ବିଦେଶରେ ଥିବା ବିଶ୍ୱ ପ୍ରସିଦ୍ଧ ହିନ୍ଦୁ ମନ୍ଦିର, ଯେଉଁଠି ଦର୍ଶନ ମାତ୍ରକେ ପୂର୍ଣ୍ଣ ହୁଏ ମନସ୍କାମନା

ମନ୍ଦିର ମାଳିନୀ ଦେଶ ହେଉଛି ଭାରତ । ଭାରତରେ ଥିବା ବହୁ ପ୍ରାଚୀନ ମନ୍ଦିର ସହ ଜଡ଼ିତ ରହିଛି ଅନେକ କିମ୍ବଦନ୍ତୀ । ତେବେ ଭାରତ ବାହାରେ ମଧ୍ୟ ଏପରି ମନ୍ଦିର ରହିଛି ଯେଉଁଠି ଥରେ ମାତ୍ର ଦର୍ଶନରେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ଆଜି ଆସନ୍ତୁ ଜାଣିବା ଭାରତ ବାହାରେ ଥିବା ସେମିତି କିଛି ମନ୍ଦିର ସମ୍ପର୍କରେ । ଯାହାର ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଏହି ମନ୍ଦିରର ଚମତ୍କାରୀତା ଓ ବାସ୍ତୁକଳା ସାରା ଦୁନିଆରେ ଚର୍ଚ୍ଚିତ ।

angkor wat,cambodia.jpg-2

୧. ଅଂକୋର ଓ୍ଵାଟ୍‌ , କାମ୍ବୋଡିଆ : କାମ୍ବୋଡିଆରେ ଥିବା ଅଙ୍କର ଓ୍ଵାଟ୍‌ ବିଶ୍ୱର ସବୁଠୁ ବଡ଼ ହିନ୍ଦୁ ମନ୍ଦିର । ଏହାର ଆଖପାଖରେ ମଧ୍ୟ ବହୁ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ରହିଥିବା ଦେଖିବାକୁ ମିଳେ । ଏହି କ୍ଷେତ୍ରକୁ ଅଙ୍ଗକୋର୍‌ ପାର୍କ ମଧ୍ୟ କୁହାଯାଏ । ଏହି ମନ୍ଦିର ସମ୍ପର୍କରେ କୁହାଯାଏ ସ୍ୱୟଂ ଦେବରାଜ ଇନ୍ଦ୍ର ନିଜର ପୁତ୍ରଙ୍କ ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ ।

କମ୍ବୋଡିଆ ସ୍ଥିତ ବିଷ୍ଣୁ ମନ୍ଦିର ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସ୍ଥଳ । ଏହି ମନ୍ଦିର ୪୦୦ ଏକର ଜମି ଉପରେ ଅବସ୍ଥାପିତ ହୋଇଛି । ଏହି ବିଶାଳ ମନ୍ଦିରର ନିର୍ମାଣ ଖେମର ସାମ୍ରାଜ୍ୟ ର ରାଜା ସୂର୍ଯ୍ୟ ବର୍ମା ଦ୍ୱିତୀୟଙ୍କ ଦ୍ୱାରା ୧୦୪୯-୬୬ ମଧ୍ୟରେ ହୋଇଥିଲା । ଏବେ ଏହା ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ପାଇଛି । ଏହି ମନ୍ଦିରର ନିର୍ମାଣ ଶୈଳୀ ଓ କାରୁକାର୍ଯ୍ୟ ବହୁତ ଅଦ୍ଭୁତ

_Dhakeshwari_Mandir

୨. ଢ଼ାକେଶ୍ୱରୀ ମନ୍ଦିର, ବାଂଲାଦେଶ : ଏହି ମନ୍ଦିର ବାଂଲାଦେଶର ଢ଼ାକା ସହରରେ ଅବସ୍ଥିତ । ବାଂଲାଦେଶର ରାଜଧାନୀ ଢ଼ାକା ନାମରେ ଦେବୀଙ୍କ ନାମକରଣ ହୋଇଛି । ଭାରତ ବିଭାଜନ ପୂର୍ବରୁ ଏହି ମନ୍ଦିର ଭାରତର ଶକ୍ତି ପୂଜକଙ୍କ ପାଇଁ ଆସ୍ଥାର ବଡ଼ କେନ୍ଦ୍ର ଥିଲା । ଢ଼ାକେଶ୍ୱରୀ ପୀଠ ମାନ୍ୟତା ପାଇଥିବା ୫୨ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ।

କୁହାଯାଏ ଦ୍ୱାଦଶ ଶତାଦ୍ଭି ବେଳକୁ ରାଜା ବଲ୍ଲାଲ ସେନ ଏହି ମନ୍ଦିର ନିର୍ମାଣ କରିଥିଲେ । ପୁରାଣ ମାନ୍ୟତା ଅନୁଯାୟୀ ଏଠାରେ ସତୀ ଦେବୀଙ୍କ ଆଭୂଷଣ ପଡ଼ିଥିଲା ବୋଲି କୁହାଯାଏ । ବାଂଲାଦେଶରେ ଥିବା ଏହି ମନ୍ଦିର ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୱାସର ଏକ ପ୍ରମୂଖ କେନ୍ଦ୍ର । ମାତା ରାଣୀଙ୍କର ଏହି ମନ୍ଦିର ଏକ ଚମତ୍କାର ମନ୍ଦିର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.