ପୃଥିବୀର ନିକଟତର ହେଲା କୁତବମିନାରଠାରୁ ବି ଚାରି ଗୁଣ ଲମ୍ବା ଆଷ୍ଟ୍ରୋଏଡ, ଆଗାମୀ କିଛି ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ

କିଛିଦିନ ତଳେ ରାଜସ୍ଥାନରେ ଏକ ଉଲକାପିଣ୍ଡ ଖସିବା ପରେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ନିକଟରେ ଏକ ଖବର ଆସିଛି ଯେ ଏକ ବଡ଼ ଆଷ୍ଟ୍ରୋଏଡ ପୃଥିବୀ ଆଡ଼କୁ ଗତି କରୁଛି । ଏହି ଆଷ୍ଟ୍ରୋଏଡ ଦ୍ରୁତ ଗତିରେ ଗତି କରୁଛି ଏବଂ ଏହାର ଆକାର କୁତବମିନାର ଠାରୁ ବି ଚାରି ଗୁଣ ବଡ । ଏହି ଗ୍ରହ24 ଜୁନ୍ ଅର୍ଥାତ ଆଜି ପୃଥିବୀର ନିକଟତର ହେବ ଏପରିସ୍ଥଳେ ପରବର୍ତ୍ତୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଏହି ଗ୍ରହ ଆଜି ପୃଥିବୀ ଠାରୁ 37 ଲକ୍ଷ କିଲୋମିଟରର ଦୂରତାରେ ଅତିକ୍ରମ କରିପାରେ ଏବଂ ବୈଜ୍ଞାନିକମାନେ ପୃଥିବୀର 75 ଲକ୍ଷ କିଲୋମିଟର ବ୍ୟାସାର୍ଦ୍ଧ ଦେଇ ଯାଉଥିବା ଯେକୌଣସି ଦ୍ରୁତ ଗତିର ଉଲକାପିଣ୍ଡକୁ ବିପଦ ବୋଲି ମାନିଥାନ୍ତି ।

Asteroid News: धरती की तरफ बढ़ रहा कुतुब मिनार से चार गुना लंबा Asteroid, अगले कुछ घंटे हैं बेहद अहम

ଏହି ଆଷ୍ଟ୍ରୋଏଡର ଲମ୍ବ 1017 ଫୁଟ ଏବଂ ବ୍ୟାସ 310 ମିଟର ହେବ ଏବଂ ଏହି ଆଷ୍ଟ୍ରୋଏଡ ଜୁନ୍ 24 ତାରିଖ ଦିନ 12.15 ରେ ପୃଥିବୀ ନିକଟବର୍ତ୍ତୀ ହୋଇଥିଲା ଯାହାର ନାମ ଥିଲା 2010NY65 । ସୂଚନା ଅନୁଯାୟୀ ଜୁନ୍ ମାସରେ ପୃଥିବୀ ନିକଟବର୍ତ୍ତୀ ହୋଇଥିବା ଏହା ତୃତୀୟ ଘଟଣା । ଏହାପୂର୍ବରୁ ଜୁନ୍ 6 ଏବଂ ଜୁନ୍ 8 ରେ ଦୁଇଟି ଆଷ୍ଟ୍ରୋଏଡ ପୃଥିବୀ ନିକଟରେ ଯାଇଥିଲା ।

ଆଷ୍ଟ୍ରୋଏଡସ୍ କ’ଣ?

Space conference ends with a big bang | From the Grapevine

ଆଷ୍ଟ୍ରୋଏଡ ଗୁଡିକ ପ୍ରକୃତରେ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥିବା ଛୋଟ ଛୋଟ ଉଲକାପିଣ୍ଡ । ସେଗୁଡିକ ମୁଖ୍ୟତଃ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ଆଷ୍ଟ୍ରୋଏଡ ବେଲ୍ଟରେ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.