ଦୁନିଆର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫାର ଶିଖରରେ ଚଢ଼ି ଏୟାରଲାଇନ୍ସର ବିଜ୍ଞାପନ ସୁଟିଂ କଲେ ମହିଳା, ଭିଡିଓ ଦେଖିଲେ ଲୋମଟାଙ୍କୁରି ଉଠିବ

ଦୁନିଆର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫାକୁ ତଳୁ ଉପରକୁ ଦେଖିଲେ ଆଖି ପାଏ ନାହିଁ। ଏଭଳି ସ୍ଥିତିରେ ଥରେ ଚିନ୍ତା କରନ୍ତୁ ଏହାକୁ ଉପରୁ ତଳକୁ ଦେଖିଲେ କେମିତି ଲାଗୁଥିବ। ନିହାତି ଭାବେ ଅବସ୍ଥା ଖରାପ ହୋଇଯାଉଥିବ। କିନ୍ତୁ ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକା ବୁର୍ଜ ଖଲିଫା ଉପରେ ସୁଟିଂ କରାଯାଇଛି ଏକ ବିଜ୍ଞାପନ, ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିରେଟ୍ସ ଏୟାରଲାଇନ୍ସ ଏହି ଭିଡିଓ ସୁଟ୍ କରାଇଛି। ଭିଡିଓରେ ଏକ ଝିଅ ବୁର୍ଜ ଖଲିଫାର ଶିଖରରେ ହାତରେ କିଛି ବୋର୍ଡ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ତାଙ୍କ କଡ଼ରେ ଏକ ଉଡ଼ାଜାହାଜ ଯାଉଛି। ଏହା ଏକ ଭୟଙ୍କର ବିଜ୍ଞାପନ, ଯାହାକୁ ଦେଖିବା ମାତ୍ରେ ଲୋମ ଟାଙ୍କୁରି ଉଠୁଛି।
ଦେଖନ୍ତୁ ଭିଡିଓ:
Video Credit: Emirates
ଭିଡିଓଟି ଏମିରେଟ୍ସ ଏୟାରଲାଇନ୍ସ ପକ୍ଷରୁ ସୁଟିଂ କରାଯାଇଛି। ଭିଡିଓ ଦେଖି ଆପଣ ଭାବୁଥିବେ ଏହାକୁ ସ୍ପୋଶଲ ଇଫେକ୍ଟ ସହ ବୋଧେ ସୁଟିଂ କରାଯାଇଥିବ। କିନ୍ତୁ ନା ସେମିତି ବିଲକୁଲ ନୁହେଁ। ଏହା ସମ୍ପୂର୍ଣ୍ଣ ରିୟଲ। ସଂଯୁକ୍ତ ଆରବ ଏମିରେଟ୍ସ ପକ୍ଷରୁ ଏହାକୁ ଏୟାରଲାଇନ୍ସର ଆଡ୍ ପାଇଁ ସୁଟ୍ କରାଯାଇଛି। ବୁର୍ଜ ଖଲିଫା ଉପରେ ଠିଆ ହୋଇଥିବା ମହିଳା ଜଣକ ଏୟାରଲାଇନ୍ସର ପ୍ରମୋଶନ କରୁଛନ୍ତି। ହାତରେ ଭିନ୍ନ ଭିନ୍ନ ପ୍ରକାରର ଲେଖାଥିବା ପ୍ଲା-କାର୍ଡ ଧରି ସେ ଦୁବାଇକୁ ଆସିବାକୁ ଲୋକଙ୍କୁ ଆମନ୍ତ୍ରିତ କରୁଛନ୍ତି।
View this post on Instagram
ଭିଡିଓରେ ନଜର ଆସୁଥିବା ଏହି ମହିଳାଙ୍କ ନାଁ ନିକୋଲ ସ୍ମିଥ। ସେ ଏୟାର ଲାଇନ୍ର କ୍ରୁ ମେମ୍ବର ଭାବେ ଗେଟ୍ଅପ୍ ନେଇଛନ୍ତି। ପ୍ରକୃତରେ କିନ୍ତୁ ସେ ଜଣେ ପ୍ରଫେସନାଲ ସ୍କାଏ ଡାଇଭର। ଏହି ଭିଡିଓର ସୁଟି ଅଗଷ୍ଟ ୨୦୨୧ରେ ହୋଇଥିଲା। ଗତ ବର୍ଷ ଏହି ସୁଟିଂ ବିଷୟରେ ନିକୋଲ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଥିଲେ ଓ କହିଥିଲେ, ଏହା ଏକ ଆଶ୍ଚର୍ଯ୍ୟଜନକ ଅନୁଭବ।