ଟୟଲେଟ୍‌ ଭାବି ମହିଳା ଖୋଲିଦେଲେ ବିମାନର ଏମରଜେନ୍ସୀ ଗେଟ, ତାପରେ କଣ ହେଲା ଜାଣନ୍ତୁ

ଇଂଲଣ୍ଡର ମଞ୍ଚେଷ୍ଟର ଏୟାରପୋର୍ଟରେ ଏକ ଅଜବ ଘଟଣା ଘଟିଛି। ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବେଳେବେଳେ ଏମିତି ହୁଏ ଯେ ଆମେ ଯାତ୍ରା କରୁଥିବା ସମୟରେ ଟୟଲେଟ ଲାଗିଥାଏ। ଆଉ ସେହି ସମୟ ବହୁତ ଚିନ୍ତାରେ ପକାଇ ଦେଇଥାଏ।
ସେହିଭଳି ଏମିତି କିଛି ଘଟଣା ବିମାନରେ ଘଟିଛି। ବିମାନରେ ଥିବା ଜଣେ ମହିଳାଙ୍କୁ ଟୟଲେଟ ଯିବାର ଥିଲା ତେବେ ମହିଳା ଟୟଲେଟର ଡୋର ଭାବି ଭୁଲରେ ବିମାନର ଏମରଜେନ୍ସୀ ଗେଟକୁ ଖୋଲି ଦେଲେ।

ଏହି ଘଟଣା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ପିକେ ୭୦୨ରେ ଶୁକ୍ରବାର ଦିନ ଘଟିଛି। ପିଆଇର ପ୍ରବକ୍ତା କହିଛନ୍ତି ଯେ ସେହି ସମୟରେ ବିମାନ ରନେଓ୍ଵରେ ହିଁ ଥିଲା। ଏହି କାରଣରୁ ବିମାନ ମଞ୍ଚେଷ୍ଟରରେ ଇସଲାମବାଦ ସାତ ଘଣ୍ଟା ଡେରୀରେ ପହଁଚିଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ ଘଟଣା ପରେ ବିମାନରେ ଉପସ୍ଥିତ ଥିବା ୪୦ ଜଣ ଯାତ୍ରୀଙ୍କୁ ତୁରନ୍ତ ସେମାନଙ୍କ ଜିନିଷ ସହିତ ବିମାନରୁ ତଳକୁ ଓହ୍ଲାଇଦିଆଗଲା। ପରେ ତାଙ୍କୁ ଅନ୍ୟ ବିମାନ ଦ୍ୱାରା ଇସଲାମବାଦ ପଠାଗଲା। ଏହି ସମୟରେ ଯାତ୍ରୀଙ୍କ ପରିବହନ ଏବଂ ହୋଟେଲରେ ରହିବାର ସୁବିଧା ମଧ୍ୟ ଦିଆଯାଇଥିଲା।

ସୂଚନା ଅନୁଯାୟୀ, ପାକିସ୍ତାନ ଏୟାରଲାଇନ୍ସର ମୁଖ୍ୟ କାଯ୍ୟର୍କାରୀ ଅଧିକାରୀ ଏୟାର ମାର୍ସଲ ଅରସଦ ମଲିକ ଘଟଣାର ଯାଞ୍ଚର ଆଦେଶ ଦେଇଥିଲେ। ଜଣାଇବାକୁ ଚାହିଁବୁ ଯେ ପିଆଇଏ ଅନେକ ବର୍ଷରେ ଘାଟିରେ ଚାଲୁଅଛି। ପାକିସ୍ତାନ ସରକାର ଏହାକୁ ସୁଧାରିବାର ଚେଷ୍ଟା କରୁଛି, କିନ୍ତୁ ଅବସ୍ଥା ଯେମିତି ସେମିତି ହିଁ ରହିଛି।