ସ୍ପେଶାଲ

ଏହି ମନ୍ଦିର ଗଲେ ମହିଳା ହୁଅନ୍ତି ଗର୍ଭବତୀ

ମନ୍ଦିର ଯିବା ଠାକୁରଙ୍କ ଦର୍ଶନ କରି ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ବଢ଼ିଥାଏ। ଏଥିପାଇଁ ତ ସକାଳୁ ଉଠିବା ଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ନାମ ନିଅନ୍ତି। କୁହନ୍ତି ଭଗବାନଙ୍କୁ ସ୍ମରଣ କଲେ ମନରେ ଭୟ ଦୂର ହୋଇଯାଏ । ଆତ୍ମବିଶ୍ୱାସ ବଢ଼ିଥାଏ। ତେଣୁ ଅନେକ ଜଣ ନିଜ ମନକୁ ଶାନ୍ତ ରଖିବା ପାଇଁ ମନ୍ଦିରକୁ ଯାଇଥାନ୍ତି। ଏବେ କିନ୍ତୁ ଏକ ଏପରି ମନ୍ଦିର ବିଷୟରେ ସୂଚନା ମିଳିଛି ଯେଉଁଠି ଗୋଟିଏ ରାତି ମନ୍ଦିର ଚଟାଣ ରେ ଶୋଇବା ପରେ ମହିଳା ମାନେ ମା ହେବ ର ସୌଭାଗ୍ୟ ପାଆନ୍ତି । କଣ ଆପଣ ଏହି ମନ୍ଦିର ସମ୍ପର୍କରେ ଜାଣିଛନ୍ତି କି ? ଆଜି ଜାଣନ୍ତୁ ..

ଭାରତର ପ୍ରାୟ ପ୍ରତି ସ୍ଥାନରେ ଦେଖିବାକୁ ମିଳିଥାଏ ବିଭିନ୍ନ ଦେବଦେବୀଙ୍କ ମନ୍ଦିର । ଏଣୁ ଭଗବାନଙ୍କ ଆରାଧନାଠାରୁ ଆରମ୍ଭ କରି ତାଙ୍କୁ ନେଇ ଅନେକ ପ୍ରକାରର ଅନ୍ଧବିଶ୍ୱାସ ଦେଖିବାକୁ ମିଳିଥାଏ । ସେହିପରି ଏକ ମନ୍ଦିର ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ମାନ୍ୟତା ଅନୁଯାୟୀ, ଯେଉଁ ମହିଳାଙ୍କର ସନ୍ତାନ ହେଉନଥାଏ ସେମାନେ ଏହି ମନ୍ଦିରକୁ ଆସି ଏକ ରାତି ଶୋଇବା ଦ୍ୱାରା ଗର୍ଭବତୀ ହୋଇଥାନ୍ତି । ଆସନ୍ତୁ ଜାଣିବା ମନ୍ଦିରର କ’ଣ ରହିଛି ମାନ୍ୟତା ।

