ଚଳନ୍ତା ବସ୍‌ ଆଗରେ ସ୍କୁଟି ଧରି ଛିଡା ହୋଇଗଲେ ମହିଳା, ତା’ପରେ ଯାହା ହେଲା ତାକୁ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ

ଯେଉଁଠି ଟ୍ରାଫିକ ପୋଲିସ ଲୋକଙ୍କର ଯାତାୟତ ନିୟମ ପ୍ରତି ଜାଗ୍ରୁକ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ସେଠି ଜଣେ ମହିଳା ଏମିତି ଏକ କାମ କରିଦେଖାଇଛନ୍ତି ଯାହାକୁ ଦେଖିଲେ ଆପଣ ବି ପ୍ରଶଂସା କରି ରହିପାରିବେନି। କେରଳର ଜଣେ ସ୍କୁଟି ଚଳାଉ ଥିବା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରାଯିବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଥିବା ବେଳେ ମହିଳାଜଣଙ୍କ ଭିଡିଓରେ ଏକ ବସ୍ ଆଗରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି ।

ପ୍ରଥମେ ମହିଳା କାହିଁକି ଏଭଳି ଠିଆ ହୋଇଛନ୍ତି ବୋଲି ହଠାତ୍‌ କେହି ଜାଣି ପାରୁ ନ ଥିବା ବେଳେ ପରେ ପ୍ରକୃତ ଘଟଣାକୁ ସମସ୍ତେ ପରେ ଜାଣିପାରିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳାଜଣଙ୍କ ଏକ ସ୍କୁଟି ଧରି ରାସ୍ତାର ଡ଼ାହାଣ ପାର୍ଶ୍ୱରେ ଯାଉଥିଲେ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବସ୍‌ ଆଗରେ ଠିଆ ହୋଇଗଲେ । ପ୍ରଥମେ ବସ୍ ଚାଳକ କିଛି ବୁଝି ପାରି ନ ଥିଲେ କିନ୍ତୁ ପରେ ସେ ରାସ୍ତାର ଭୁଲ ପାର୍ଶ୍ୱରେ ଗାଡି ନେଉଥିବା ଜାଣିବାକୁ ପାଇଲେ । ଏହା ପରେ ଚାଳକ ଜଣଙ୍କବସ୍କୁ ଠିକ୍ ପାର୍ଶ୍ୱକୁ ନେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏହାସହ ପଢନ୍ତୁ : ସ୍କୁଲର ଚପରାସୀ ହେଲେ ସଂସ୍କୃତ ଶିକ୍ଷକ, ଝାଡୁମାରିବା ସହିତ କରୁଛନ୍ତି ଶିକ୍ଷା ଦାନ

ରାସ୍ତାଟି ଓ୍ଵାନ୍ ୱେ ହୋଇଥିବାରୁ ଗୋଟେ ପଟେ ଗାଡ଼ିଗୁଡ଼ିକ ଯିବା ଆସିବା କରେ । କିନ୍ତୁ ବସ୍ ଚାଳକ ବାମ ପଟେ ଯିବା ପରିବର୍ତ୍ତେ ଡ଼ାହାଣ ପଟ ପାର୍ଶ୍ୱରେ ଗାଡ଼ି ଆଣୁଥିବାରୁ ମହିଳାଜଣଙ୍କ ତାଙ୍କୁ ଠିକ୍ ପାର୍ଶ୍ୱକୁ ଆଣିବା ପାଇଁ ଆଗରେ ଠିଆ ହୋଇ ଯାଇଥିଲେ। ମହିଳାଙ୍କ ଏପରି ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଟ୍ଵିଟରରେ ଏହି ଭିଡିଓ ସେୟାର କରି ଲେଖା ହୋଇଛି ଯେ ଯେତେବେଳେ ଆପଣ ଠିକ୍‌ ଥିବେ ତେବେ ଆପଣଙ୍କ ପାଖକୁ ଏକ ଅଲଗା ଶକ୍ତି ଆସିଯାଏ। ଭିଡିଓକୁ ଦେଖିବା ପରେ ମହିଳାଙ୍କୁ ବସ୍‌ ଲେଡି ନାମରେ ଡାକୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.