Categories: ସ୍ପେଶାଲ

ଆପଣ ବିଳମ୍ବିତ ରାତିରେ ଅଫିସରୁ ଫେରୁଛନ୍ତିକି, ଏମିତି କରନ୍ତୁ ନିଜର ସୁରକ୍ଷା

କର୍ମଜୀବୀ ମହିଳାଙ୍କ ପାଇଁ ଶୀତଦିନ ବେଶ ଯନ୍ତ୍ରଣା ଦାୟକ ହୋଇଥାଏ । ଖାସ କରି ଜାନୁଆରୀ ଓ ଡିସେମ୍ବର ମାସ ଅଧିକ କଷ୍ଟଦାୟକ ହୋଇଥାଏ । ଦିନ କୁ ଦିନ ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ଗୁଡିକ ମହିଳାଙ୍କ ଠାରେ ଯେମିତି ଏକ ଛନକା ପସେଇ ଦେଇଛି । ସମାଜ ପାଇଁ ଏହା ଏକ ସାଧାରଣ ଘଟଣା ହୋଇଥିଲେ ମଧ୍ୟ ପୀଡିତ ଓ ପରିବାର ପାଇଁ ଜୀବନ ସାରା ଏକ ଦୁଃସ୍ବପ୍ନ ହୋଇ ରହିଯାଏ । ସାଧାରଣତଃ କର୍ମଜୀବୀ ମହିଳା ମାନେ ଅଫିସରୁ ଫେରିବାରେ ବିଳମ୍ବ ହୋଇଥାଏ । କିନ୍ତୁ ଏବେ ଡରିବାର ସମୟ ନୁହେଁ ବରଂ ଦୃଢତାର ସହ ପରିସ୍ଥିତିକୁ ସାମ୍ନା କରି ନିଜକୁ ସୁରକ୍ଷା ଦେବାର । ନିଜକୁ ସୁରକ୍ଷିତ ରଖିବା ପାଇଁ ଯଦି ଆମେ କିଛି ଦିଗ ପ୍ରତି ଦୃଷ୍ଟି ଦେବା ତେବେ ନିଜକୁ କିଛିଟା ସୁରକ୍ଷିତ ରଖିପାରିବା ।

-ଯଦି ଅଫିସରୁ ଫେରିବାରେ ବିଳମ୍ବ ହୋଇଯାଏ ତେବେ ଯଥା ସମ୍ଭବ ଅନ୍ଧାର ରାସ୍ତା ସଡକ ଉପରେ ଏକଲା ଜମା ଯାଆନ୍ତୁ ନାହିଁ । ଅଫିସରୁ ବାହାରିବା ପୂର୍ବରୁ କ୍ୟାବ କିମ୍ବା ଅଟୋ ବୁକ କରାଇ ନିଅନ୍ତୁ । ଅଟୋରେ ବସିବା ପୂର୍ବରୁ ତା ନମ୍ବର ନିଜ ଚିଂହା ପରିଚିତଙ୍କୁ ଜଣାଇ ଦିଅନ୍ତୁ ।

-ଝିଅ ମାନେ ନିଜ ସହ ସବୁବେଳେ କିଛି ସେଫଟି ଟୁଲସ ନିହାତି ଭାବେ ରଖିବା ଉଚିତ । ନିଜ ସହ ଏକ ପେପର ସ୍ପ୍ରେ ନିହାତି ରଖିବା ଆବଶ୍ୟକ । ଯାହାକୁ ଆପଣ ଆକ୍ରମଣ କାରୀଙ୍କ ଆଖି, ନାକ ଓ ମୁହଁ ଉପରେ ଉପରେ ସଙ୍ଗେ ସଙ୍ଗେ ସ୍ପ୍ରେ କରିଦେଇ ପାରିବେ । ଏହା ବାଦ ଏକ ଛୁରୀ ବା ଲଙ୍କା ଗୁଣ୍ଡ ମଧ୍ୟ ରଖିପାରିବେ ।

-ଏହା ବାଦ ନିଜ ସହ ଏକ ଷ୍ଟନ ମଧ୍ୟ ରଖିବା ସହ ଆକ୍ରମଣ କାରୀକୁ ଗୋଇଁଠା ମାରି ଆପଣ ବର୍ତ୍ତୀ ଯାଇପାରିବେ ।

-୧୦୦ ନମ୍ବରକୁ କଲ କରିବାକୁ ତ ଜମା ଭୁଲନ୍ତୁ ନାହିଁ । କେହି ସନ୍ଦିଗ୍ଧ ବ୍ୟକ୍ତି ଆପଣଙ୍କ ପିଛା କରୁଥିବା ସନ୍ଦେହ ହେଲେ ତୁରନ୍ତ ଏହି ନମ୍ବରକୁ କଲ କରନ୍ତୁ ।

-ଅଫିସରୁ ବାହାରୁଥିବା ସମୟରେ କର୍ମଜୀବୀ ମହିଳା ମାନେ ନିହାତି ଭାବେ ହେଡ଼ ଫୋନର ଉପଯୋଗ କରନ୍ତୁ । କିନ୍ତୁ ସେଥିରେ କୌଣସି ଗୀତ ଲଗାଇବେ ନାହିଁ | ସନ୍ଦେହ ହେଲେ ନିଜ ବିଶ୍ୱସ୍ତ ଲୋକଙ୍କୁ କଲ କରନ୍ତୁ ।

-ଆଉ ସବୁଠୁ ସହଜ ତଥା ଜରୁରୀ ଉପାୟ ହେଉଛି ଜୋରରେ ପାଟି କରିବା । ବିପଦ ସମୟରେ ଚିଲ୍ଲେଇ ଆଖପାଖର ଲୋକଙ୍କ ଠାରୁ ସାହାଯ୍ୟ ମାଗନ୍ତୁ । ଲୋକ ଏକାଠି ହେବା ଦ୍ୱାରା ଆକ୍ରମଣ କାରୀ ମାନେ ଡରି ପଳେଇ ଯିବାର ସମ୍ଭାବନା ଅଧିକ ଥାଏ ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

4 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

12 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

28 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago