି ବିଲଡର୍ସଙ୍କ ନାଁ ଶୁଣିଥିବେ । ସେ ଅରଣାର୍ଲଡ ସ୍ଵଜନେଗର ହୁଅନ୍ତୁ ଅବା ରନି କୋଲମ୍ୟାନ ହୁଅନ୍ତୁ ଅବା ଫିଲ ହିଥଙ୍କ ପରି ପୁରୁଷ ବଡ଼ି ବିଲଡର୍ସଙ୍କ ନାଁ ଆପଣ ମାନେ ନିଶ୍ଚିତ ଶୁଣିଥିବେ, ଜାଣିଥିବେ । ସେମାନଙ୍କୁ ଦେଖି ଅନେକ ଯୁବପିଢ଼ି ପ୍ରଭାବିତ ହେବା ସହିତ ନିଜକୁ ବି ସେମିତି ରୂପେ ଗଢିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନେକେ ମହିଳା କିମ୍ବା ପୁରୁଷ ନିଜକୁ ଫିଟ ତଥା ଫାଇନ ରଖିବା ପାଇଁ ଏକସଶାଇଜ କରନ୍ତି ତ କେତେ ଜଣ ନିଜକୁ ଏକ ପ୍ରଫେସନାଲ ବଡ଼ି ବିଲଡର ଭାବେ ଗଢିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ୫୩ ବର୍ଷ ବୟସରେ ମଧ୍ୟ ନିଜର ୬ ପ୍ୟାକ ଆବସ କରିପାରିଛନ୍ତି । ଖାଲି ସେତିକି ନୁହେଁ ସେ ଜଣେ ପ୍ରଫେସନାଲ ବଡ଼ି ବିଲଡର ମଧ୍ୟ | ଆଉ ଏହା ମଧ୍ୟ ଦାବି କରିଛନ୍ତିକି ତାଙ୍କ ଠାରୁ ଅଧା ବୟସର ପୁରୁଷମାନେ ତାଙ୍କୁ ଡେଟରେ ନେଇ ଯିବାକୁ ଚାହୁଁଛନ୍ତି । ତେବେ ଆସନ୍ତୁ ତାଙ୍କ ବାବଦରେ ଅଧିକ କିଛି ଜାଣିରଖିବା ।

୬ ପ୍ୟାକ ଆବସ କରିଥିବା ଏହି ମହିଳା ଜଣଙ୍କ ନାଁ ହେଉଛି ଏଣ୍ଡ୍ରିଆ ସନସାଇନ | ସେ ଲଣ୍ଡନରେ ବସବାସ କରୁଛନ୍ତି । ସ୍ଥାନୀୟ ଅଂଚଳରେ ସେ ସୁପରହିଟ ଦାଦି ଭାବରେ ଜଣାଜାନ୍ତି । ଏଣ୍ଡ୍ରିଆଙ୍କ କହିବା ମୁତାବକ, ଯେଉଁ ମହିଳା ମାନେ ଟିକେ ସୁନ୍ଦର ଦେଖାଯାନ୍ତି ସେମାନଙ୍କ ପ୍ରତି ପୁରୁଷ ମାନଙ୍କର ଟିକେ ଅଧିକ ଦୁର୍ବଳତା ଥାଏ । ସେ ଏହା ମଧ୍ୟ କହିଛନ୍ତିକି ତାଙ୍କ ଫିଟନେସ କାରଣରୁ ଯୁବ ବର୍ଗମାନେ ତାଙ୍କୁ ଡେଟରେ ନେଇଯିବାକୁ ଚାହୁଁଛନ୍ତି | ଏହି ପୁରୁଷଙ୍କ ବୟସ ୨୫ ରୁ ୩୫ ବର୍ଷ ମଧ୍ୟରେ ହେବ । ଖାଲିଯେ କାହାର ଦୃଷ୍ଟିରେ ଆସିବାକୁ ଏମିତି କରନ୍ତି ତାହା ନୁହେଁ ଫିଟ ରହିବା ତାଙ୍କର ସଉକ ମଧ୍ୟ ।

ଏକ ସମ୍ବାଦ ସଂସ୍ଥା ତରଫରୁ ଜାରି ହୋଇଥିବା ଖବର ଅନୁଯାୟୀ, ଏଣ୍ଡ୍ରିଆ ପ୍ରତିଦିନ ୩ ଘଣ୍ଟା ୱାର୍କ ଆଉଟ କରନ୍ତି | ଅନେକ ଥର ୮ ଘଣ୍ଟା ପର୍ଯ୍ୟନ୍ତ ବି ୱାର୍କଆଉଟ କରନ୍ତି । ଏହି ପରିଶ୍ରମ କାରଣରୁ ତାଙ୍କୁ ଏକ ସୁଗଠିତ ଶରୀର ମିଳିପାରିଛି ।ୱେଟ ଟ୍ରେନିଙ୍ଗ ପୂର୍ବରୁ ୧
ଘଣ୍ଟା ପର୍ଯ୍ୟନ୍ତ କାର୍ଡିଓ ଏକ୍ସରସାଇଜ କରନ୍ତି । ଏହା ପରେ ଓଜନିଆ ଜିନିଷ ଉଠନ୍ତି । ସେ ଜିମରେ କେବଳ ମାତ୍ର ନିଜ ୱାର୍କଆଉଟ ଉପରେ ଫୋକସ କରନ୍ତି ।

Leave A Reply

Your email address will not be published.