ମରିଯାଉଛିକି ମାନବିକତା ! କୋଳରେ ଛୁଆ ଧରି ବସିଥିଲେ ସୁଦ୍ଧା କେହି ସିଟ ଟିଏ ପାଇଁ ପଚାରିଲେ ନାହିଁ

ମେଟ୍ରୋରେ ସିଟଟିଏ ପାଇବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଟଣା ଓଟରା ଲାଗିଥାଏ । କେଉଁଠି ଟିକେ ଖାଲି ସିଟ ଟିଏ ମିଳିଯିବ ସେଇଠି ବସିଯିବେ ସେହି ଚିନ୍ତାରେ ପ୍ରାୟ ସମସ୍ତେ ଥାନ୍ତି | ଟ୍ରେନ ଦରଜା ଖୋଲିବା ମାତ୍ରେ ଦୌଡ଼ି ଯାଇ ସିଟଟିଏକୁ ମାଡିବସନ୍ତି । ଅନେକ ସମୟରେ ଦେଖାଦିଏ ଆବଶ୍ୟକ କରୁଥିବା ଲୋକଟିଏ ସିଟ ଟିଏ ପାଇବାରୁ ବଞ୍ଚିତ ହୁଏ । ରିଜରବେଶନ ସିଟ ସଂଖ୍ୟା କମ ଥିବା କାରଣରୁ ଏପରି ସ୍ଥିତି ଦେଖାଦିଏ । କିଛି ଲୋକ କିନ୍ତୁ ମାନବିକତା ଦୃଷ୍ଟିରୁ ନିଜ ସିଟ ଛାଡି ଅନ୍ୟମାନଙ୍କୁ ଦେଇଦିଅନ୍ତି | ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟଙ୍କୁ ସିଟ ଟିଏ ନ ଦେବା ପାଇଁ ନାନାଦି ବାହାନା କରନ୍ତି । କେବେ ଆଖି ବୁଜି ଶୋଇପଡନ୍ତି ତ କେବେ ମୋବାଇଲ ଚଳେଇବାର ମିଛ ବାହାନା କରି ବସି ପଡନ୍ତି । ଯେମିତି ତାଙ୍କୁ ମେଟ୍ରୋରେ ସିଟ ଟିଏ ପାଇଁ କେହି ପଚାରିବେ ନାହିଁ । କିଛି ଦିନ ହେବ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ୨୨
ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛିଯେ ଜଣେ ମହିଳା ଏକ ଛୋଟ ଛୁଆକୁ କୋଳରେ ଧରି ମେଟ୍ରୋ ଚଟାଣରେ ବସିଛନ୍ତି ।  ଆଖପାଖ ଲୋକେ ତଥା ତାଙ୍କ ସହଯାତ୍ରୀ ମାନେ ଏହି ଦୃଶ୍ୟ ଦେଖୁଥିଲେ ସୁଦ୍ଧା କିଛି ବି ପ୍ରତିକ୍ରିୟା ଦେଉନାହାନ୍ତିକି ସିଟ ଟିଏ ଅଫର କରୁନାହାନ୍ତି ।

ଆଇଏଏସ ଅଧିକାରୀ ଅବନିଶ ଶରଣ ଏକ ଟ୍ୱିଟ ସେୟାର କରିଛନ୍ତି । ଏହି ଟ୍ୱିଟଟିକୁ ଜୁନ ୧୮ ତାରିଖରେ ସେୟାର କରାଯାଇଥିବା ଜଣାଯାଇଛି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ” ଯଦି ଆପଣଙ୍କ ବ୍ୟବହାରରେ ଆପଣଙ୍କ ଦାୟିତ୍ୱ ଦେଖାନଯାଏ ତେବେ ଆପଣଙ୍କ ଶିକ୍ଷା ବୃଥା ହୋଇଯିବ ।” ଏହି ଭିଡିଓଟିକୁ ନ୍ୟୁଜ ଆକାରରେ ଲେଖାଯିବା ଭିତରେ ୮ ଲକ୍ଷ ଜଣ ଦେଖିସାରିଥିବା ବେଳେ ୩୮ ହଜାର ଲାଇକ୍ସ ମିଳିସାରିଲାଣି । କିନ୍ତୁ ଭିଡିଓଟି କେଉଁଠି ଓ କେବେ ସୁଟିଂ ହୋଇଛି ସେବିଷୟରେ ସ୍ପଷ୍ଟ ଜଣାପଡି଼ ନାହିଁ | ଏହି ଘଟଣାକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିବାରେ ଲାଗିଛି । କିଛି ଜଣ ଏହାକୁ ଲଜ୍ଜାଜନକ ବୋଲି କହିବା ସହ କିଛି ଜଣ କହିଛନ୍ତିଯେ ଆଜି କାଲି ଲୋକଙ୍କ ଠାରେ ମାନବିକତା ମରିଗଲାଣି ।

Leave A Reply

Your email address will not be published.