ସାହସକୁ ସାଲ୍ୟୁଟ : ଖାଲି ହାତରେ ବିରାଟକାୟ ବିଷଧର ସାପଟିକୁ କାବୁ କରିନେଲେ ମହିଳା

ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ବିଷଧର ଜୀବଜନ୍ତୁ ମାନଙ୍କ ଭିତରୁ ସାପ ସବୁଠୁ ମାରାତ୍ମକ । ସାପ ଟିଏ ଦେଖିବା ମାତ୍ରେ ସେ ଯେତେ ବଡ ଲୋକ ହୋଇଥାଉ ପଛେ ଭୟବିତ ହୋଇଯାନ୍ତି | ଆଉ ତା ପାଖକୁ ଯିବା କି ତା ସାଙ୍ଗରେ ଲାଗିବା ତ ଦୂରର କଥା । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସାପ ପାଖକୁ ଯିବାକୁ ଜମା ବି ଭୟ କରନ୍ତି ନାହିଁ । ସାପ ପାଖକୁ ଯିବା, ତା ସାଙ୍ଗରେ ଖେଳିବା କି ତାକୁ ଧରିବା ସେମାନଙ୍କ ପାଇଁ ଅତି ସାଧାରଣ କଥା । କିଛି ଦିନ ହେବ ଇଣ୍ଟରନେଟରେ ଏକ ଭିଡିଓ ଖୁବ ଭାଇରଲ ହେଉଛି । ଯାହାକୁ ଦେଖିଲ ଆପଣଙ୍କ ଶରୀର ଶୀତେଇ ଉଠିବ । ଆଉ ମନରେ ସାପକୁ ନେଇ ଥିବା ଭୟ ପୁରା ନହେଲେ ବି କିଛିଟା ଦୁରେଇ ଯାଇପାରେ ।

୪ ମିନିଟର ଭିଡିଓଟିରେ ଆପଣ ଦେଖିପାରିବେ ଏକ ଭଙ୍ଗା ଘରେ ଏକ ବିରାଟକାୟ ନାଗ ଟିଏ ଅଛି । ଆଉ ଏହା ଠାରୁ ମାତ୍ର କିଛି ଦୂରରେ ଏକ ମହିଳା ଛିଡା ହୋଇ ସାପଟିକୁ ଧରିବାକୁ ଚେଷ୍ଟା କରୁଛନ୍ତି । ଏମିତି ଏକ ବିଷଧର ସାପର ଖୁବ ପାଖରେ ଥିଲେ ମଧ୍ୟ ମହିଳା ଜଣଙ୍କ ମୁହଁରେ ଭୟର ଚିହ୍ନ ଟିକେ ବି ନାହିଁ । ପ୍ରଥମେ ମହିଳା ଜଣଙ୍କ ହାତରେ ବାଡ଼ି ଟିଏ ଧରିଥିବା ବେଳେ ପରେ କିନ୍ତୁ ଏହାକୁ ଫୋପାଡ଼ି ଦେଇଥିଲେ । ତାକୁ ଧରିବା ପାଇଁ ଭିନ୍ନ ଭିନ୍ନ ଉପାୟ ମାନ କରିଥିଲେ । ଆଉ ଶେଷରେ ଅଦ୍ଭୁତ କୌଶଳ ବ୍ୟବହାର କରି ଖାଲି ହାତରେ ସାପ ଟିକୁ କାବୁ କରି ନେଇଥିଲେ ।  ଆଉ ହାତରେ ସାପଟିକୁ ଧରି ବିଲଡିଂଗ ବାହାରକୁ ଚାଲି ଆସିଥିଲେ ।

କିନ୍ତୁ ସାପଟି ବି ଛାଡିବା ଜନ୍ତୁ ନୁହେଁ । ସେ ବି ପୁଣି ଥରେ ସେହି କୋଠା ଭିତରକୁ ପଶିବାକୁ ଚେଷ୍ଟା କରୁଛି । ଆଉ ତାକୁ ଧରିବାକୁ ଚେଷ୍ଟା କରନ୍ତେ ଭୟଙ୍କର ଭାବେ ଆକ୍ରମଣ କରୁଛି ସାପଟି ।କିନ୍ତୁ ଧୃତ ମହିଳା ତାକୁ କାବୁ କରିନେଇ ଏକ ଖାଲି ଅଖା ଭିତରେ ଭର୍ତ୍ତି କରି ଦେଇଥିଲେ ।

 

 

Leave A Reply

Your email address will not be published.