ପନିପରିବା ମଞ୍ଜିରୁ ‘ଇକୋ ଫ୍ରେଣ୍ଡଲି ରାଖୀ’ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ ଏହି ମହିଳାମାନେ

ଆଉ କିଛି ଦିନ ପରେ ପଡିବ ଭଉଣୀ-ଭାଇ ବନ୍ଧନର ପବିତ୍ର ପର୍ବ ‘ରାଖୀ ପୂର୍ଣ୍ଣିମା’। ଏଥିପାଇଁ ରାଖୀ ବଜାରରେ ଭିଡ଼ ଜମିଥାଏ । ତେଣୁ ପ୍ରତିବର୍ଷ ବଜାରକୁ ବିଭିନ୍ନ ପ୍ରକାରର ଚାଇନା ରାଖୀ ଆସିଥାଏ । କିଏ ଘରେ ବସି ନିଜ ଭାଇ ପାଇଁ ରାଖୀ ତିଆରି କରୁଛି ତ ଆଉ କିଏ ରାଖୀ ତିଆରି କରି ଇ-କମର୍ସରେ ବିକୁଛି। ଏପରି ସ୍ଥିତିରେ ନିଜର ପ୍ରତିଭାକୁ ସଫଳ କରିଦେଖାଇଛନ୍ତି ଛତିଶଗଡ଼ର କେତେକ ମହିଳା। ଏଠାକାର ମହିଳାମାନେ କିଛି ଏଭଳି କରିଦେଖାଇଛନ୍ତି, ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହେବା ସହ ଗର୍ବ ଅନୁଭବ କରିବ। ଏହି ସମସ୍ତ ମହିଳା ଛତିଶଗଡ଼ରେ ଏକ ସ୍ବୟଂ ସହାୟକ ଗୋଷ୍ଠୀର।

ଏହି ମହିଳାମାନେ ପନିପରିବାର ମଞ୍ଜିି, ଧାନ ଏବଂ ବାଉଁଶରୁ ରାଖୀ ତିଆରି କରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ପ୍ଲାଷ୍ଟିକ ଭଳି ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ଜିନିଷର ବ୍ୟବହାର କରାଯାଇନାହିଁ। ରାଖୀରେ କେବଳ ଅର୍ଗାନିକ୍‌ ଜିନିଷର ବ୍ୟବହାର କରାଯାଇଛି। ଯାହା ଇକୋ ଫ୍ରେଣ୍ଡଲୀ ହୋଇଥିବା ବେଳେ ଦେଖିବାକୁ ମଧ୍ୟ ବେଶ୍‌ ସୁନ୍ଦରମୟ ହୋଇଛି। ସୂଚନା ମୁତାବକ ଗତ ବର୍ଷ ମଧ୍ୟ ଏହି ମହିଳାମାନେ ୫ହଜାର ରାଖୀ ତିଆରି କରିଥିଲେ। ଯେଉଁଥିରୁ ସେମାନେ ଲକ୍ଷେ ଟଙ୍କା ରୋଜଗାର କରିଥିଲେ ବୋଲି ଗୋଷ୍ଠୀର ଜଣେ ସଦସ୍ୟ ଲତା ସାହୁ କହିଛନ୍ତି।

ହେଲେ ଚଳିତ ବର୍ଷ ଉକ୍ତ ମହିଳାମାନେ ଏବେଠାରୁ ୯୦,୦୦୦ ଟଙ୍କା ରୋଜଗାର କରିସାରିଛନ୍ତି। କାରଣ ଚଳିତ ବର୍ଷ ରକ୍ଷା ବନ୍ଧନ ପର୍ବ ଅଗଷ୍ଟ ୨୨ରେ ପଡ଼ୁଥିବା ବେଳେ ଏଥିରେ ଆଉ କିଛି ସମୟ ମଧ୍ୟ ବାକି ଅଛି। ହେଲେ ଏଭଳି ସ୍ଥିତିରେ ସ୍ବେଚ୍ଛାସେବୀ ମାନେ ନିଜର ରୋଜଗାର ବଢ଼ାଇବା ପାଇଁ ବେଶ୍‌ ସମୟ ଓ ସୁଯୋଗ ପାଇଛନ୍ତି। ଏହି ମହିଳାମାନେ ସମାଜର ସେହି ମହିଳାମାନଙ୍କ ପାଇଁ ଏକ ଉଦାହରଣ ଓ ଆଦର୍ଶ। ଯେଉଁମାନେ କୌଣସି ନା କୌଣସି କାରଣରୁ ବିକାଶ ପଥରେ ପଛରେ ରହିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.