ମଇଁଷି ସହିତ ମଜାକ କରିବା ମହିଳାଙ୍କୁ ପଡିଲା ମହଙ୍ଗା, କଚାଡି ହୋଇ ପଡିଲେ ତଳେ କେମିତି ଦେଖନ୍ତୁ

ପ୍ରାୟ ସମୟରେ ଆମେ ଦେଖିଛନ୍ତି ଯେ କିଛି ଲୋକ ନିଜର ମନୋରଞ୍ଜନ ପାଇଁ ନିରୀହ ପଶୁଙ୍କୁ ହଇରାଣ କରିଥାନ୍ତି। ଯଦିଓ ବେଳେବେଳେ ଏପରି କରିବାର ବହୁତ ଖତରନାକ ପରିଣାମ ମିଳେ। ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରଲ ହେଉଛି। ଯାହାକୁ ଦେଖିବା ପରେ ଆପଣଙ୍କୁ ଏକ ଶିକ୍ଷା ମିଳିବ ନିଶ୍ଚୟ।

ଏହି ଭାଇରଲ ହେଉଥିବା ଭିଡ଼ିଓରେ ଜଣେ ମହିଳା ଆଉ ଜଣେ ମଇଁଷିକୁ ଦେଖିବାକୁ ମିଳୁଛି। ଆପଣ ଏଥିରେ ଦେଖିପାରିବେ ଯେ ଜଣେ ମହିଳା କେମିତି ଗୋଟେ ମଇଁଷିକୁ ହଇରାଣ କରି ପରିଣାମ ଭୋଗିଛନ୍ତି।

Video Credit: Facebook

ଆପଣ ଏହି ଭିଡ଼ିଓରେ ଦେଖିପାରିବେ ଯେ ଗୋଟେ ମଇଁଷି ଆରାମରେ ଛିଡା ହୋଇଛି। ଆଉ ମଇଁଷି ପାଖରେ ଜଣେ ମହିଳା ମଇଁଷି ସହିତ ମସ୍ତି ମଜାକ କରୁଥିବା ଦେଖିବାକୁ ମିଳୁଛି। କେତେବେଳେ ମଇଁଷିର ସିଙ୍ଗକୁ ଧରିବାକୁ ଚେଷ୍ଟା କରୁଛନ୍ତି ତ ଆଉ କେତେବେଳେ ମଇଁଷିକୁ ଚାପୁଡ଼ା ମାରୁଛନ୍ତି। ମହିଳା ଜଣଙ୍କ ସେହି ମଇଁଷି ମୁଣ୍ଡ ଉପରେ ଗୋଡ ରଖୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହିସବୁ କରିବା ସମୟରେ ମହିଳା ବହୁତ ଖୁସି ଥିବା ଦେଖିବାକୁ ମିଳୁଛନ୍ତି। ଆଉ ମହିଳା ଜଣଙ୍କ ମଇଁଷି ଉପରେ ବସିବାକୁ ମଧ୍ୟ ଚେଷ୍ଟା କରୁଥିଲେ କିନ୍ତୁ ନିଜେ କଚାଡି ହୋଇ ତଳେ ପଡିଲେ।

ମଇଁଷି ନିଜ ସିଙ୍ଗକୁ ପଛକୁ କରିଦେଲା ଆଉ ମହିଳା ଜଣଙ୍କ କଚାଡି ହୋଇ ଏକଦମ ତଳେ ପଡିଲେ। ଏହି ଭିଡିଓ ଦେଖି ଲୋକଙ୍କର ହସ ବନ୍ଦ୍ ହେଉନି। କିଛି ଲୋକ ତ ଏହା କହୁଛନ୍ତି ଯେ ଭିଡ଼ିଓରୁ ଏହା ଶିକ୍ଷା ମିଳୁଛି ଯେ ବିନା କାରଣରେ କାହାକୁ ହଇରାଣ କରିବା ଅନୁଚିତ। ତେବେ ଏହି ଭିଡ଼ିଓକୁ ଫେସବୁକରେ ନିର୍ମଳ ବୈଷ୍ଣବ ନାମକ ଜଣେ ୟୁଜର୍ ପୋଷ୍ଟ କରିଛନ୍ତି।