Categories: ସ୍ପେଶାଲ

ଏହି ଜନଜାତିର ମହିଳାଙ୍କୁ ପାଣି ଛୁଇଁବା ମନା, ଜୀବନ କାଳ ମଧ୍ୟରେ ମାତ୍ର ଥରେ ହିଁ ସ୍ନାନ କରନ୍ତି

ଦୁନିଆରେ ଏମିତି ଏକ ବିଚିତ୍ର ଜାଗା ରହିଛି, ଯେଉଁଠି ମହିଳା ଏବଂ ଯୁବତୀମାନେ ତାଙ୍କ ଜୀବନ କାଳ ମଧ୍ୟରେ ମାତ୍ର ଗୋଟିଏ ଥର ସ୍ନାନ କରନ୍ତି। ତଥାପି ତାଙ୍କୁ ସବୁଠାରୁ ସୁନ୍ଦର ବୋଲି ଗଣାଯାଏ। ଉତ୍ତର ନାମିବିୟାରେ ରହୁଥିବା ହିମ୍ବା ଜନଜାତିର ପାଖାପାଖି ୫୦,୦୦୦ ଲୋକ ହେଉଛନ୍ତି ଦେଶୀୟ। ଏମାନେ ମୁଖ୍ୟତଃ କୁନେନେ ଅଞ୍ଚଳ(ପୂର୍ବରୁ କାକୋଲ୍ୟାଣ୍ଡ) ଏବଂ ଅଙ୍ଗୋଲାରେ କୁନେନ ନଦୀ କୂଳରେ ବସବାସ କରନ୍ତି। ପ୍ରକୃତ କଥା ହେଲା, ହିମ୍ବା ଜନଜାତିର ମହିଳାମାନେ ସ୍ନାନ କରିବା ବଦଳରେ ଏକ ବିଶେଷ ଜଡ଼ିବୁଟି ବ୍ୟବହାର କରିଥାଆନ୍ତି। ଆଉ ଏହାର ଧୂଆଁରେ ନିଜ ଶରୀରକୁ ତାଜା ରଖିଥାଆନ୍ତି। ଏହି ଜଡ଼ିବୁଟିର ବାସ୍ନା ସେମାନଙ୍କ ଶରୀରକୁ ଭଲ ସୁଗନ୍ଧ ପ୍ରଦାନ କରିଥାଏ। ଏହାସହିତ ଧୂଆଁ ବ୍ୟବହାର ଦ୍ୱାରା ଶରୀରରେ ଥିବା ସମସ୍ତ ଜୀବାଣୁ ନଷ୍ଟ ହୋଇଯାଆନ୍ତି।

ଏହାସହ ପଢ଼ନ୍ତୁ: ରାଜସ୍ଥାନରେ ରହିଛି ଏପରି ମନ୍ଦିର, ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ‘ପିଆଜ’ ଭୋଗ

ଏହି ମହିଳାମାନେ ବିବାହ ସମୟରେ ମାତ୍ର ଥରେ ଗାଧୋଇ ଥାଆନ୍ତି। କୁହାଯାଏ କି, ହିମ୍ବା ଜନଜାତିର ମହିଳାମାନଙ୍କୁ ପାଣି ଛୁଇଁବାର ଅନୁମତି ନ ଥାଏ। ଏଥିପାଇଁ ସେମାନେ କପଡ଼ା ମଧ୍ୟ ଧୋଇ ନ ଥାଆନ୍ତି। ଏହା ବ୍ୟତୀତ ସେଠାକାର ମହିଳାମାନେ ସୂଯ୍ୟର୍କିରଣରୁ ଶରୀରକୁ ସୁରକ୍ଷା ଦେବା ପାଇଁ ପଶୁଙ୍କ ଚର୍ବିରେ ପ୍ରସ୍ତୁତ ଏକପ୍ରକାର ମଲମ ଦେହରେ ଲଗାଇ ଥାଆନ୍ତି, ଯେଉଁ କାରଣରୁ ସେମାନଙ୍କ ତ୍ୱଚାର ରଙ୍ଗ ଲାଲ୍‌ ହୋଇଯାଇଥାଏ। ଏହି ବିଶେଷ ପ୍ରକାରର ଲୋଶନ ସେମାନଙ୍କୁ କୀଟଙ୍କ ଠାରୁ ସୁରକ୍ଷା ଦେଇଥାଏ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago