ସ୍ପେଶାଲ

ମୁମ୍ବାଇ ବର୍ଷାକୁ ଖାତିର ନକରି ରାସ୍ତା ଉପରେ ୫ ଘଣ୍ଟା ଛିଡାହେଲେ ମହିଳା, ପ୍ରକୃତ କଥା ଜାଣିଲେ ଆପଣ ବି ଦେବେ ସାବାସୀ

ଆଜିକାଲି ଦୁନିଆରେ ବିନା ସ୍ୱାର୍ଥରେ କେହି କାହାର ସାହାଯ୍ୟ କରୁନାହାନ୍ତି। କାହାର ମଙ୍ଗଳ କଥା ଚିନ୍ତା କରିବା ଦୂରରେ ଥାଉ। ଏପରି କିଛି ମଣିଷ ସଂସାରରେ ଅଛନ୍ତି ବୋଲି ପ୍ରମାଣ କରି ଦେଖାଇଛନ୍ତି ମୁମ୍ବାଇର ଜଣେ ମହିଳା। ସେ ପ୍ରମାଣ କରିଛନ୍ତି ଯେ, ସବୁକିଛି ତୁଚ୍ଛ, ଜୀବନ ଆଗ। ଜୀବନରେ ତ ସବୁକିଛି ମିଳିବ କିନ୍ତୁ ଜୀବନ ଥରେ ଚାଲିଗଲେ ଆଉ ଫେରିବ ନାହିଁ। ମୁମ୍ବାଇରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ  ସହରରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ, କାର, ଟ୍ରେନ ଟ୍ରାକ୍‌ ସବୁଆଡେ ପାଣି ଭରି ରହିଛି। ମୁମ୍ବାଇ ସହରର ରାସ୍ତାଘାଟରେ ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି ଥିବା କାରଣରୁ ରାସ୍ତାରେ ଥିବା ଖାଲ, ଢିପ ଆଉ ଆଖିକୁ ଦେଖାଯାଉ ନାହିଁ। ଏହି ପରିସ୍ଥିତିରେ ଯାତ୍ରୀମାନଙ୍କ ପାଇଁ ଦେବଦୂତ ସାଜି ଛିଡ଼ା ହୋଇଥିଲେ ମୁମ୍ବାଇର ଜଣେ ମହିଳା। ରାସ୍ତାରେ ଏକ ଖୋଲା ମ୍ୟାନ୍ହୋଲ୍ ନିକଟରେ ଛିଡ଼ା ହୋଇ ୫ ଘଣ୍ଟା ପର୍ଯ୍ୟନ୍ତ ମହିଳା ଜଣକ ସେଇ ବାଟ ଦେଇ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ସତର୍କ ଓ ସଚେତନ କରାଇଥିଲେ। ଦୁର୍ଘଟଣା ଏଡାଇବା ପାଇଁ ମହିଳାଙ୍କ ଏପରି କାର୍ଯ୍ୟ ଦେଖି ଲୋକେ ପ୍ରଶଂସା କରୁଛନ୍ତି।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।  ହର୍ସ ମରିୱାଲା ନାମକ ଜଣେ ବ୍ୟକ୍ତି ଭିଡିଓଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିବା ପରେ ଭିଡିଓଟିକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ସେ ତାଙ୍କ ଟ୍ବିଟର୍ ପୋଷ୍ଟରେ କ୍ୟାପ୍ସନ୍ ଦେଇଛନ୍ତି, ‘ଏହି ମହିଳା ଜଣକ ବୋଧହୁଏ ପାଞ୍ଚ ଘଣ୍ଟା ଧରି ବର୍ଷାରେ ଠିଆ ହୋଇଥିଲେ ଏବଂ ଯାତ୍ରୀମାନଙ୍କୁ ଏକ ଖୋଲା ମ୍ୟାନହୋଲ ବିଷୟରେ ଚେତାବନୀ ଦେଉଥିଲେ। ଆପଣ କେତେଥର ନିସ୍ୱାର୍ଥ କାର୍ଯ୍ୟ କରିଛନ୍ତି?

ଏହି ଭାଇରଲ ଭିଡିକୁ ଏପର୍ଯ୍ୟନ୍ତ ୭.୮ ହଜାର ସେୟାର ଏବଂ ତିନି ହଜାରରୁ ଅଧିକ ରିଆକ୍ସନ ମିଳିଥିବା ବେଳେ ୪ ଳକ୍ଷ ଭ୍ୟୁ ମିଳିସାରିଛି।

Swagatika

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

31 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

33 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

37 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

42 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

45 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

57 mins ago