ଫଟୋ ଏମିତି ଯାହା ନିକଟରେ ହାରି ଯାଇଛି ଶବ୍ଦ, ଦୋହଲି ଯାଇଛି ଦୁନିଆ

କୁହାଯାଏ ଗୋଟିଏ ଫଟୋ ବଖାଣିଥାଏ କୋଟିଏ କଥା । କିନ୍ତୁ ଏମିତି କିଛି ଫଟୋ ଥାଏ ଯାହାକୁ ବଖାଣିବା ପାଇଁ ହାରିଯାଏ ଅନେକ ଶବ୍ଦ, ସରିଯାଏ ଅନେକ ପୃଷ୍ଠା । ତଥାପି ସରେ ନାହିଁ ଫଟୋର ବ୍ୟଥା । ସେମିତି ଏକ ଫଟୋ ଆସିଛଇ ମେକ୍ସିକୋ ବର୍ଡରୁ । ମୁହଁ ମାଡି ହୋଇ ନଦୀରେ ବୁଡ଼ି ରହିଥିବା ଏହି ବାପ ଝିଅଙ୍କ ଫଟୋ ଏବେ ସମଗ୍ର ବିଶ୍ୱକୁ କରିଦେଇଛି ସ୍ତବ୍ଧ । ଏହି ଫଟୋରେ ଦେଖିବାକୁ ମିଳିଛି କୁନି ଝିଅଟିର ମୁହଁ ବାପାଙ୍କ ଟିଶାର୍ଟ ଭିତରେ ଫସିରହିଛି । ଆମେରିକାରେ ଦେଶାନ୍ତରଣର ଭୟାବହ ସ୍ଥିତିର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି ଏହି ଫଟୋ ।

father daughterଓସ୍କାର ଅଲବର୍ଟ ମାର୍ଟିନେଜ୍ ନାମକ ଜଣେ ଯୁବକ ନିଜର ସ୍ତ୍ରୀ ସହ ୨୩ ମାସର ଝିଅର ଉତ୍ତମ ଭବିଷ୍ୟତ ପାଇଁ ନଦୀ ପାର୍ କରି ଆମେରିକାରେ ଶରଣ ପାଇଁ ଯାଉଥିଲେ । ହେଲେ ସେ ଜାଣି ନଥିଲେ ତାଙ୍କର ଏହି ଯାତ୍ରା ହୋଇଯିବ ଜୀବନର ଶେଷ ଯାତ୍ରା । ଅଲବର୍ଟ ଝିଅକୁ ପିଠିରେ ଟିଶାର୍ଟ ଭିତରେ ଲୁଚାଇ ପହଁରିବା ଆରମ୍ଭ କରିଥିଲେ। କିନ୍ତୁ ଭୟଙ୍କର ସ୍ରୋତ ତାଙ୍କୁ କୂଳରେ ପହଞ୍ଚାଇବା ପୂର୍ବରୁ ନେଇସାରିଥିଲା ଜୀବନ । ମୁହଁ ମାଡି ହୋଇଥିବା ଅବସ୍ଥାରେ ମିଳିଥିଲା ଉଭୟଙ୍କ ଶବ ।

alan kurdiପ୍ରାୟ ୪ ବର୍ଷ ପୂର୍ବେ ସିରିଆର ଏକ ଶିଶୁ ଏଲନ୍ କୁର୍ଦିଙ୍କ ମୃତ ଦେହର ଫଟୋ ପୁରା ବିଶ୍ବକୁ ଦୋହଲାଇ ଦେଇଥିଲା । ଦେଶରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ପିଲାଟିର ପରିବାର ଶରଣାର୍ଥୀ ହୋଇ ତୁର୍କୀରୁ ଗ୍ରୀସ୍ ଯାଉଥିଲା । କିନ୍ତୁ ରାସ୍ତାରେ ସେମାନଙ୍କ ନୌକା ବୁଡିଯାଇଥିଲା । ପିଲାଟିର ମୃତଦେହ ତୁର୍କୀର ମୁଖ୍ୟ ଟ୍ୟୁରିଷ୍ଟ ରେସର୍ଟ ନିକଟରେ ମୁହଁ ମାଡି ହୋଇପଡିଥିବା ଅବସ୍ଥାରେ ମଳିଥିଲା ।

bhopal gasଭୋପାଳସ୍ଥିତ ୟୁନିୟନ୍ କାର୍ବାଇଡ୍ କାରଖାନରେ ହୋଇଥିଲା ଗ୍ୟାସ୍ ଟ୍ରାଜେଡି । ସରକାରଙ୍କ କହିବା ଅନୁଯାୟୀ ଏଥିରେ ପ୍ରାୟ ୩୭୮୭ ଜଣଙ୍କ ଜୀବନ ଯାଇଥିଲା । କିନ୍ତୁ ବାସ୍ତବିକ୍ ଏହାଠାରୁ ଅଧିକ ଜୀବନ ନେଇଥିଲା ଏହି ଗ୍ୟାସ୍ ଟ୍ରାଜେଡି । ତେବେ ଏହି ସମୟରେ ସାମ୍ନାକୁ ଆସିଥିଲା ଏକ ଫଟୋ । ଯାହା ଏହି ଦୁର୍ଘଟଣାର ବିଭିଷିକାକୁ ଦୁନିଆ ସାମ୍ନାରେ ବୟାନ୍ କରିଥିଲା ।

kevin carterସେହିପରି ଆଉ ଏକ ଫଟୋ ହେଉଛି ଆଫ୍ରିକା ସୁଡାନର । ୧୯୯୩ରେ ହୋଇଥିବା ଅକାଳ ମରୁଡିରେ ଭୋକରେ ଛଟପଟ ହେଉଥିବା ଏକ ଛୋଟ ପିଲାର ଫଟୋ ଦୁନିଆକୁ ଦୋହଲାଇଦେଇଥିଲା । ଏହି ଫଟୋକୁ ଉଠାଇଥିଲେ ଫଟୋଜର୍ଣ୍ଣାଲିଷ୍ଟ କେବିନ୍ କାର୍ଟର୍ । ଏପରିକି ଏହି ଫଟୋ ପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥିଲା । କିନ୍ତୁ ପିଲାଟିକୁ ରକ୍ଷା କରିପାରିନଥିବାରୁ କେବିନ୍ ଡିପ୍ରେସନକୁ ଚାଲିଯାଇଥିଲେ । ଆଉ ଆୱାର୍ଡ ମିଳିବାର ୩ ମାସ ପରେ ଆତ୍ମହତ୍ୟା କରିଦେଇଥିଲେ ।

You might also like