ମହିଳାଙ୍କ କୋଳରେ ଆରାମ କରୁଛି ବିରାଟକାୟ ପାଇଥନ୍, ଭାଇରାଲ୍ ହେଉଛି ଭିଡିଓ

ଏକ ବିଶାଳ ପାଇଥନ୍, ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ, ଛାତି ଥରିଉଠିବ। ଯେଉଁ ବିରାଟକାୟ ପାଇଥନଟି ଜଣେ ମହିଳାଙ୍କ କୋଳରେ ଆରାମ କରୁଥିବାର ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ଟ୍ୱିଟରରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏକ ବିଶାଳ ପାଇଥନ୍, ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ, ଛାତି ଥରିଉଠିବ। ଯେଉଁ ବିରାଟକାୟ ପାଇଥନଟି ଜଣେ ମହିଳାଙ୍କ କୋଳରେ ଆରାମ କରୁଥିବାର ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ଟ୍ୱିଟରରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ଜଣେ ଯୁବତୀ ନିଜ ଫୋନ୍‌ ସହିତ ବାରଣ୍ଡାରେ ବସିଥିବାର ଦେଖିବାକୁ ମିଳିଛି।

ସବୁକିଛି ସ୍ୱାଭାବିକ ଭାବେ ଗତି କରୁଥିବାବେଳେ, ଗୋଟିଏ ବିରାଟକାୟ ସାପ ଦର୍ଶକଙ୍କୁ ଆକର୍ଷିତ କରୁଛି। ଏହି ବିରାଟ ପାଇଥନ୍ ର ଉପସ୍ଥିତି ସମସ୍ତଙ୍କୁ ଭୟବିତ କରାଉଛି। ସାପଟି କେବଳ ଲମ୍ବା ଏବଂ ମୋଟା ନୁହେଁ, ଏହା ମହିଳାଙ୍କ କୋଳରେ ଆରାମ କରୁଛି। ଯେକୌଣସି ସାଧାରଣ ବ୍ୟକ୍ତି ଯିଏ ନିଜ ଘରେ ବସି ଭିଡିଓ ଦେଖୁଥିବେ, ସେମାନଙ୍କୁ ଏହି ଭିଡିଓ ଦେଖି ଭୟ ଲାଗୁଥିବ ନିଶ୍ଚିତ।

ଗୃହପାଳିତ କୁକୁର ଏବଂ ବିଲେଇ ପରି ଏହା ହେଉଛି ଗୃହପାଳିତ ଏକ ବିରାଟ ପାଇଥନ୍ । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭିଡିଓଟି .ସେୟାର କରାଯିବା ପରେ ଭାଇରାଲ ହେଉଛି। ଏହା ୨.୬୩ ଲକ୍ଷରୁ ଅଧିକ ଭ୍ୟୁ ହାସଲ କରିସାରିଛି। ଜଣେ ଉପଭୋକ୍ତା ଏହି ଭିଡିଓରେ ନିଜର ମନ୍ତବ୍ୟ ଦେଇ ଲେଖିଛନ୍ତି, “ସେମାନଙ୍କୁ କୌଣସି କାରଣରୁ ଜଙ୍ଗଲି ଜନ୍ତୁ କୁହାଯାଏ। ସେମାନେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି ଏବଂ ହତ୍ୟା କରିପାରନ୍ତି। ଏହା ସେମାନଙ୍କ ପାଇଁ ସ୍ୱାଭାବିକ, ଏଥିରେ ସେମାନଙ୍କର କିଛି ଭୁଲ୍ ନାହିଁ। 

ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ପ୍ରାଣୀମାନଙ୍କ ସହିତ ଏତେ ନିବିଡ ହୁଅନ୍ତୁ ନାହିଁ , ଯିଏ ଆପଣଙ୍କୁ ସହଜରେ ପରାସ୍ତ କରିପାରିବ ଏବଂ ଆପଣଙ୍କୁ ପୁରା ଗିଳିପାରିବ। ସେହିପରି ଆଉ ଜଣେ  ଉପଭୋକ୍ତା ଲେଖିଛନ୍ତି ସେମାନଙ୍କ ସହିତ ଦୂରତା ରଖିବା ଉଚିତ୍।