ଛି ଛି! ଟଏଲେଟ୍‌ ସିଟ୍‌ରେ ଏମିତି ପ୍ରସ୍ତୁତ କଲେ ଡ୍ରିଙ୍କ୍‌, ପୁଣି ଅତିଥିଙ୍କୁ ପରସିଲେ, Viral Videoକୁ ମିଳି ସାରିଲାଣି ୬.୫ ମିଲିୟନ ଭ୍ୟୁଜ୍‌

ଟଏଲେଟ ସିଟ୍‌ ଉପରେ ହାତ ଲାଗିଗଲେ, ତୁରନ୍ତ ଆମେ ଧୋଇବାକୁ ଲାଗିଥାଉ। କିନ୍ତୁ କ’ଣ କେହି ଏହି ଟଏଲେଟ୍‌ ସିଟ୍‌ ଉପରେ ପାର୍ଟି କରିପାରିବ? ଏହି କଥା ଆପଣଙ୍କୁ ନିହାତି ଭାବେ ଅଜବ ଲାଗୁଥିବ, କିନ୍ତୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣ ନିଜେ ବୁଝିଯିବେ।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ଏକ ଟଏଲେଟ ସିଟ୍‌ରେ ଡ୍ରିଙ୍କ୍‌ ପ୍ରସ୍ତୁତ କରୁଛନ୍ତି। ଏପରିକି, ସେ ପ୍ରସ୍ତୁତ କରିଥିବା ଡ୍ରିଙ୍କ୍‌କୁ ଅତିଥିମାନଙ୍କୁ ସର୍ଭ ମଧ୍ୟ କରୁଛନ୍ତି। ପ୍ରଥମେ ମହିଳା ଜଣକ ଟଏଲେଟ ସିଟ୍‌ରେ ପୁଳାଏ ବରଫ ଖଣ୍ଡ ପକାଉଛନ୍ତି। ଏହାପରେ ସେଥିରେ ଚେରି ଓ ଆଇସ୍‌କ୍ରୀମ୍‌ ମିଶାଉଛନ୍ତି। ପୁଣି ମିକ୍ସ କରି ଡ୍ରିଙ୍କ୍‌ ବନାଉଛନ୍ତି।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଅନେକ ଲୋକ ନାପସନ୍ଦ କରିଛନ୍ତି। ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି, ଡ୍ରିଙ୍କ୍‌ ପ୍ରସ୍ତୁତ କରୁଥିବା ବେଳେ ମହିଳା ନିଜେ ବି ସେଥିରୁ କିଛି ଜିନିଷ ଆଣି ଖାଉଛନ୍ତି। ଭିଡିଓକୁ Curlyixing ଶେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୬.୫ ମିଲିୟନ ଭ୍ୟୁଜ୍‌ ମିଳି ସାରିଲାଣି। ଲୋକେ କମେଣ୍ଟ କରି ଉକ୍ତ ମହିଳାଙ୍କୁ ଗାଳିମନ୍ଦ ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.