ଦୁନିଆର ସବୁଠାରୁ ଶୁଖିଲା ମରୁଭୂମିରେ ଫୁଟିଲା ଫୁଲ, ବାଇଗଣୀ ରଙ୍ଗ ଫୁଲରେ ସଜେଇ ହେଲା ମରୁଭୂମି

ଫୁଲଟିଏ ଦେଖିଦେଲେ ମନରେ ଥିବା ସବୁ କ୍ଲାନି ଏବଂ ଦୁଃଖ ଦୂର ହୋଇଯାଏ। ଖିଲିଖିଲି ହୋଇ ହସୁଥିବା ଫୁଲ ଦେଖିସମସ୍ତଙ୍କ ମନ ଉତଫୁଲିତ ହୋଇଯାଏ। ବାଡି ବଗିଚାରେ କିମ୍ବା କାହା ବାଲକୋନୀରେ ଫୁଲ ଫୁଟୁଥିବା ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ କେବେ ଭାବିଛନ୍ତି କି, ଦୁନିଆର ସବୁଠାରୁ ଶୁଖିଲା ମରୁଭୂମିରେ ଫୁଲ ଫୁଟେ ତା’ର ଦୃଶ୍ୟ କିଭଳି ଦେଖାଯିବ। ମରୁଭୂମିରେ ଫୁଲ ଫୁଟିବା କେବେ ଶୁଣିଛନ୍ତି କି ? କିନ୍ତୁ ଏମିତି କିଛି ଘଟିଛି ଚିଲ୍ଲୀର ଅଟକାମା ମରୁଭୂମିରେ। ଯାହାକି ସବୁବେଳେ ବାଲିର ଗଦାରେ ରହିଥାଏ ସେଠାରେ ଏବେ ବାଇଗଣୀ ଫୁଲର ଚାଦର ଢାଙ୍କି ଯାଇଛି। ମରୁଭୂମିରେ ଫୁଲ ଫୁଟିବା ପରେ ଖୁବ୍ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି। ସେଭଳି ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଫଟୋକୁ ଦେଖି ଲୋକ ଚମତ୍କାର ବୋଲି କହୁଛନ୍ତି।

ବିଶ୍ୱର ସବୁଠାରୁ ଶୁଖିଲା ମରୁଭୂମିରେ ପ୍ରାୟ ୨୦୦ ପ୍ରଜାତି ଫୁଲର ମଞ୍ଜି ପକାଯାଇଥିଲା। ଯାହା ଭିତରୁ କିଛି ପ୍ରଜାତିର ଫୁଲ ଫୁଟିଛି। ଫୁଲର ଏହି ମଞ୍ଜି ଭୀଷଣ ଗରମରେ ମଧ୍ୟ ଜୀବିତ ରହିପାରେ।
ମେଟ୍ରୋ ୟୁକେ ରିପୋର୍ଟ ଅନୁସାରେ, ଚିଲ୍ଲୀର ଏହି ମରୁଭୂମିରେ ବର୍ଷକରେ ୧ ଇଞ୍ଚରରୁ କମ୍ ବର୍ଷା ହୋଇଥାଏ। ଯେଉଁଥିପାଇଁ ପୁରା ବର୍ଷ ଶୁଖିଲା ହୋଇ ରହିଥାଏ ସଂପୂର୍ଣ୍ଣ ଅଞ୍ଚଳ। ତେବେ ଏଠାରେ ପଡିଥିବା ମଞ୍ଜି ଏଭଳି ଥିଲା, ଯାହା ଖୁବ୍ ଗରମରେ ବହୁ ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲା। ଫୁଲର ଏହି ୨୦୦ ପ୍ରଜାତି ଭିତରେ ଏଭଳି କିଛି ଫୁଲ ରହିଛି, ଯାହାକି ବିଶ୍ୱରେ ଚିଲ୍ଲୀ ଛଡା ବୋଧହୁଏ ଅନ୍ୟ କେଉଁଠି ମିଳିନଥାଏ।

uu
PC: Rove Me

ଅଟାକାମାର ମରୁଭୂମିକୁ ଫୁଲର ମରୁଭୂମି କୁହାଯାଏ। ସେଠାରେ କେବଳ ଫୁଲ ହିଁ ହୋଇଥାଏ। ଏତେ କମ୍ ବର୍ଷା ପରେ ବି ସେଠାରେ ଫୁଲ ଫୁଟିବାର ଘଟଣାକୁ କିଛି ଲୋକ ଚମତ୍କାର ବୋଲି କୁହନ୍ତି। କିଛି ଲୋକ ଏହା ପଛରେ ବଡ ରହସ୍ୟ ରହିଛି ବୋଲି କୁହନ୍ତି। କାରଣ ଯାହା କିଛ ବି ହେଉ କିନ୍ତୁ ଏହି ବାଇଗଣୀ ଫୁଲ କାରଣରୁ କିଛି ସମୟ ପାଇଁ ମରୁଭୂମିରେ ରଙ୍ଗୀନ ହୋଇ ଉଠିଛି।

Leave A Reply

Your email address will not be published.