ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ : ୧୫ ବର୍ଷ ଧରି ଶୁଖିଲା ପଡିଥିବା ନଦୀରେ ପୁଣି ବହିଲା ପାଣି, ସମ୍ଭବ କରି ଦେଖାଇଲେ ୨୦ ହଜାର ମହିଳା

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏଭଳି ଏକ ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁ ଭେଲୋର ମହିଳାମାନେ । ଭାରତର ପାଖାପାଖି ଅଧା ଭାଗ ଶୁଖିଲା ମରୁଡି ଭାବେ ପଡି ରହିଛି । ଏମିତିରେ ଲୋକେ ନିଜେ ହିଁ ନିଜର ପରିସ୍ଥିତିକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି । ତାମିଲନାଡୁର ମରୁଡି ଗ୍ରସ୍ତ ୨୪ଟି ଜିଲ୍ଲା ମଧ୍ୟରୁ ଗୋଟିଏ ହେଉଛି ଭେଲୋର । ଏଠାକାର ମହିଳାମାନେ ନାଗ ନଦୀକୁ ପୁନର୍ଜୀବିତ କରିବାରେ ସଫଳ ହୋଇଛନ୍ତି । କାହିଁ କେତେ ବର୍ଷ ଧରି ଏହି ନଦୀ ଏଠାକାର ଲୋକମାନଙ୍କର ପ୍ରାଥମିକ ସ୍ରୋତ ଭାବେ ପରିଚିତ ହୋଇ ରହିଥିଲା । କିନ୍ତୁ ଗତ ୧୫ ବର୍ଷ ହେଲା ଶୁଖିଲା ପଡି ରହିଥିଲା ଏହି ନଦୀ ।

riverବର୍ତ୍ତମାନ ଯେତେବେଳେ ଦେଶର ଅନେକ ଅଞ୍ଚଳରେ ମରୁଡ଼ି ଓ ପାଣି ବିନା ହାହାକାର ପଡ଼ିଛି ସେତେବେଳେ ଭେଲୋରରେ ମିଳୁଛି ପର୍ଯ୍ୟାପ୍ତ ପାଣି । ଏଥିରୁ ଏହା ପ୍ରମାଣ ହେଉଛି କି, ସରକାରୀ ଯୋଜନା ସହିତ ମିଶି ସମସ୍ତେ କିପରି ନିଜର ସମସ୍ୟାକୁ ଦୂର କରି ପାରିବେ । ଭେଲୋରରେ ଚାରି ବର୍ଷରେ ୨୦ ହଜାର ମହିଳା ମିଶି ୩ ହଜାର ୫୦୦ଟି କୂଅ ଖୋଳିଥିଲେ । ସେଥିରେ ବହୁ ସଂଖ୍ୟାରେ ଗୋଡି ପକାଇ ବର୍ଷା ଜଳ ସଞ୍ଚୟ କରି ରଖିଥିଲେ । କୂଅ ସାହାଯ୍ୟରେ ବର୍ଷା ଜଳକୁ ମାଟି ତଳେ ଜମା ରଖାଯାଇ ପାରିଥାଏ । ଯାହାଦ୍ବାରା ଭୂମିଗତ ଜଳସ୍ତରରେ ସୁଧାର ଆସିଥାଏ । ଏହି ସବୁ ପ୍ରୟାସ ବଦଳରେ ଶେଷରେ ୨୦୧୮ରେ ଏହି ନଦୀରେ ପୁଣି ପାଣି ବହିବା ଆରମ୍ଭ କରିଥିଲା ।

ଆର୍ଟ ଅଫ୍ ଲିଭିଙ୍ଗ୍ ଫାଉଣ୍ଡେସନ୍ ପକ୍ଷରୁ ନାଗ ନଦୀ ପ୍ରୋଜେକ୍ଟର ନିର୍ଦ୍ଦେଶକ ଚନ୍ଦ୍ରଶେଖର କୁପ୍ପନ କହିଛନ୍ତି କି, ନଦୀ ସେତେବେଳେ ବହିଥାଏ ଯେତେବେଳେ ଭୂମି ତଳେ ଜଳ ରହିଥାଏ । କେବଳ ଏଥିପାଇଁ ହିଁ ନଦୀର ପ୍ରବାହ ସମ୍ଭବ ହୋଇଥାଏ । ଏହାମାନେ ବର୍ଷା ପାଣିର ବେଗକୁ କମା ଯାଇ ମାଟି ତଳେ ପହଞ୍ଚାଇବା ପାଇଁ ସାହାଯ୍ୟ କରିବା ଦରକାର । ସେ କହିଛନ୍ତି କି, ଚଳିତ ବର୍ଷ ଯେବେ ବର୍ଷା ହେବ ତେବେ ଏହି ନଦୀଟି ସୂଚାରୁ ରୂପେ ବହିବାକୁ ଲାଗିବ । ଏହା ପୂର୍ବରୁ ୨୦୧୪ରେ ଏହି ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା ଯାହାକୁ କେନ୍ଦ୍ର ସରକାରଙ୍କ ସହଯୋଗ ମିଳିଥିଲା ।

river2ଗତ ୧୦ବର୍ଷ ହେବ ଭେଲୋରର ଜଳାଶୟ ଶୁଖିବା କାରଣରୁ ଏଠାରେ ଚାଷୀମାନେ ସହର ଛାଡ଼ି ପଳାଇବା ଆରମ୍ଭ କରିଥିଲେ । କାରଣ ଜଳର କୌଣସି ପ୍ରକାରର ସୁବିଧା ନଥିବାରୁ ପରିବାର ପ୍ରତିପୋଷଣ କରିବା ବହୁତ କଷ୍ଟସାଧ୍ଯ ହେଉଥିଲା। ଯାହାଫଳରେ ନିଜ ଘରର ମହିଳାମାନଙ୍କୁ ଘରେ ଛାଡି ଏମାନେ ବାହାକୁ ରୋଜଗାର ପାଇଁ ଚାଲି ଯାଉଥିଲେ । ଯେବେ ଆର୍ଟ ଅଫ୍ ଲିଭିଙ୍ଗ୍ ର କିଛି ଭଲେଣ୍ଟିୟର ଏଠାରେ ପହଁଚି ଥିଲେ ସେତେବେଳେ ସେମାନେ ନଦୀକୁ ପୁନର୍ବାର ଜୀବିତ କରିବା ଦିଗରେ ଚିନ୍ତା କରିଥିଲେ । ମନରେଗା ଯୋଜନା ଅଧୀନରେ ମହିଳାମାନେ କାମ କରି ମୃତ ନଦୀକୁ ଜୀବନ୍ତ କରି ଦେଲେ ।

You might also like