ହିନ୍ଦୁଧର୍ମରେ ମହିଳାମାନେ ଭାଙ୍ଗନ୍ତି ନାହିଁ ପୂଜା ନଡିଆ, ଜାଣନ୍ତୁ କାରଣ କ’ଣ

ନଡିଆ ବିନା କୌଣସି ପୂଜା ପାଠ, ଯଜ୍ଞ କିମ୍ବା କୌଣସି ଶୁଭ କାର୍ଯ୍ୟ ପୂରଣ ହୋଇପାରେ ନାହିଁ। କିନ୍ତୁ ପୂଜା ପାଠ କିମ୍ବା ଶୁଭ କାର୍ଯ୍ୟରେ ଲାଗିଥିବା ନଡିଆକୁ ମହିଳାମାନେ ଭାଙ୍ଗିବା ଅଶୁଭ ହୋଇଥାଏ। ଏ ମହିଳାମାନେ ପୂଜାରେ ନଡିଆକୁ ଅର୍ପଣ କରିପାରନ୍ତି କିନ୍ତୁ ଭାଙ୍ଗନ୍ତି ନାହିଁ।

ହିନ୍ଦୁ ଧର୍ମରେ ନଡ଼ିଆକୁ ବହୁତ ପବିତ୍ର ମନାଯାଏ। ଏହାକୁ ଶ୍ରୀଫଳ ବୋଲି ମଧ୍ୟ କୁହନ୍ତି। ଯିଏ ଯାହା ମାନସିକ ରଖନ୍ତି ସେଥିପାଇଁ ନଡ଼ିଆ ଯାଚନ୍ତି। ଏହି କାରଣରୁ ପୂଜା, ଯଜ୍ଞ ଆଦି ଶୁଭ କାମରେ ଏହାର ବ୍ୟବହାର କରାଯାଏ। ନଡ଼ିଆର ପ୍ରୟୋଗ କେବଳ ଶୁଭ କାମ ପାଇଁ କରାଯାଇଥାଏ। ଏହି ପରମ୍ପରା ଏବେ ନୁହେଁ ବରଂ ପ୍ରାଚୀନ କାଳରୁ ଚାଲିଆସୁଛି।  ଧାର୍ମିକ ମାନ୍ୟତା ଅନୁସାରେ ପ୍ରଥମେ ଦେବଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ହୋମ ପରେ ବଳି ଦେବାର ପ୍ରଥା ରହିଥିଲା। ବଳି କେବଳ ପ୍ରିୟ ଜିନିଷକୁ ଦିଆଯାଉଥିଲା। ପରେ ସମୟାନୁକ୍ରମେ ପୂଜା ପରେ ହୋମ ସମୟରେ ନଡ଼ିଆକୁ ବଳି ଦିଆଗଲା। କାରଣ ନଡ଼ିଆକୁ ପବିତ୍ର ମନାଯାଏ। ଏହାସହ ମନସ୍କାମନା ପୂର୍ଣ୍ଣ ପାଇଁ ସହାୟକ ହୋଇଥାଏ। ତେବେ ଏମିତି କାହିଁକି ? କାହିଁକି ମହିଳାମାନେ ପୂଜାରେ ଲାଗିଥିବା ନଡିଆକୁ ଭାଙ୍ଗନ୍ତି ନାହିଁ,

ତେବେ ଜାଣନ୍ତୁ ଏହାର କାରଣ କ’ଣ ?

– ପୌରାଣିକ କଥା ଅନୁସାରେ ଯେତେବେଳେ ଭଗବାନ ବିଷ୍ଣୁ ପୃଥିବୀରେ ଅବତାର ନେଇଥିଲେ, ସେଥିରେ ନିଜ ସହିତ ଲକ୍ଷ୍ମୀ, ନଡିଆ ଏବଂ କାମଧେନୁକୁ ନେଇ ଆସିଥିଲେ। ଏହି ତିନିଟି ଜିନିଷ ମଣିଷ ପାଇଁ ବରଦାନ ସଦୃଶ। ଏହି କାରଣରୁ ନଡିଆ ବୃକ୍ଷକୁ କଳ୍ପବୃକ୍ଷ ବୋଲି କୁହାଯାଏ।

– ନଡିଆରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କର ବାସ ରହିଥାଏ। ତିନି ଦେବତାଙ୍କ ଉପସ୍ଥିତି ଯୋଗୁଁ ନଡିଆକୁ ମହିଳାଙ୍କୁ ଭାଙ୍ଗିବାକୁ ଦିଆଯାଏନାହିଁ।

– ନଡିଆ ଭଗବାନ ବିଷ୍ଣୁଙ୍କ ଦ୍ୱାରା ପୃଥିବୀକୁ ପଠାଯାଇଥିବା ଫଳ ମଧ୍ୟରେ ଅନ୍ୟତମ। ଯାହା ଉପରେ ଦେବୀ ଲକ୍ଷ୍ମୀଙ୍କର ଅଧିକାର ରହିଥାଏ। ତେଣୁ ମା’ ଲକ୍ଷ୍ମୀଙ୍କୁ ଛାଡି ଅନ୍ୟ କୌଣସି ମହିଳା ନଡିଆ ଭାଙ୍ଗିବା ଉଚିତ ନୁହେଁ।

– ନଡିଆକୁ ମଞ୍ଜି ଭାବେ ଗ୍ରହଣ କରାଯାଏ। ଆଉ ଜଣେ ମହିଳା ସ୍ତ୍ରୀ ବିଜ ଭାବେ ଶିଶୁକୁ ଜନ୍ମ ଦିଏ। ତେଣୁ ମହିଳାମାନେ ନଡିଆ ଭାଙ୍ଗିବା ଅନୁଚିତ। କୁହାଯାଏ ଯଦି କୌଣସି ମହିଳା ନଡିଆ ଭାଙ୍ଗନ୍ତି, ତେବେ ସେମାନଙ୍କ ଗର୍ଭଧାରଣରେ ସମସ୍ୟା ଆସିଥାଏ।

picture credit-PRABHASAKHI

– ଧାର୍ମିକ ମାନ୍ୟତା ଅନୁସାରେ ଥରେ ଋଷି ବିଶ୍ୱାମିତ୍ର ଭଗବାନ ଇନ୍ଦ୍ରଙ୍କୁ କ୍ରୋଧରେ ଅଲଗା ସ୍ୱର୍ଗ ନିର୍ମାଣ କରିବା ପାଇଁ କହିଥିଲେ। ମହର୍ଷି ଏକଥାରେ ସନ୍ତୁଷ୍ଟ ନଥିଲେ ତେଣୁ ସେ ଅଲଗା ପୃଥିବୀ ତିଆରି କରିଥିଲେ। ତେଣୁ ସେ ମନୁଷ୍ୟ ଭାବେ ପ୍ରଥମେ ନଡିଆର ରଚନା କରିଥିଲେ। ତେଣୁ ନଡିଆକୁ ମନୁଷ୍ୟ ରୂପ ବୋଲି ମଧ୍ୟଗ୍ରହଣ କରାଯାଏ।

– ନଡିଆରେ ତିନିଟି ଆଖି ଯୋଗୁଁ ଶାସ୍ତ୍ର ଅନୁଯାୟୀ ତ୍ରିନେତ୍ର ବୋଲି ଗ୍ରହଣ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.