ସାଧାରଣତଃ ସନ୍ତାନ ପ୍ରାପ୍ତି ପାଇଁ ଉଦ୍ଭୟ ମହିଳା ଏବଂ ପୁରୁଷଙ୍କର ସମାନ ଭାଗିଦାରୀ ରହିଥାଏ । ତେବେ ଡ଼ାକ୍ତରୀ ବିଜ୍ଞାନ ଅନୁଯାୟୀ , ଶୁକ୍ରାଣୁ ସମସ୍ୟା ଯୋଗୁଁ ମହିଳା ନିଃସନ୍ତାନ ହୋଇଥାନ୍ତି । ତେବେ ହିମାଚଳ ପ୍ରଦେଶର ମଣ୍ଡିଠାରେ ରହିଛି ଏପରି ଏକ ମନ୍ଦିର ଯେଉଁଠାକୁ ଯାଇ ମହିଳା ଗର୍ଭବତୀ ହେଉଛନ୍ତି । ଏହି ମନ୍ଦିରରେ ପୂଜିତା ସୀମସା ଦେବୀ ସନ୍ତାନ ଦାତ୍ରୀ ଭାବେ ଜଣାଯାଆନ୍ତି । କାରଣ ଲୋକଙ୍କ ବିଶ୍ୱାସ ଅନୁଯାୟୀ, ନିଃସନ୍ତାନ ମହିଳା ଏହି ମନ୍ଦିରର ଚଟାଣରେ ଏକ ରାତ୍ରୀ ଯାପନ ଦ୍ୱାରା ତାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ଏଥିପାଇଁ ପ୍ରତିବର୍ଷ ନବରାତ୍ରୀ ସମୟରେ ହିମାଚଳର ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିୟାନାରୁ ବହୁସଂଖ୍ୟାରେ ମହିଳା ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ରାତ୍ରିଯାପନ ଲାଗି ଆସିଥାନ୍ତି ।

ପ୍ରତି ବର୍ଷ ବହୁ ସଂଖ୍ୟାରେ ଦମ୍ପତି ସନ୍ତାନ ପ୍ରାପ୍ତି ଆଶାରେ ମନ୍ଦିରକୁ ଆସିଥାନ୍ତି । ନବରାତ୍ରୀ ସମୟରେ ଏଠାରେ ଏକ ପ୍ରକାରର ବିଶେଷ ଉତ୍ସବ ହୋଇଥାଏ ଯାହାକୁ ସ୍ଥାନୀୟ ଭାଷାରେ ସାଲିନ୍ଦରା କୁହାଯାଇଥାଏ । ସାଲିନ୍ଦରା ଅର୍ଥ ସ୍ୱପ୍ନ ଆସିବା । ସନ୍ତାନ ପ୍ରାପ୍ତି ପାଇଁ ଆସିଥିବା ମହିଳା ମନ୍ଦିରରେ ଶୋଇଥାନ୍ତି ଏବଂ ତାଙ୍କୁ କିଛି ସ୍ୱପ୍ନ ଆସିଥାଏ । ଯାହା ଦ୍ୱାରା ତାଙ୍କର ସନ୍ତାନ ହେବା ସହ ସନ୍ତାନର ଲିଙ୍ଗ ବିଷୟରେ ଜଣାପଡ଼ିଥାଏ । ମାନ୍ୟତା ଅନୁଯାୟୀ , ମହିଳାଙ୍କୁ ବିଭିନ୍ନ ପ୍ରକାରର ଫଳମୂଳର ସ୍ୱପ୍ନ ଆସିଥାଏ ଯାହା ଦ୍ୱାରା ସନ୍ତାନ ବିଷୟରେ ଜଣାପଡ଼ିଥାଏ । ଯେପରିକି, ଅମୃତଭଣ୍ଡା ସ୍ୱପ୍ନ ଦେଖିଥିବା ମହିଳାଙ୍କୁ ପୁତ୍ର ପ୍ରାପ୍ତ ହୋଇଥିବା ବେଳେ ସ୍ୱପ୍ନରେ ଭେଣ୍ଡି ଦେଖାଯାଇଥିଲେ କନ୍ୟା ପ୍ରାପ୍ତି ହୁଏ । ଯେଉଁ ମହିଳାଙ୍କର ସନ୍ତାନ ହେବ ନାହିଁ ତାଙ୍କର ସ୍ୱପ୍ନରେ ପଥର , ବାଡ଼ି ଭଳି ଧାତୁ ନଜର ଆସିଥାଏ । ତେବେ ଆଶ୍ଚର୍ଯ୍ୟକର କଥା ଏହି ମନ୍ଦିରକୁ ଆସିଥିବା ସମସ୍ତ ମହିଳାଙ୍କ ସ୍ୱପ୍ନ ଅନୁଯାୟୀ ତାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago