ବିଶ୍ୱ କର୍କଟ ଦିବସରେ ଜାଣନ୍ତୁ କିପରି କରିବେ କର୍କଟ ରୋଗର ଉପଚାର

ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ‘ବିଶ୍ୱ କର୍କଟ ଦିବସ’ ପାଳନ କରାଯାଏ। ଏକ୍ସପଟ୍‌ଙ୍କ କହିବା ଅନୁସାରେ କର୍କଟ ରୋଗକୁ ଡରିବାର କୌଣସି ଆବଶ୍ୟକତା ନାହିଁ,ବରଂ ଏହି ରୋଗରୁ କିପରି ଦୁରେଇ ରହିବେ ଓ ଶୀଘ୍ର କିପରି ସୁସ୍ଥ ହେବେ ଏଥି ପ୍ରତି ଧ୍ୟାନ ରଖିବା ଉଚିତ୍‌। ବିଶ୍ୱ କର୍କଟ ଦିବସରେ ଆପଣ ଜାଣି ରଖିବା ଉଚିତ୍‌ ବର୍ତ୍ତମାନ ଏହି ରୋଗକୁ ଭୟ କରିବାର ଆବଶ୍ୟକତା ନାହିଁ। କାରଣ ଆଧୁନିକ ବିଜ୍ଞାନ ଓ ଅନୁସନ୍ଧାନ ଏହି ଦିଗରେ ଅଗ୍ରଗତି କରିଛି ଏବଂ ଆଧୁନିକ ଜ୍ଞାନକୌଶଳ ଆଧାରରେ ଏହା ଶୀଘ୍ର ଚିହ୍ନଟ କରାଯାଇ ପାରୁଛି ।

କିପରି କରିବେ କର୍କଟ ରୋଗର ଉପଚାର:

ସର୍ବଭାରତୀୟ ସାମଗ୍ରିକ ସ୍ୱାସ୍ଥ୍ୟ ଗୁରୁ ତଥା କର୍ପୋରେଟ ଲାଇଫ୍‌ କୋଚ୍‌ ଡକ୍ଟର. ମିକି ମେହେଟ୍ଟା କହିଛନ୍ତି ଯେ , ଅସ୍ତ୍ରୋପଚାର, ଅଣ-ଆକ୍ରମଣକାରୀ ଆଣବିକ ବିକିରଣ, ଅତ୍ୟାଧୁନିକ କେମୋଥେରାପି ସବୁ କିଛି ଏକା ସାଙ୍ଗରେ ରଖି ରୋଗୀର ଉପଚାର କରାଯାଇପାରିବ। ବର୍ତ୍ତମାନ ଯେତେବେଳେ ସମ୍ପୂର୍ଣ୍ଣ ନିରୋଗ ସ୍ୱାସ୍ଥ୍ୟ ବିଷୟରେ କଥା ଆସେ, ନିଶ୍ଚିତ ଭାବରେ ପୁରୁଣା ଆର୍ୟୁବେଦ, ଯୋଗ, ଆସନ, ପ୍ରାଣାୟମ ଏହାକୁ ରୋକିବା ପାଇଁ ସର୍ବୋତ୍ତମ ଏବଂ ସହଜ ଉପାୟ।

ନିଶ୍ୱାସ ନେବାର ସଠିକ୍‌ ଉପାୟ:

ସାଧାରଣତ ନିଶ୍ୱାସ ପ୍ରଶ୍ୱାସ ସଠିକ୍‌ ଉପାୟରେ ନେବା ଦ୍ୱାରା ଶରୀରର ହରମୋନ୍‌ ନିୟନ୍ତ୍ରଣକରିବା ଆରମ୍ଭ କରେ ଓ ଆପଣଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ପ୍ରଦାନ କରେ। ନିଶ୍ୱାସ ସଠିକ୍‌ ଉପାୟରେ ନେବା ଦ୍ୱାରା ,ଏହା ହରମୋନ୍‌ ଶକ୍ତିକୁ ନିୟନ୍ତ୍ରଣ କରେ , ହଜମ ଶକ୍ତି ନିୟନ୍ତ୍ରଣ କରେ, ଶରୀରରୁ ବିଷାକ୍ତ ପଦାର୍ଥକୁ ନିଷ୍କାସନ କରେ ଏବଂ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାର୍ଯ୍ୟ କରେ।

କିପରିଖାଦ୍ୟ ଖାଇବେ :

ସୁଷମ ଖାଦ୍ୟରେ ଆମେ ୨ ପ୍ରକାରର ଖାଦ୍ୟ ଖାଇଥାଉ,ଏହା ହେଲା ପ୍ରାକୃତିକ ଖାଦ୍ୟ ଏବଂ ଅନ୍ୟଟି ବ୍ରହ୍ମାଣ୍ଡିକ ଖାଦ୍ୟ। ଏହି ୨ ଖାଦ୍ୟ ଆମ ଶରୀରର ସନ୍ତୁଳନ ରକ୍ଷା କରେ ଯାହା କର୍କଟ ରୋଗରୁ ସୁସ୍ଥ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ।

ସାତ୍ତ୍ୱିକ ଆହାର ନିହାତି ଜରୁରୀ:

ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌, ପ୍ରାକୃତିକ ରଙ୍ଗ , ଗଠନ, ସ୍ୱାଦ, ଏବଂ ପ୍ରାକୃତିକ ପୋଷଣ ଓ ସାତ୍ତ୍ୱିକ ଆହାର ଶରୀର ଭିତରକୁ ଯାଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ପ୍ରତିଦିନ ଯୋଗ କରନ୍ତୁ:

ଯୋଗ, ଆସନ, ପ୍ରାଣାୟମ ଜଣେ ବ୍ୟକ୍ତିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା ହେଉଛି ଏପରି ଏକ ପଦ୍ଧତି ଯାହା ଦ୍ୱାରା ମଣିଷ ଏହି ରୋଗରୁ ଶୀଘ୍ର ସୁସ୍ଥ ହୋଇପାରିବ। ଆମ ଜୀବନ ଶୈଳୀ, ନିଦ୍ରାର ଅବହେଳା , ଚାପ ଏବଂ ଏକ ସମୟରେ ବିଭିନ୍ନ କାମ କରିବା ଦ୍ୱାରା ଆମକୁ ଅସୁସ୍ଥ କରିିଦିଏ।

ଜାଣନ୍ତୁ ସୁସ୍ଥ ହେବାର ଉପାୟ:

ଯଦି ଆମେ ପ୍ରାଣାୟମ କରିବା ସହ ଏହି ସଂକଳ୍ପ ନେବା ଯେ ଆମେ ସୁସ୍ଥ ହେଇ ରହିବା,ତେବେ ଏହା କର୍କଟ ରୋଗରୁ ଠିକ୍‌ ହେବା ପାଇଁ ଆମକୁ ଏକ ମହତ୍ତ୍ୱ ପୂର୍ଣ୍ଣ ଉପକରଣ ଭାବରେ ସାହାଯ୍ୟ କରିବ ଏବଂ ଏଥିରେ ମଣିଷ ନିଜ ଭିତରେ ପୁନଃ ପ୍ରତିଷ୍ଠିତ ହୋଇ ସଂପୂର୍ଣ୍ଣ ସୁସ୍ଥ ଉପଲବ୍ଧ କରପାରିବ।

କର୍କଟ ରୋଗରୁ ସୁସ୍ଥ ହେବା ପାଇଁ ଏହି ୪ଟି ବିଷୟ ପ୍ରତି ଧ୍ୟାନ ରଖନ୍ତୁ:

୧. ଆମ ଜୀବନ ବଞ୍ଚିବା ପାଇଁ ସବୁଠୁ ମୌଳିକ ଆଧାର ହେଉଛି ଶ୍ୱାସକ୍ରିୟା ଏବଂ ସର୍ବଦା ଆମେ ନିଶ୍ୱାସ ପ୍ରତି ସଚେତନ ହେବା ଆବଶ୍ୟକ। ବିଚଳିତ ଏବଂ ଅନିୟମିତ ସ୍ୱାସ୍ଥ୍ୟ ଆମ ଶରୀରର ମୂଳ ବେମାରୀର କାରଣ ହୋଇଥାଏ। ଯଦି ଥରେ ଆପଣ ଏଥିରୁ ବାହାରି ଆସିବେ, ତେବେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ବୃଦ୍ଧି ପାଇବ ଓ ଏହା ଆପଣଙ୍କୁ କର୍କଟ ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରିବ।

୨. ପ୍ରତିଦିନ ଆମେ ଯାହା ଖାଇଥାଉ କିମ୍ବା ପିଇଥାଉ ଏଥିରେ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ବୃଦ୍ଧି ହୁଏ। ତେଣୁ ସ୍ୱଚ୍ଛ, ସବୁଜ ରଙ୍ଗର ପରିବା ନିୟମିତ ଖାଇବା ଆବଶ୍ୟକ ଏହା ଆପଣଙ୍କୁ ସୁସ୍ଥ,ଶୁଦ୍ଧ ଓ ପରିପୂର୍ଣ୍ଣ ରଖିବାରେ ସାହାଯ୍ୟ କରେ।

୩.ଖାଦ୍ୟ ଖାଇବା ଦ୍ୱାରା ଏହା ଚିକିତ୍ସାରେ ସାହାଯ୍ୟ କରେ, ଏହା ସହ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍‌ । ଏହା ଦ୍ୱାରା ଶରୀରରେ ଇମ୍ୟୁନୋଗ୍ଲୋବିନ୍‌ର ମାତ୍ରା ବଢେ ଯାହା ଆପଣଙ୍କୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ।

୪. ଶକ୍ତିଶାଳୀ ଓ ସୁସ୍ଥ ରହିବା ପାଇଁ ପ୍ରତିଦିନ ଆମେ ବିଶ୍ରାମ ନେଲା ବେଳେ ମସାଜ୍‌ ,ଧ୍ୟାନ, ଆରାମ ଭଳି ଉପଚାର କରିଥାଉ । ଏହା ଆପଣଙ୍କୁ କ୍ଷତିରୁ ରକ୍ଷା କରିଥାଏ। ଧ୍ୟାନ ଓ ପ୍ରାର୍ଥନା କରିବା ଦ୍ୱାରା ସ୍ୱାସ୍ଥ ଉତ୍ତମ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.